ଦୁଇ ବର୍ଷରେ ଥରେ ଆସିଥିଲା ଖୁସି ! ବଲାଙ୍ଗୀର ଜିଲ୍ଲାର ସ୍କୁଲ ଛାତ୍ରୀଙ୍କୁ ମାତ୍ର ଥରେ ବଂଟାଯାଇଛି ସାନିଟାରୀ ନାପକିନ୍, ସରକାରଙ୍କ ଯୋଜନାର କାର୍ଯ୍ୟକାରିତାକୁ ନେଇ ଉଠିଲା ପ୍ରଶ୍ନ ।
କନକ ବ୍ୟୁରୋ : ଝିଅ ଓ ମହିଳା ମାନଙ୍କ ପାଇଁ ଓଡିଶା ସରକାର ଆଣିଥିଲେ ଖୁସି । ଏହି ଯୋଜନା ମାଧ୍ୟମରେ ଝିଅ ଓ ମହିଳା ମାନଙ୍କୁ ସାନିଟାରୀ ନ୍ୟାପକିନ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଥିଲେ ସରକାର । ସ୍କୁଲ ଛାତ୍ରୀ ମାନଙ୍କୁ ବିନା ମୂଲ୍ୟରେ ଯୋଗାଇ ଦେବାକୁ ଯୋଜନା ହୋଇଥିବାବେଳେ ମହିଳା ଓ ଝିଅମାନଙ୍କୁ ଶସ୍ତାରେ ଯୋଗାଇ ଦେବାକୁ ଘୋଷଣା କରିଥିଲେ । ହେଲେ ୨ ବର୍ଷ ପରେ ବଲାଙ୍ଗିରରେ ଦେଖା ଦେଇଛି ଏହାର ବ୍ୟତିକ୍ରମ । ସ୍କୁଲକୁ ଆସୁନି ଖୁସି ନ୍ୟାପକିନ ।
Kanak News is now on WhatsApp
Join and get latest news updates delivered to you via WhatsApp
ବଲାଙ୍ଗିରରେ ବାଟବଣା ‘ଖୁସି’ । ଛାତ୍ରୀମାନଙ୍କୁ ଦିଆଯାଉନି ‘ସାନିଟାରି ପ୍ୟାଡ’ । ବଲାଙ୍ଗିର ଜିଲ୍ଲାରେ ଫେଲ ମାରିଛି ଖୁସି ଯୋଜନା । ବିଦ୍ୟାଳୟକୁ ଆସୁନି ସାନିଟାରୀ ପ୍ୟାଡ । ଯୋଜନାକୁ ୨ ବର୍ଷ ପୂରିଛି, ହେଲେ ଗୋଟିଏ ଥର ଦିଆଯାଇଛି ସାନିଟାରୀ ନାପକିନ୍ । ଏନେଇ ପ୍ରଶାସନକୁ ବାରମ୍ବାର ଜଣାଇବା ପରେ ମଧ୍ୟ କିଛି ଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।
ଝିଅମାନଙ୍କ ସ୍ୱାସ୍ଥ୍ୟ ଓ ପରିଷ୍କାର ପରିଚ୍ଛନ୍ନତାକୁ ଦୃଷ୍ଟିରେ ରଖି ୨୦୧୮ରେ ଖୁସି ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ରାଜକୋଷରୁ ଖର୍ଚ୍ଚ କରାଯାଉଛି । ହେଲେ ବିଦ୍ୟାଳୟଗୁଡ଼ିକୁ ଆସୁନାହିଁ ସାନିଟାରି ପ୍ୟାଡ୍ । ଫଳରେ ଛାତ୍ରୀମାନେ କିଣିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ଓ ସ୍ୱାସ୍ଥ୍ୟ ଅଧିକାରୀ ।