ଗୁରୁପ୍ରିୟାରେ ସେତୁ ହେବା ପରେ ବିକାଶ ଦେଖିଲା ସ୍ୱାଭିମାନ ଅଂଚଳ ! ଲାଲବାହିନୀର ଅଭେଦ୍ୟଗଡରେ ଝୁଲା ପୋଲ କଲା ପ୍ରଶାସନ ।

117

କନକ ବ୍ୟୁରୋ : ବିକାଶ ଦେଖୁଛି ସ୍ୱାଭିମାନ ଅଂଚଳ । ଗୁରୁପ୍ରୀୟା ସେତୁ ନିର୍ମାଣ ପରେ ସ୍ୱାଭିମାନ ଅଂଚଳରେ ଦ୍ରୁତ ଗତିରେ ମାଡି ଚାଲିଛି ବିକାଶର ଗାଡି । ଗୁରୁପ୍ରୀୟା ସେତୁ ନିର୍ମାଣ ପରେ ବୁଡି ଅଂଚଳରେ ବିକାଶ ପାଦ ଥାପିଛି । ବର୍ଷ ବର୍ଷ ଧରି ନିର୍ମାଣ ହୋଇ ପାରୁ ନ ଥିବା ସାର୍କୁବନ୍ଧ ଝୁଲା ପୋଲ ଏବେ ଶେଷ ପର୍ଯ୍ୟାୟରେ ପହଂଚିଛି ।  ଆଉ ଦିନ କେଇଟା ପରେ ଚିତ୍ରକୋଣ୍ଡାର ବୁଡି ଅଂଚଳକୁ ବାହ୍ୟ ଜଗତ ସହ ଯୋଡିବ ସାର୍କୁବନ୍ଧ ଝୁଲା ପୋଲ । ଆସନ୍ତୁ ଜାଣିବା ସ୍ୱାଭିମାନ ଅଂଚଳରେ ବିକାଶର ପୋଲ ବାବଦରେ ।

ବିକାଶ ଦେଖୁଛି ସ୍ୱାଭିମାନ ଅଂଚଳ । ସ୍ୱାଭିମାନ ଅଂଚଳରେ ବିକାଶର ପୋଲ । ମାଲକାନଗିରିର ବୁଡି ଅଂଚଳ ଓ ଏହାର ଆଖ ପାଖ ଅଂଚଳରେ ଚାଲେ ଲାଲ ସଂଗଠନର ଆତଙ୍କ ରାଜ୍ । ବିଛିନ୍ନାଂଚଳର ଚାରିଆଡେ ଦେଖିବାକୁ ମିଳେ ମାଓବାଦୀଙ୍କ ସହୀଦ ସମ୍ଭବ ଆଉ ସ୍ମାରକୀ । ଲାଲବାହିନୀରେ ନାଲି ଆଖିରେ ସବୁ ବେଳେ ଥରହର ହେଉଥିବା ବୁଡି ଅଂଚଳରେ ଫେଲ ମାରିଥିଲା ସବୁ ସରକାରୀ ଯୋଜନା । ଆଉ ଦଶନ୍ଧି ଦଶନ୍ଧି ଧରି ବିଭିନ୍ନ ନଦୀନାଳ ପାରି ହୋଇ ଯା’ଆସ କରନ୍ତି ଏଠାକାର ଆଦିବାସୀ ମଣିଷ ।

ଗୁରୁପ୍ରିୟାରେ ସଂପର୍କର ସେତୁ ନିର୍ମାଣ ପରେ ମାଓ ଉପଦ୍ରୁତ ଇଲାକାରେ ବହୁଛି ପରିବର୍ତନର ହାଓା । ସ୍ୱାଭିମାନ ଅଂଚଳରେ ତିଆରି ହୋଉଛି ବିକାଶର ପୋଲ । ବୁଡି ଅଂଚଳର ରାଲେଗାଡା ଓ ଧୁଳିପୁଟ ପଂଚାୟତର ପ୍ରାୟ ୩୦ଟି ଗାଁକୁ ବାହ୍ୟ ଜଗତ ସହ ଯୋଡିବା ପାଇଁ ସାର୍କୁବନ୍ଧ ନାଳ ଉପରେ ପ୍ରଶାସନ ନିର୍ମାଣ କରୁଛି ଝୁଲା ପୋଲ । ଗୁରୁପ୍ରୀୟା ସେତୁ ନିର୍ମାଣ ହେବା ପରେ ସ୍ୱାଭିମାନ ଅଂଚଳରେ ଯୋର ଧରିଛି ସେତୁ ନିର୍ମାଣ କାମ । ୧୦୦ ମିଟର ଲମ୍ବ ଝୁଲା ପୋଲ କାମ ଡିସେମ୍ବର ମାସରୁ ଆରମ୍ଭ ହୋଇଥିବା ବେଳେ ଶେଷ ପର୍ଯ୍ୟାୟରେ ପହଁଚିଛି । ବର୍ଷ ବର୍ଷ ଧରି ନିଜ ଅଂଚଳରେ ପରାଧିନ ଜୀବନ ବିତାଉ ଥିବା ଲୋକ ଘଂଚ ଜଙ୍ଗଲ ଭିତରେ ଲୁହା ପୋଲକୁ ଦେଖି ବେଶ ଉତ୍ସାହିତ ଅଛନ୍ତି ।

ସାର୍କୁବନ୍ଧ ଝୁଲା ପୋଲର କାହାଣୀ…

୨୦୧୩–୧୪ ଆର୍ଥିକ ବର୍ଷରେ ସାର୍କୁବନ୍ଧ ନାଳ ଉପରେ ଝୁଲା ପୋଲର ଯୋଜନା କରାଯାଇଥିଲା ।୧୦୦ ମିଟର ଲମ୍ବର ପୋଲ ପାଇଁ ସେହି ବର୍ଷ ଆଇ.ଟି.ଡି.ଏ ପକ୍ଷରୁ ଟେଣ୍ଡର ଡକା ଯାଇଥିଲା । କୋଲକାତାର ଏକ ଘରୋଇ କମ୍ପାନୀ ୩ କୋଟି ୭୪ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ କାମ ଆରମ୍ଭ କରିଥିଲା । ହେଲେ ମାଓବାଦୀଙ୍କ ନାଲିଆଖି ଯୋଗୁ ୫ ବର୍ଷ ହେବ ପୋଲ ନିର୍ମାଣ ବନ୍ଦ ରହିଥିଲା । ଗୁରୁପ୍ରୀୟା ସେତୁ ଠାରୁ ସାର୍କୁବନ୍ଧ ଝୁଲା ପୋଲର ଦୂରତା ମାତ୍ର ୩ କିଲୋମିଟର । ତେବେ ଗୁରୁପ୍ରୀୟା ସେତୁ ନିର୍ମାଣ ପରେ ବି.ଏସ.ଏଫ ଏବଂ ଓଡିଶା ପୋଲିସର ମିଳିତ ତତ୍ୱାବଧାନରେ ଚାଲିଛି ପୋଲ ନିର୍ମାଣ କାମ ।