ନିଜ ଇଚ୍ଛାନୁସାରେ ଭଡା ବଢାଇପାରିବେନି କୌଣସି ବି ଘର ମାଲିକ। ତିନି ମାସ ପୂର୍ବରୁ ଦେବାକୁ ହେବ ସୂଚନା, ୨ମାସରୁ ଅଧିକ ଆଡଭାନ୍ସ ଟଙ୍କା ନେଇପାରିବେନି ମାଲିକ

3,325

ଘର ମାଲିକ ଏବଂ ଭଡାଟିଆଙ୍କ ମଧ୍ୟରେ ହେଉଥିବା ବିବାଦକୁ କମ କରିବା ଏବଂ ଅଧିକରୁ ଅଧିକ ସଂପତିକୁ ଭଡାରେ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ପ୍ରସ୍ତୁତ କରିଛନ୍ତି ମଡେଲ ରେଂଟାଲ ଆକ୍ଟ Model Rental Act । ଯେଉଁ ଡ୍ରାଫ୍ଟରେ ଉଭୟ ଘର ମାଲିକ ଏବଂ ଭଡାଟିଆଙ୍କ ହୀତକୁ ବେଶ୍ ଗୁରୁତ୍ୱ ଦିଆଯାଇଛି ।

ଦୁଇ ମାସରୁ ଅଧିକ ଆଡଭାନ୍ସ ଭଡା ନେଇପାରିବେନି ଘର ମାଲିକ

Model Rental Actର ଡ୍ରାଫ୍ଟରେ ସିକ୍ୟୁରିଟି ବାବଦକୁ ନିଆଯାଉଥିବା ଆଡଭାନ୍ସ ଟଙ୍କା ଉପରେ ବି ପ୍ରତିବନ୍ଧକ ଲଗାଯାଇଛି । ତେବେ ଡ୍ରାଫ୍ଟ ଅନୁସାରେ, କୌଣସି ବି ଘର ମାଲିକ ଦୁଇ ମାସରୁ ଅଧିକ ଭଡା ସିକ୍ୟୁରିଟି ଆଡଭାନ୍ସ ଭାବରେ ନେଇପାରିବେ ନାହିଁ । ଡ୍ରାଫ୍ଟରେ କୁହାଯାଇଛି କି, ଯଦି କୌଣସି ଭଡାଟିଆ ଧାର୍ଯ୍ୟ ସମୟଠାରୁ ଅଧିକ ଦିନ ରୁହେ ତେବେ ତାଙ୍କୁ ପ୍ରଥମେ ଦୁଇମାସ ପାଇଁ ଦୁଇଗୁଣା ଭଡା ଅର୍ଥାତ୍ ଦୁଇ ମାସର ଆଗୁଆ ଘରଭଡା ରାଶି ଦେବାକୁ ପଡିବ । ଯଦି ସେ ଦୁଇ ମାସରୁ ଅଧିକ ସମୟ ଯାଏ ରୁହନ୍ତି ତେବେ ତାଙ୍କୁ ଚାରି ଗୁଣା ଟଙ୍କା ଦେବାକୁ ହେବ । ହାଉସିଂ ଏବଂ ଅର୍ବାନ ମନ୍ତ୍ରାଳୟ ପକ୍ଷରୁ ଏହି ଡ୍ରାଫ୍ଟକୁ ସଂମ୍ବୋଧିତ ପକ୍ଷଙ୍କ ନିକଟକୁ ପରାମର୍ଶ ପାଇଁ ପଠାଯାଇଛି ଏବଂ ପରାମର୍ଶ ମିଳିବା ପରେ ଏହି ଆକ୍ଟକୁ କ୍ୟାବିନେଟର ମଂଜୁରୀ ପାଇଁ ପଠାଯିବ ।

ନିଜ ଇଚ୍ଛାରେ ଭଡା ବଢାଇପାରିବେନି ମାଲିକ

ଡ୍ରାଫ୍ଟରେ ଭଡାଟିଆଙ୍କ ହୀତକୁ ଧ୍ୟାନରେ ରଖାଯାଇଛି । ଯେଉଁଥିରେ ଘରମାଲିକ ଏଗ୍ରିମେଂଟର ଅବଧି ମଧ୍ୟରେ ନିଜ ଇଚ୍ଛା ମୁତାବକ ଭଡା ବଢାଇପାରିବେ ନାହିଁ । ଘରମାଲିକ ଭଡାଟଙ୍କାରେ କୌଣସି ବି ପରିବର୍ତ୍ତନ ତଥା ଭଡା ଟଙ୍କା ବଢାଇବାର ୩ମାସ ପୂର୍ବରୁ ହିଁ ଭଡାଟିଆଙ୍କୁ ନୋଟିସ୍ ଦେବାକୁ ହେବ । ଡ୍ରାଫ୍ଟରେ କୁହାଯାଇଛି କି, ଘର ମାଲିକଙ୍କୁ ନିଜ ପ୍ରାପ୍ୟ ପାଇବା ପରେ ଆଡଭାନ୍ସ ବାବଦକୁ ନେଇଥିବା ଟଙ୍କାକୁ ବି ଫେରସ୍ତ କରିବାକୁ ହେବ । ଏଥିସହିତ ହିଁ କୌଣସି ବିବାଦ ହେଲେ ଘର ମାଲିକ ଭଡାଟିଆଙ୍କର ବିଜୁଳୀ ଏବଂ ପାଣି ଭଳି ଜରୁରୀକାଳିନ ସୁବିଧାକୁ ବନ୍ଦ କରିପାରିବେ ନାହିଁ ।

ରେଂଟ ଏଗ୍ରିମେଂଟ ପରେ ଅଥରିଟିଙ୍କୁ ଦେବାକୁ ହେବ ସୂଚନା

ମଡେଲ ରେଂଟାଲ ଆକ୍ଟରେ କୁହାଯାଇଛି କି, ରେଂଟ ଏଗ୍ରିମେଂଟ ହେବା ପରେ ଉଭୟ ଘର ମାଲିକ ଏବଂ ଭଡାଟିଆଙ୍କୁ ଏନେଇ ଅଥରିଟିଙ୍କୁ ସୂଚନା ଦେବାକୁ ପଡିବ । ରେଂଟ ଏଗ୍ରିମେଂଟରେ ମାସିକ ଭଡା, ଭଡାରେ ରହିବାର ସମୟ ସୀମା, ଘରର ମରାମତି କାର୍ଯ୍ୟର ଦାୟିତ୍ୱ ଆଦି ସଂପର୍କରେ ମଧ୍ୟ ତଥ୍ୟ ଦେବାକୁ ହେବ । କୌଣସି ଝଗଡା ବା ବିବାଦ ପରିସ୍ଥିତି ଉପୁଜିଲେ ଉଭୟ ଘରମାଲିକ ଏବଂ ଭଡାଟିଆ କେହି ବି ରେଂଟ ଅଥରିଟିଙ୍କର ହସ୍ତକ୍ଷେପ ଲୋଡି ପାରନ୍ତି । ଯଦି କୌଣସି ଭଡାଟିଆ ଦୁଇ ମାସ ପର୍ଯ୍ୟନ୍ତ ଭଡା ନଦିଅନ୍ତି ତେବେ ଘର ମାଲିକ ରେଂଟ ଅଥରିଟିର ସହାୟତା ଲୋଡିପାରିବେ ।