ମଣିଷ ନୁହେଁ ଏଠି କୁକୁରମାନେ ମଧ୍ୟ ଚଲାନ୍ତି କାର୍ ! ଯାହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା

78

ଆଜିଯାଏଁ କେବଳ ମଣିଷମାନେ ହିଁ ଗାଡି ଚଲାଉଥିବାର ଦୃଶ୍ୟ ଆପଣମାନେ ଦେଖିବାକୁ ପାଉଥିବେ । ମାତ୍ର ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ, ଏବେ କୁକୁରମାନେ ମଧ୍ୟ ଗାଡି ଚଲାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ଏହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି । ଆପଣ ଶୁଣିଥିବେ କୁକୁରକୁ ବିଶ୍ୱର ସବୁଠାରୁ ବୃଦ୍ଧିମାନ ଜୀବ ବୋଲି ଗଣାଯାଏ । ଆଉ ଏହାକୁ ମଧ୍ୟ ସେମାନେ ପ୍ରମାଣିତ କରି ଦେଖାଇବାରେ ସଫଳ ହୋଇଛନ୍ତି ।

ଘଟଣାଟି ହେଲା, ଏସପିସିଏ ନାମକ ଏକ ଆନ୍ତଃଜାତୀୟ ସଂସ୍ଥା ଲୋକଙ୍କୁ ବିଭିନ୍ନ ଦୁର୍ଘଟଣାରୁ ସୁରକ୍ଷା ଦେବାପାଇଁ ଏକ ନିଆରା ଢଙ୍ଗରେ ଲୋକଙ୍କ ଉଦ୍ଧାର ପାଇଁ ଏକ ନୂଆ ତରିକା ଆପଣାଇଛନ୍ତି । ଆଉ ଯାହାକୁ ନେଇ ବହୁତ ପ୍ରଶଂସା ମଧ୍ୟ ସାଉଁଟି ପାରିଛନ୍ତି । ତେବେ ଏହି ସଂସ୍ଥା କିଛି କୁକୁରଙ୍କୁ କାର୍ ଚଲାଇବାର ତାଲିମ ଦେଇଥିଲେ । ଯେଉଁଥିରେ ଏହି କୁକୁରମାନେ ସଫଳତା ମଧ୍ୟ ହାସଲ କରି ପାରିଛନ୍ତି ।

ଏହି ସଂସ୍ଥାଟି ପାର୍ଟର ,ମାଂଟି ଓ ଗିନ୍ନୀ ନାମକ ତିନୋଟି କୁକୁରଙ୍କୁ ପାଖାପାଖି ୮ ସପ୍ତାହ ଧରି ତାଲିମ ଦେଇଥିଲେ । ଏବଂ ଦୁଇମାସ ପରେ ଏହି ତାଲିମ ପ୍ରାପ୍ତ କୁକୁରଙ୍କୁ ମଇଦାନରେ ଓହ୍ଲାଇ ଦିଆଯାଇଥିଲା । ସବୁଠାରୁ ବିସ୍ମୟକର କଥାହେଲା କୁକୁରଙ୍କ କାର୍ ଚଲାଇବାର କୌଶଳ ଦେଖି ସେଠାରେ ଉପସ୍ଥିତ ଲୋକଙ୍କୁ କରିପାରିଥିଲା ଚକିତ । କାରଣ ସେମାନଙ୍କ କାର୍ ଚଲାଇବାର ତରିକା ଥିଲା ସଂପୂର୍ଣ୍ଣ ନିଆରା ।

ଟ୍ରେନରଙ୍କ କହିବା କଥା ହେଲା, ‘ଏହି ସବୁ କାର୍ଯ୍ୟ କୁକୁରମାନେ ନିଜେ କରିଛନ୍ତି, ଗାଡିରେ ଚାବି ଲଗାଇବାଠାରୁ ଆରମ୍ଭ କରି ଗାଡି ଚଲାଇବା ପର୍ଯ୍ୟନ୍ତ ସବୁ କାମ ସେମାନେ ନିଜେ ହିଁ କରିଛନ୍ତି । ଖାଲି ସେତିକି ନୁହେଁ, ଏହି କୁକୁରମାନେ ନିଜ ଗୋଡରେ ଗାଡି ଷ୍ଟେରିଂ ଧରିଲେ ଓ ଏକ୍ସିଲେଟର ଦବାଇ ଗାଡି ଚଲାଇବା ଆରମ୍ଭ କରିଥିଲେ । ତେବେ ସେମାନଙ୍କ ସୁରକ୍ଷା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା । ଏଥିସହ କାରଟିରେ ସ୍ପିଡ୍ ଲିମିଟର ଲଗାଯାଇଥିଲା ଯାହାଦ୍ୱାରା କାରର ଗତିକୁ ନିୟନ୍ତ୍ରଣ କରା ଯାଇପାରିବ ।

ଏସପିସିଏ’ର ସିଇଓଙ୍କ କହିବାମୁତାବକ, ‘ଏହି ତାଲିମ କୌଶଳ ପ୍ରଦର୍ଶନ ପରେ ମାଂଟି ଓ ପାର୍ଟରକୁ ଯଦିଓ ଲୋକମାନେ ଅଧିକ ପ୍ରଶଂସା କରିଥିଲେ, ମାତ୍ର ଗିନ୍ନୀ ନାମକ କୁକୁରର ଖରାପ ପ୍ରଦର୍ଶନ ପାଇଁ ତାକୁ ବହୁତ କମ୍ ଲୋକ ପସନ୍ଦ କରିଥିଲେ । ଏଥିପାଇଁ ତାକୁ ପୁଣି ଥରେ ତାଲିମ ଦିଆଯିବ’ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-