ସୀମାରେ ଚୀନ ଚାଲ୍ ଖେଳୁଛି, ଉତ୍ତେଜନା ବଢୁଛି । ଯଦି ଭାରତ-ଚୀନ ମୁହାଁମୁହିଁ ହୁଅନ୍ତି କିଏ କାହା ଉପରେ ପଡିବ ଭାରି ? ଦେଖନ୍ତୁ କେତେ ଶକ୍ତିଶାଳୀ ଭାରତୀୟ ସେନା ଓ ଡ୍ରାଗନ ସେନା ?

4,559

କନକ ବ୍ୟୁରୋ: ସାଙ୍ଘାତିକ ହେଉଛି ସୀମାରେ ସ୍ଥିତି । ଲଦାଖ ସୀମାରେ ବଢୁଛି ଉତ୍ତେଜନା । କୁହୁଳିବାରେ ଲାଗିଛି ଭାରତ-ଚୀନ ସୀମା ବିବାଦ । ଲଗାତାର ଦେଢମାସ ହେବ ଭାରତ-ଚୀନ ମଧ୍ୟରେ ଲାଗି ରହିଛି ସୀମା ବିବାଦ । ଚୀନ ବାରମ୍ବାର ସୀମାରେ ନିର୍ମାଣ କାମ କରୁଥିବାରୁ ଏହାକୁ ବିରୋଧ କରିଛି ଭାରତୀୟ ସେନା । ତେବେ ଗତ କିଛି ଦିନ ହେବ ଲଦାଖ ସୀମାରେ ଉପୁଜିଛି ଉତ୍ତେଜନାମୂଳକ ପରିସ୍ଥିତି । ଚୀନ ସେନା ଭାରତୀୟ ସେନାଙ୍କ କାର୍ଯ୍ୟରେ ବେଆଇନ ହସ୍ତକ୍ଷେପ କରୁଥିବାରୁ ଦୁଇ ଦେଶର ସୈନିକ ମୁହାଁମୁହିଁ ହୋଇଛନ୍ତି । ପରିସ୍ଥିତି ଏମିତି ହୋଇଛି ଉଭୟ ଭାରତ ଓ ଚୀନ ନିଜ ସୀମାରେ ସେନା ଛାଉଣୀ କରିଛନ୍ତି । ତେବେ ଦୁଇ ଦେଶର ପ୍ରସ୍ତୁତି ଯୁଦ୍ଧ ଭଳି ବୋଲି ଆଶଙ୍କା କରିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ।

ସେପଟେ ଭାରତ-ଚୀନ ମଧ୍ୟରୁ ସେନା ସଂଖ୍ୟାରେ ଆଗରେ ଅଛି ଚୀନ । ଭାରତର ସୈନିକମାନେ ବି କିଛି କମ୍ ନୁହଁନ୍ତି । କୁହାଯାଏ ଭାରତୀୟ ଯବାନ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଓ ଲଢୁଆ ସୈନିକ । ଜାଣନ୍ତୁ କେଉଁ ଦେଶରେ ଅଛି କେତେ ସାମରିକ କ୍ଷମତା…?

ଭାରତ-ଚୀନ ମଧ୍ୟରେ ଯଦି ଯୁଦ୍ଧ ହୁଏ ତେବେ ଦୁଇ ଦେଶର ପାଖାପାଖି ୩୪୮୮ କିଲୋମିଟର ସୀମା ଉପରେ ବଡ ପ୍ରଭାବ ପଡିବ । ପିଓକେ, ଲଦାଖ, ତିବତ ସମତେ ଉତ୍ତର-ପୂର୍ବ ରାଜ୍ୟରେ ଯୁଦ୍ଧର ପ୍ରଭାବ ପଡିବାର ଆଶଙ୍କାର ରହିଛି । ତେବେ ଭାରତ ପାଖରେ ୧୪. ୪୪ ଲକ୍ଷ ଯବାନ ସକ୍ରିୟ ଥିବାବେଳେ ୨୧ ଲକ୍ଷ ରିଜର୍ଭ ରହିଛନ୍ତି । ସେହିପରି ଚୀନ ପାଖରେ ୨୧.୮୩ ଲକ୍ଷ ସକ୍ରିୟ ଯବାନ ରହିଥିବା ବେଳେ ୫.୧୦ ଲକ୍ଷ ରିଜର୍ଭ ରହିଛନ୍ତି ।

ଭାରତ ପାଖରେ ୪୨୯୨ ଲଢୁଆ ଟ୍ୟାଙ୍କ, ୮୬୮୬ଟି ସଶସ୍ତ୍ର ଯୁଦ୍ଧ ଯାନ, ୨୩୫ଟି ସ୍ୱୟଂଚାଳିତ ଆର୍ଟିଲାରୀ, ୪୦୬୦ଟି ଫିଲ୍ଡ ଆର୍ଟିଲାରୀ ଏବଂ ୨୬୬ଟି ରକେଟ ଲଞ୍ଚର ରହିଛି । ସେହିପରି ଚୀନ ପାଖରେ ୩୫୦୦ ଲଢୁଆ ଟ୍ୟାଙ୍କ, ୩୩ ହଜାର ସଶସ୍ତ୍ର ଯୁଦ୍ଧ ଯାନ, ୩୮୦୦ଟି ସ୍ୱୟଂଚାଳିତ ଆର୍ଟିଲାରୀ, ୩୬୦୦ ଫିଲ୍ଡ ଆର୍ଟିଲାରୀ ଏବଂ ୨୬୫୦ଟି ରକେର୍ଟ ଲଞ୍ଚର ରହିଛି ।


ତେବେ ବାୟୁସେନାରେ ଦୁଇ ଦେଶ ମଧ୍ୟରୁ ଭାରତ ପାଖରେ ମୋଟ ୨୧୨୩ଟି ବିମାନ ରହିଛି । ଯେଉଁଥିରେ ୫୩୮ଟି ଲଢୁଆ ଏବଂ ୧୭୨ଟି ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇ ରହିଛି । ୨୫୦ ବିମାନ ପରିବହନ ପାଇଁ, ୭୭ଟି ସ୍ୱତନ୍ତ୍ର ମିଶନ, ୭୨୨ଟି ହେଲିକପ୍ଟର ଏବଂ ୨୩ଟି ଲଢୁଆ ହେଲିକପ୍ଟର ରହିଛି । ସେହିପରି ଚୀନ ପାଖରେ ମୋଟ ୩୨୧୦ଟି ବିମାନ ରହିଛି । ଯେଉଁଥିରୁ ୧୨୩୨ଟି ଲଢୁଆ, ୩୭୧ଟି ଆକ୍ରମଣ ପାଇଁ ରହିଛି । ୨୨୪ ପରିବହନ ପାଇଁ, ୧୧ ସ୍ୱତନ୍ତ୍ର ମିଶନ ପାଇଁ ରଖିଥିବା ବେଳେ ୯୧୧ ହେଲିକପ୍ଟର ଏବଂ ୨୮୧ଟି ଲଢୁଆ ହେଲିକପ୍ଟର ରହିଛି ।

ସେପଟେ ନୌସେନା କ୍ଷେତ୍ରରେ ଭାରତ ପାଖରେ ୨୮୫ଟି ଫ୍ଲାଇଟ ରହିଛି । ଗୋଟିଏ ବିମାନ ବୁହା ଜାହାଜ, ୧୬ଟି ବୁଡା ଜାହାଜ, ୧୦ଟି ବିନାଶକାରୀ, ୧୩ଟି ଫ୍ରିଗେଟ୍ସ, ୧୯ଟି କର୍ଭେଟ୍ସ ଏବଂ ୧୩୯ଟି ତଟରକ୍ଷୀ ଯୁଦ୍ଧାସ୍ତ୍ର ରହିଛି । ସେହିପରି ଚୀନ ପାଖରେ ୭୭୭ଟି ଫ୍ଲାଇଟ, ୨ଟି ବିମାନ ବୁହା ଜାହାଜ, ୭୪ଟି ବୁଡା ଜାହାଜ, ୩୬ଟି ବିନାଶକାରୀ, ୫୨ଟି ଫ୍ରିଗେଟ୍ସ ଏବଂ ୨୨୦ଟି ତଟରକ୍ଷୀ ଯୁଦ୍ଧାସ୍ତ୍ର ରହିଛି ।

ତେବେ ଚୀନ ସୈନିକ ଦରକାର ପଡିଲେ କୁମ୍ଫୁ କିମ୍ବା ମାର୍ଶଲ ଆର୍ଟର କଳା କୌଶଳ ଆପଣେଇ ପାରନ୍ତି । ବିନା ଅସ୍ତ୍ରଶସ୍ତ୍ରରେ ସେମାନେ ଆବଶ୍ୟକ ପଡିଲେ ଯୁଦ୍ଧ ବି କରିପାରିବେ । ବଡ କଥା ହେଉଛି ଚୀନ ସେନା ପୁଷ୍ଟିକର ଖାଦ୍ୟର ଅପେକ୍ଷା ନକରି ପଶୁ, ପକ୍ଷୀ, ସାପ, ବେଙ୍ଗ କିମ୍ବା ବିଛା ଖାଇ ବି ଭୋକ ମେଣ୍ଟାଇ ପାରିବେ ଏବଂ ଯୁଦ୍ଧ ଲଢିପାରିବେ ।
ସେପଟେ ନଜର ପକାନ୍ତୁ କେଉଁ କେଉଁ କ୍ଷେତ୍ରରେ ଭାରତ ଠାରୁ ଶକ୍ତିରେ କମ ପଡିବ ଚୀନ । ଚୀନର ବିମାନ କମ ଇନ୍ଧନ ଏବଂ ଅସ୍ତ୍ରଶସ୍ତ୍ର ଧରି ଉଡିପାରିବ ମାତ୍ର ମଝି ଆକାଶରେ ଇନ୍ଧନ ଭରିବାର କ୍ଷମତା ଚୀନ ପାଖରେ ନାହିଁ ଯାହା ଭାରତ ପାଖରେ ଅଛି ।

ତେବେ ଭାରତ ପାଖରେ ମିରାଜ-୨୦୦୦, ମିଗ- ୨୯, ସୁଖୋଇ-୩୦ ଏବଂ ରାଫେଲ ଭଳି ଲଢୁଆ ବିମାନ ରହିଛି । ଆଉ ଏସବୁ ବିମାନ ୩୦୦୦ କି.ମି ଦୂର ଯାଏଁ ଆକ୍ରମଣ କରିପାରିବାର କ୍ଷମତା ରଖିଛି । ଭାରତ ପାଖରେ ଥିବା ୪ଟି ଚିନୁକ ହେଲିକପ୍ଟର ଅସ୍ତ୍ରଶସ୍ତ୍ର ବୋହିବାରେ ସାହାଯ୍ୟ କରିବ । ବଡକଥା ହେଉଛି ମିଶାଇଲ କ୍ଷେତ୍ରରେ ଭାତର ପାଖରେ ସବୁଠାରୁ ଶକ୍ତିଶାଳୀ ବ୍ରହ୍ମୋଶ ରହିଛି । ଯାହା ସହ ଚୀନ ଟକ୍କର ଦେବା ଅସମ୍ଭବ ।