ଗରିବ ଓଡିଶାର ଆଉ ଏକ ଚିତ୍ର : ସରକାରଙ୍କ ଯୋଜନାର ଲାଭ ଲୋକେ ପାଉଛନ୍ତି ତ ?

25

ଅନୁନ୍ନତ ଅଂଚଳରେ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସରକାରଙ୍କ କେତେ କ’ଣ ଯୋଜନା। ହେଲେ ଏସବୁ ଯୋଜନାର ଲାଭ ଲୋକେ ପାଉଛନ୍ତି ତ ? ଏଭଳି ପ୍ରଶ୍ନ ମନକୁ ଆସୁଛି ମାଲକାନଗିରିର ବାସ୍ତବ ଚିତ୍ର ଦେଖିବା ପରେ ।

vlcsnap-2016-07-18-21h38m18s804ଗୋଟିଏରେ ଆମ୍ବୁଲାନ୍ସ ନଆସିବାରୁ ଖଟିଆରେ ବୁହାହୋଇ ଯାଉଛନ୍ତି ରୋଗୀ । ଜିଲ୍ଲାର କାଲିମେଳା ବ୍ଲକ ଗାନ୍ଧିଗୁଡା ଗାଁର ୪୦ ବର୍ଷୀୟ ମହିଳା ଇର୍ମେ ମାଢୀ ଝାଡା ବାନ୍ତି ରୋଗରେ ପୀଡିତ ହେବା ପରେ ଆମ୍ବୁଲାନ୍ସକୁ ଫୋନ କରିଥିଲେ ସଂପର୍କୀୟ । ହେଲେ ଗାନ୍ଧିଗୁଡା କେନାଲ ରାସ୍ତାକୁ ଆମ୍ବୁଲାନ୍ସ ପଠାଇବାକୁ ମନାକରିଥିଲେ କର୍ତୃପକ୍ଷ । ଆଉ ଅନ୍ୟ ଉପାୟ ନପାଇ ଇର୍ମେଙ୍କୁ ଖଟିଆରେ ବୋହି ଡାକ୍ତରଖାନାକୁ ନେଇଥିଲେ ।

vlcsnap-2016-07-18-21h39m32s387କିଛିଦିନ ତଳେ ଏହି ରାସ୍ତାରେ ଜଣେ ପ୍ରସୂତି ହସ୍ପିଟାଲ ଯିବା ବାଟରେ ହୁଡା ଉପରେ ହିଁ ପ୍ରସବ କରିଥିଲେ । ସେହିପରି ଭଉଣୀ କାନ୍ଧରେ ବୁହାହୋଇ ଯାଉଛି ଭଉଣୀ । ଜ୍ୱରରେ ପୀଡିତ ସାନ ଭଉଣୀକୁ ହସ୍ପିଟାଲ ପଠାଇବା ପରିବର୍ତେ ଘରକୁ ପଠାଇ ଦେଇଥିଲେ ସ୍କୁଲ କର୍ତୃପକ୍ଷ । ଆଉ ବଡିଗେଟା ପଂଚାୟତ କୁତୁବାନପାଲି ଆବାସିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀରେ ପଢୁଥିବା ନିଜ ସାନ ଭଉଣୀକୁ କାନ୍ଧରେ ବସାଇ ଘରକୁ ଫେରିଥିଲା ତୃତୀୟ ଶ୍ରେଣୀରେ ପଢୁଥିବା ବଡ ଭଉଣୀ । ଦୀର୍ଘ ୯ କିଲୋମିଟର ବାଟ ଏମିତି କାନ୍ଧରେ ବୋହି ଟେକାଗୁଡା କଲୋନି ଗାଁକୁ ନେଇଥିଲା ବଡ ଭଉଣୀ ।