ମଦର ଟେରେସାଙ୍କୁ ଓଡ଼ିଶା ସରକାରଙ୍କ ଶ୍ରଦ୍ଧାଂଜଳି : ନାଁରେ ନାମିତ ହେବ ରାଜଧାନୀ ରାଜପଥ

43

7ମାନବ ସମାଜର କଲ୍ୟାଣ ପାଇଁ ନିଜ ଜୀବନକୁ ଉର୍ସଗୀକୃତ କରିଥିଲେ ମଦର ଟେରେସା। ନିଜର ନିଃସ୍ୱାର୍ଥପର ସେବା ଓ ଭଲପାଇବା ପାଇଁ ସାରା ବିଶ୍ୱରେ ପରିଚିତ। ସେପ୍ଟେମ୍ବର ୪ରେ ମଦର ଟେରେସାଙ୍କୁ ସନ୍ଥ ଘୋଷଣା କରିବେ ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପ୍ ଫ୍ରାନସିସ୍। ଏହି ମହିୟସୀ ମହିଳାଙ୍କୁ ଶ୍ରଦ୍ଧାଂଜଳି ଦେବା ନିମନ୍ତେ ଭୁବନେଶ୍ୱରର ସତ୍ୟନଗରରୁ କଟକ-ପୁରୀ ରୋଡ଼କୁ ସଂଯୋଗ କରୁଥିବା ଫ୍ଲାଇ ଓଭର ରାସ୍ତାକୁ ମଦର ଟେରେସାଙ୍କ ନାମରେ ନାମିତ କରାଯିବ। ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରାସ୍ତାକୁ ମଦର ଟେରେସାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିବେ।

8ଓଡ଼ିଶା କ୍ୟାଥୋଲିକ ବିଶୋପ ପରିଷଦ ତରଫରୁ ଅନୁରୋଧ କ୍ରମେ ସତ୍ୟନଗରରୁ କଟକ-ପୁରୀ ଫ୍ଲାଇ ଓଭର ରାସ୍ତାକୁ ମଦର ଟେରେସାଙ୍କ ନାମରେ ନାମିତ କରିବାକୁ ଭୁବନେଶ୍ୱର ମହାନଗର ନିଗମ କତୃପକ୍ଷ ନିଷ୍ପତି ନେଇଛନ୍ତି । ଏଥିପାଇଁ ମଦର ଟେରେସାଙ୍କୁ ମନେରଖିବା ପାଇଁ ଓଡ଼ିଶା ସରକାର ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଓଡ଼ିଶା କ୍ୟାଥୋଲିକ ଚର୍ଚ୍ଚର ମୁଖ୍ୟ ଧର୍ମଯାଜକ ।

ମଦର ଟେରେସା ପ୍ରଥମେ ୧୯୭୪ରେ ଭୁବନେଶ୍ୱର ଆସିବା ସହ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଓ ରାଜ୍ୟପାଳ ଆକବର ଅଲ୍ଲୀ ଖାନଙ୍କୁ ଭେଟିଥିଲେ । ଓଡ଼ିଶା ପ୍ରତି ଭଲପାଇବା ହେତୁ ସେ ବହୁବାର ଏହି ପବିତ୍ର ଭୂମିକୁ ଆସୁଥିଲେ।