ଭାରତ ଫେରିଲେ ସିନ୍ଧୁ , ଦୁନିଆରୁ ଫେରିଗଲେ ପୂଜା ! ବିଜୟ ଶୋଭାଯାତ୍ରା ବନାମ ଶବ ଶୋଭାଯାତ୍ରା

38

ସୀକ୍ଷୀ, ସିନ୍ଧୁ ଓ ଦୀପା । ଏ ସୁନାଝିଅଙ୍କ ଚର୍ଚ୍ଚା ଏବେ ଆମେ ଘରେ ଘରେ । କାରଣ ଅଲିମ୍ପିକ୍ସରେ ସାରା ବିଶ୍ୱକୁ ଯାଦୁ ଦେଖାଇ ଏମାନେ ୧୩୦ କୋଟି ଭାରତୀୟଙ୍କ ସମ୍ମାନ ରଖିଛନ୍ତି। ସଫଳତା ପାଇଁ ଉପହାର ସ୍ୱରୂପ ମିଳିଛି କୋଟି କୋଟି ଟଙ୍କା। ପଦକ ଆଣିଥିବା ଝିଅଙ୍କ ପାଇଁ ଘୋଷଣା ହୋଇଛି ଖେଳରତ୍ନ ପୁରସ୍କାର । ଯାହା ଭାରତୀୟ ମହିଳା ଖେଳାଳିଙ୍କ ସମ୍ଭାବନାରେ ସ୍ୱପ୍ନର ଡେଣା ଲଗାଇଛି ।

ସେପଟେ ସାକ୍ଷୀ ଓ ସିନ୍ଧୁଙ୍କୁ ନେଇ ଚାଲିଥିଲା ବିଜୟ ଶୋଭାଯାତ୍ରା, ଆଉ ଏପଟେ ଚାଲିଥିଲା ଜଣେ ଜାତୀୟସ୍ତରର ଖେଳାଳୀଙ୍କ ଶବ ଶୋଭାଯାତ୍ରା । କାରଣ ହ୍ୟାଣ୍ଡବଲ ଖେଳାଳୀ ପଂଜାବର ପୂଜା କୁମାରୀ ଆତ୍ମହତ୍ୟା କରିଥିଲେ ।

Capture3ତେବେ ଜଣେ ଉଦୀୟମାନ ଖେଳାଳି କାହିଁକି ନେଲେ ଜୀବନର ଚରମ ନିଷ୍ପତି । ହୁଏତ ଏ ପ୍ରଶ୍ନର ଉତ୍ତର ଅଛି ତାଙ୍କ ସୁଇସାଇଡ ନୋଟରେ । ଯେଉଁଥିରେ ନିଜ ଶେଷ ରକ୍ତରେ ସେ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ । ଅନୁରୋଧ କରିଛନ୍ତି ତାଙ୍କ ମୃତ୍ୟୁ ପରେ ପରିବାରକୁ ବଂଚାଇ ରଖିବାକୁ ।

ଯେତେବେଳେ ଜଣେ ଖେଳାଳି ବିଶ୍ୱସ୍ତରରେ ସଫଳତା ପାଉଛି, ସେତେବେଳେ ସାରାଦେଶ ପ୍ରଶଂସା କରୁଛି । ହେଲେ ଜାତୀୟସ୍ତରରେ ସଫଳତା ପରେ ବି ସ୍ପୋର୍ଟସ ହଷ୍ଟେଲରେ ପୂଜାଙ୍କୁ ମାଗଣାରେ ରହି ତାଲିମ୍ ନେବାର ସୁଯୋଗ ମିଳି ନଥିଲା । ପୂଜା, ଜଣେ ଠେଲା ଦୋକାନୀର ଗରିବ ଝିଅ । ଯେଉଁଠି ସ୍ୱପ୍ନ ମରିଯାଉଛି, ସେଠି ଜୀବନ ଥାଇ ବା ଲାଭ କଣ । ଏମିତି କିଛି ଭାବନା ବାଧ୍ୟ କରିଥିଲା ପୂଜାଙ୍କୁ ଆତ୍ମହତ୍ୟା କରିବାକୁ । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି କ୍ରୀଡା ଛାତ୍ରାବାସ କର୍ତ୍ତୃପକ୍ଷ । ତେବେ ସେ ଯାହା ବି ହେଉ – ଭାରତୀୟ ଖେଳ ହରାଇଛି ଜଣେ ରତ୍ନଙ୍କୁ ।