ଆପଣ ଜେଲ୍ ଯିବାକୁ ଚାହୁଁଛନ୍ତି କି ? ସ୍ୱେଶାଲ୍ ଅଫର୍ ଚାଲିଛି, ଦେଖନ୍ତୁ ଏହି ରିପୋର୍ଟ

30

ଜେଲରେ ରହିଲେ କେମିତି ଲାଗେ ଜାଣିବାକୁ ଚାହୁଁଛନ୍ତି । ତେବେ ୫୦୦ ଟଙ୍କା ଦିଅନ୍ତୁ ଜେଲ୍ ଯାଆନ୍ତୁ । ଅର୍ଥାତ୍ ଜେଲର ପାଣି ପବନ କେମିତି ଅନୁଭବ କରିବାକୁ ହେଲେ ଗୋଟିଏ ଦିନ ପାଇଁ ଆପଣଙ୍କୁ ୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି । କିନ୍ତୁ ଏମିତି ଏକ ଜେଲ୍ ଅଛି ତେଲେଙ୍ଗାନାର ସଙ୍ଗାରେଡ୍ଡୀ ଅଂଚଳରେ । ଯେଉଁଠାରେ ଏହି ଭଳି ଆଶ୍ଚର୍ଯ୍ୟ କଲା ପରି ଅଫର୍ ଚାଲିଛି ।

୫୦୦ ଟଙ୍କା ଦେଇ ଜଣେ ବ୍ୟକ୍ତି ୨୪ ଘଂଟା ପାଇଁ ଜେଲର ଏକ ସେଲକୁ ଭଡାରେ ନେଇପାରିବ । କିନ୍ତୁ ସେଥିପାଇଁ କିଛିଦିନ ପୂର୍ବରୁ ଜେଲ୍ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବାକୁ ପଡିବ । ତେବେ ଏହି ଅଫରର ଲାଭ କେବଳ ସେହି ବ୍ୟକ୍ତି ମାନେ ଉଠାଇପାରିବେ ଯେଉଁମାନେ ଆଜି ଯାଏ କୌଣସି ଅପରାଧ କରି ନାହାନ୍ତି କିନ୍ତୁ ଜେଲର ଅନୁଭୂତି କରିବାକୁ ଚାହୁଁଛନ୍ତି । ଏହି ପରି ବ୍ୟକ୍ତିମାନଙ୍କୁ ଧ୍ୟାନରେ ରଖି ଏପରି ବ୍ୟବସ୍ଥା କରାଯାଇଛି ବୋଲି ଏକ ରିପୋର୍ଟ ପ୍ରକାଶ କରିଛି ଦୈନିକ ଜାଗରଣ ।

ଏହା ସହ ଦେଖନ୍ତୁ ଅବୈଧ ସମ୍ପର୍କର ଇଲାକା : ଯେଉଁଠି ବାପା ହୁଏ ଝିଅର ସ୍ୱାମୀ