ଡେୟାରଡେଭିଲ ମୋଟର ସାଇକେଲ ରାଇଡିଂରେ ଭାରତୀୟ ଯବାନଙ୍କ ବିଶ୍ୱ ରେକର୍ଡ

69

18ଭାରତୀୟ ସେନାର ଦୁଇ ଯବାନଙ୍କ ଅଦ୍ଭୂତ ସଫଳତାରେ ଉତ୍ସାହିତ ସାରା ଦେଶ । ଗତ ଶନିବାର ନିଜର ସ୍ୱକୈାଶଳର କରିସ୍ମା ଦେଖେଇ କରିଛନ୍ତି ବିଶ୍ୱ ରେକର୍ଡ । ମୋଟର ସାଇକେଲର ସିଟ୍ହାଣ୍ଡଲ ବାରରେ ଅଧିକ ସମୟ ସବାର ହୋଇ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ଭାରତୀୟ ଆର୍ମିର ଡେୟାର ଡେଭିଲ୍ସ ସିଗନାଲ କୋର ଟିମ ,ଜବଲପୁରର ଦୁଇ ଯବାନ ।

capt-manpreet-singh_647_090916090449ସେହି ଦୁଇ ଯବାନ ହେଲେ କ୍ୟାପଟେନ୍ ମନପ୍ରୀତ୍ ସିଂହ ଓ ଆଉ ଜଣେ ହେଲେ ହାବିଲଦାର ସନ୍ଦିପ୍ କୁମାର। କ୍ୟାପଟେନ୍ ମନପ୍ରୀତ୍ ସିଂ ମୋଟର ସାଇକେଲ ସିଟରେ ଠିଆ ହୋଇ ୨ ଘଂଟା ୨୪ ମିନିଟ୍ ୧୨ ସେକେଣ୍ଡରେ ଅତିକ୍ରମ କରିଛନ୍ତି ୭୫.୨ କିଲୋମିଟର । ଗତ ବର୍ଷର ରେକର୍ଡକୁ ଭାଂଗିଛନ୍ତି ଏହି ଯବାନ । ୨୦୧୫ ,ଡିସେମ୍ବର ୫ରେ ରତନେଶ ପାଣ୍ଡେ ଏହି ମୋଟର ସାଇକେଲ ଷ୍ଟାଡିଂରେ ୩୨.୩ କି.ମିର ରେକର୍ଡ କରିଥିଲେ ।

ମୋଟର ସାଇକେଲ ହାଣ୍ଡଲବାରରେ ସବାର ହୋଇ ଅନ୍ୟ ଏକ ରେକର୍ଡ କରିଥିବା ଯବାନ ହାବିଲଦାର ସନ୍ଦିପ୍ କୁମାର , ଯିଏକି ୧ଘଂଟା ୨୭ ମିନିଟ୍ ୩୧ ସେକେଣ୍ଡରେ ୪୬.୦୯ କି.ମି ଅତିକ୍ରମ କରିଛନ୍ତି । ଭାରତୀୟ ଆର୍ମିର ଏହି ଦୁଇ ଯବାନଙ୍କ ଡେୟାରଡେଭିଲ ମୋଟର ସାଇକେଲ ଚାଳନାରେ ଖୁବ୍ ପ୍ରଶଂସା ସାଉଁଟିଛି ଭାରତୀୟ ସେନା ।