ବ୍ୟାଡମିଂଟନ କୁଇନଙ୍କୁ କେଉଁ ବେଶରେ ଦେଖିବାକୁ ଚାହାଁନ୍ତି ଫ୍ୟାସନ୍ ଡିଜାଇନର ?

26

ବ୍ୟାଡମିଂଟନ ଚ୍ୟାମ୍ପ ପିଭି ସିନ୍ଧୁଙ୍କୁ କିପରି ଗେଟ୍-ଅପରେ ଦେଖିବା ପାଇଁ ଚାହାନ୍ତି ଡ୍ରେସ ଡିଭାଇନର । ଏନେଇ ତାଙ୍କର ମତ ରଖିଛନ୍ତି ଡିଜାଇନର ସୁରିଲୀ ଗୋୟଲ, ରାହୁଲ ମିଶ୍ର ଓ ନନ୍ଦିତା ମହତାନି । ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିବା ପରେ ଏବେ ସମସ୍ତଙ୍କର ପ୍ରିୟ ପାଲଟିଛନ୍ତି ସିନ୍ଧୁ ।

surilyସୁରିଲୀ ଗୋୟଲଙ୍କ ମତରେ ଖେଳ ପାଇଁ ସିନ୍ଧୁ ପ୍ରସିଦ୍ଧି ଲାଭ କରିଥିବା କଥାକୁ ନଜରରେ ରଖି ପଲାଜୋ ସହ ଅଫ୍ ସୋଲଜର ଟପ୍ ଓ ଜମ୍ପସୁଟରେ ସେ ବେଶ୍ ଆଟ୍ରାକଟିଭ ନଜର ଆସିବେ । ଏହାସହ ଲଙ୍ଗ୍ ଗାଉନ ମଧ୍ୟ ତାଙ୍କ ବ୍ୟକ୍ତିତ୍ୱକୁ ମାନିବ ବୋଲି ସୁରିଲୀ ଗୋୟଲ କହିଛନ୍ତି । କ୍ରୀଡାବିତଙ୍କୁ ନେଇ ଏବେ ଫ୍ୟାଶନ ବଦଳୁଛି ।

rahul51ସିନ୍ଧୁଙ୍କୁ ନେଇ ଡିଜାଇନର ରାହୁଲ ମିଶ୍ରଙ୍କ କହିବା କଥା ହେଲା, ଟି ସାର୍ଟ ଓ ହାଇବ୍ରିଡ ସ୍କର୍ଟ ସହ ବାନେ୍ଧଣୀ ପ୍ରିଂଟର ବମ୍ବର ଜ୍ୟାକେଟ ତାଙ୍କୁ ସୁହାଇବ । ଭାରତୀୟ ଆଉଟଫିଟରେ ମଧ୍ୟ ସେ ଖୁବ୍ ସୁନ୍ଦର ଦେଖାଯିବେ । ରେଡ୍ କାର୍ପେଟ୍ ଲୁକ୍ ପାଇଁ ସେ ଗାଉନ ବ୍ୟବହାର କରିପାରିବେ ବୋଲି ରାହୁଲ ମିଶ୍ର କହିଛନ୍ତି ।

nanditaସେପଟେ ସିନ୍ଧୁଙ୍କୁ ଷ୍ଟ୍ରାପଲେସ୍ ଗାଉନ ଓ ଧଳା ରଙ୍ଗର ଗାଉନ ବେଶ୍ ସୁହାଇବ ବୋଲି କହିଛନ୍ତି ଡିଜାଇନର ନନ୍ଦିତା ମହତାନି । ଏହାସହ ସିଲ୍କ ସାର୍ଟ, ପ୍ରିଟ୍ସ ଓ ମ୍ୟାଚିଂଗ ବ୍ଲେଜର ମଧ୍ୟ ତାଙ୍କୁ ମାନିବ ବୋଲି ନନ୍ଦିତା କହିଛନ୍ତି ।