ଖୁବ୍ ଶୀଘ୍ର ବଜାରକୁ ଆସିବ ୨ଶହ ଟଙ୍କିଆ ନୋଟ୍ ! ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆଣିବ ଭାରତୀୟ ରିଜର୍ଭ ବ୍ୟାଙ୍କ

37

ଖୁବ୍ ଶୀଘ୍ର ବଜାରକୁ ଆସିବ ୨ଶହ ଟଙ୍କିଆ ନୋଟ୍ । ଅଗଷ୍ଟ ଶେଷ, ନଚେତ୍ ସପ୍ଟେମ୍ବର ପ୍ରଥମ ସପ୍ତାହରେ ମାର୍କେଟକୁ ୨ ଶହ ଟଙ୍କିଆ ନୋଟ୍ ଛାଡିିବ ଭାରତୀୟ ରିଜର୍ଭ ବ୍ୟାଙ୍କ । କଳା କାରବାର ରୋକିବା ପାଇଁ ୨ଶହ ଟଙ୍କିଆ ନୋଟ୍ ଆଣିବା ପାଇଁ ନିଷ୍ପତ୍ତି ନେଇଛି ଆରବିଆଇ ।

ତେବେ ଐତିହାସିକ ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୦ ଟଙ୍କିଆ ନୋଟ୍ ବଜାରକୁ ଛାଡିବ । ବଜାରରେ ଖୁଚୁରାର ନିଅଂଟ ଓ ଅନୈତିକ ବ୍ୟବସାୟ ଭଳି କଳାବଜାରୀ ରୋକିବା ପାଇଁ ରିଜର୍ଭ ବ୍ୟାଙ୍କ ଏହି ନୋଟ୍ ଛାଡିବେ । ପାଖାପାଖି ୫୦କୋଟି ସଂଖ୍ୟକ ନୋଟ୍ ବଜାରକୁ ଛାଡିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।

ବିମୁଦ୍ରାକରଣ ପରେ କଳାଧନ ଜମାକାରୀମାନେ ବଡ ନୋଟକୁ ଗଚ୍ଛିତ କରିବା ଜଣାପଡିବା ପରେ ୨୦୦ଟଙ୍କିଆ ନୋଟ୍ ଛାପିବାକୁ ନିଷ୍ପତ୍ତି ନେଇଥିଲା ରିଜର୍ଭ ବ୍ୟାଙ୍କ । ଏହା ସହିତ ୧୦୦ ଓ ୫୦୦ଟଙ୍କିଆ ନୋଟ୍ ମଧ୍ୟରେ ଅନ୍ୟ କିଛି ଟଙ୍କା ନାହିଁ । ତେଣୁ ୨୦୦ଟଙ୍କିଆ ନୋଟ୍ ଲୋକପ୍ରିୟ ହେବ ବୋଲି ରିଜର୍ଭ ବ୍ୟାଙ୍କ ଆଶା କରୁଛି ଏବଂ ଏହାକୁ ଖୁବ୍ ଶୀଘ୍ର ବଜାରକୁ ଛାଡିବା ପାଇଁ ପ୍ରୟାସ ଜାରି ରଖିଛି ।

ବଜାରକୁ ଆସିବାକୁ ଥିବା ନୁଆ ୨୦୦ ଟଙ୍କିଆ ନୋଟ୍ ସଂପର୍କରେ କିଛି ରୋଚକ ତଥ୍ୟ 

କଣ ପାଇଁ ୨୦୦ ଟଙ୍କା

ଟଙ୍କା ଉଠାଣ ଉପରେ ପ୍ରତିବନ୍ଧକ ଓ ବିମୁଦ୍ରାକରଣ କାରଣରୁ ବ୍ୟାଙ୍କମାନଙ୍କରେ ମୁଦ୍ରାର ପରିମାଣ ଅହେତୁକ ଭାବେ ବୃଦ୍ଧି ପାଇଛି । ବଜାରରେ ଛୋଟ ମୁଦ୍ରା ଅଧିକ ପରିମାଣରରେ ଥିବା ବେଳେ, ୫୦୦ ଟଙ୍କା ପରେ ସିଧାସଳଖ ୨୦୦୦ ଟଙ୍କା ବାଜରରେ ଅନେକ ଅସଙ୍ଗତି ଆଣିଛି । ଯାହାର ପ୍ରଭାବ ମଧ୍ୟ ଲୋକଙ୍କ ଉପରେ ପଡୁଛି, ଖାସ କରି ଖୁଚୁରା ବଜାର କ୍ଷେତ୍ରରେ ।

ବ୍ୟାଙ୍କରେ ଅତ୍ୟଧିକ କ୍ୟାସ

ଏଟିଏମରେ ମୋଟ ୧୦,୦୦୦ ନୋଟ୍ ରହୁଥିବାବେଳେ କେବଳ ୧୦୦ ଟଙ୍କିଆ ନୋଟ୍ ରହିଲେ, ଏହାକୁ ବହନ ଓ ରକ୍ଷଣ ପାଇଁ ଅଧିକ ଖର୍ଚ୍ଚ ଆବଶ୍ୟକ । ଏଥିରୁ ଆମେ ଜାଣି ପାରିବା ଯେ, କେବଳ ଏଟିଏମ ଗୁଡିକରେ ହିଁ ୨୫,୦୦୦ କୋଟି ଟଙ୍କା ପଡିରହିଛି ।

ସନ୍ତୁଳନ ରକ୍ଷା କରିବା

ଛୋଟ ମୁଦ୍ରାର ଅଧିକ ବ୍ୟବହାର ଓ କମ୍ ଯୋଗାଣ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ସହ ସାଧାରଣ ଖାଉଟିର କଲ୍ୟାଣ ପାଇଁ ୨୦୦ ଟଙ୍କିଆ ନୋଟର ପ୍ରଚଳନ ଅତ୍ୟନ୍ତ ଆବଶ୍ୟକ । କାରଣ, ବଜାରରେ ୨୦୦୦ ଟଙ୍କା ଭଳି ବଡ ମୁଦ୍ରାର ବ୍ୟବହାର କଷ୍ଟଦାୟକ ଅଟେ ।

ସୁରକ୍ଷା ଓ ଉଠାଣ

ସୂଚନା ମୁତାବକ, ଏହି ନୂତନ ୨୦୦ ଟଙ୍କାରେ ଅତ୍ୟାଧୂନିକ ସୁରକ୍ଷା ବ୍ୟବସ୍ଥାର ବ୍ୟବହାର କରାଯାଇଛି । ଯାହାଦ୍ୱାରା ଏହାକୁ ନକଲ କରିବାରେ ମୁସ୍କିଲ ହେବ । ଏହା ଭାରତରେ ପ୍ରଥମ କରି ପ୍ରଚଳନ କରାଯିବ , ତେଣୁ ନୋଟକୁ ନେଇ ଉକ୍ରଣ୍ଠା ପ୍ରକାଶ ପାଇବାରେ ଲାଗିଛି ।

୧ଟଙ୍କିଆ ନୋଟର ପ୍ରଚଳନ

ଦ୍ୱିତୀୟରେ ଏହି ନୋଟ ଗୁଡିକ ପ୍ରାଥମିକ ସ୍ତରରେ କେବଳ ବ୍ୟାଙ୍କ ମାଧ୍ୟମରେ ଉଠାଣ କରାଯିବ । ତା ସହିତ ନୂତନ କରି ୧ ଟଙ୍କିଆ ନୋଟକୁ ମଧ୍ୟ ଆରବିଆଇ ପ୍ରଚଳନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଯାହାକି ୧ ଟଙ୍କିଆ କଏନର ଅନୈତିକ କାରବାରକୁ ରୋକିବାରେ ସହାୟତା କରିବ ।