ମା’ ବଦଳରେ ମା’ ! ଯେବେ ଭଡାରେ ମିଳେ ଗର୍ଭ

97

ସରୋଗେଟ ମଦର । ସିଧା ସିଧା କହିବାକୁ ଗଲେ ସରୋଗେଟ୍ ମଦର ଅର୍ଥ ଅନ୍ୟ ଦମ୍ପତିଙ୍କ ଶିଶୁଙ୍କୁ ନିଜ ଗର୍ଭରେ ଧାରଣ କରିବା ଓ ତାକୁ ଜନ୍ମ ଦେବା । କଥାଟା  ଶୁଣିବାକୁ ଯେତିକି ସହଜ ଲାଗୁଛି, ହୁଏତ ବୁଝିବା ବା ତାକୁ ଅନୁଭବ କରିବା ଏତେଟା ସହଜ ନୁହେଁ । କାରଣ ଏମିତି କୌଣସି ମା’ ନାହିଁ ଯିଏ ୯ ମାସର ଗର୍ଭକଷ୍ଟ ସହିବ । ଆଉ ଶିଶୁ ଟିଏ ଜନ୍ମ ହେବା ପରେ ତାକୁ ଅନ୍ୟ କାହା ହାତକୁ ଟେକି ଦେବ ।

ତେବେ ପାଶ୍ଚାତ୍ୟର ଏହି ପରମ୍ପରା ଲୁକାଛପାରେ କିଛି ବର୍ଷ ତଳେ ଆମ ଦେଶକୁ ପ୍ରବେଶ କରିଥିଲା । ନିଃସନ୍ତାନ ଦମ୍ପତିଙ୍କ ମରି ଯାଉଥିବା ଆଶାକୁ , ଜୀବନ ଦେବାକୁ ଅନ୍ୟ ଦେଶ ଭଳି ଭାରତୀୟ ମହିଳା ବି ଆଗେଇ ଆସିଲେ ସରୋଗେଟ ମଦର ସାଜିବାକୁ । କିଛି ଟଙ୍କା ବଦଳରେ ନିଜ ଗର୍ଭକୁ ଲଗାଇଲେ ଭଡାରେ । ଆଉ ଧୀରେ ଧୀରେ ରାଜ୍ୟରୁ ରାଜ୍ୟ, ସହରରୁ ସହରକୁ ଆସିଲା ସରୋଗେସୀର କନସେପ୍ଟ ।

ଆଉ ଏହା ଭିତରେ ସରୋଗେସୀର କ୍ୟାପିଟାଲ ସାଜିଛି ଗୁଜୁରାଟର ଆନନ୍ଦ ସହର । ଯାହା ପାଲଟିଛି ସରୋଗେଟ୍ କ୍ୟାପିଟାଲ୍ । ଏଠି ସ୍ୱଚ୍ଛନ୍ଦରେ, ମହିଳାମାନେ ଆସି ଅନ୍ୟ ଦମ୍ପତିଙ୍କ ଶିଶୁକୁ ନିଜ ଗର୍ଭରେ ଧାରଣ କରୁଛନ୍ତି । ଘରଦ୍ୱାର ଛାଡି ୯ମାସ ଧରି ରହୁଛନ୍ତି ବାହାରେ । କୁହଯାଉଛି ବିଦେଶରୁ ଅନେକ ଲୋକ ଭାରତ ଆସନ୍ତି ସରୋଗେଟ୍ ଶିଶୁଟିଏ ପାଇବାକୁ । ଆଉ ବଦଳରେ ଅଭାବୀ ମା’କୁ ଦେଇ ଯାଆନ୍ତି ଟଙ୍କା ।