ମନ୍ତ୍ର ପାଠରୁ ମେଧାବୀ ଛାତ୍ର : ସଂସ୍କୃତିର ସଂସ୍କାର ଭିତରେ ସୃଷ୍ଟି ଆଇଟି ଇଂଜିନିୟର

227

special report-mattur village karnatak

ମାଥୁର , କର୍ଣ୍ଣାଟକ ଜିଲ୍ଲାରେ ଅବସ୍ଥିତ ଏକ ଏପରି ଗାଁ ଯେଉଁଠି ସଂସ୍କୃତ ଭାଷାକୁ ଖୁବ୍ ପ୍ରାଧାନ୍ୟ ଦିଆଯାଇଛି। ଗାଁର ପ୍ରତି ଲୋକ ସଂସ୍କୃତ ଭାଷାରେ ହିଁ କଥାବାର୍ତା ହୁଅନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ଯେ ଏହି ଗାଁ ର , ପ୍ରତି ଘରେ ଜଣେ ଜଣେ ଇଂଜିନିୟର ଅଛନ୍ତି ।

special report-mattur village karnatak

ମାଥୁର ଗାଁର ଲୋକମାନେ ବୈଦିକ ଜୀବନଶୈଳୀକୁ ଆପଣାଇଥାନ୍ତି। ଗ୍ରାମବାସୀଙ୍କ ଦୈନିକ ଜୀବନଚର୍ଯ୍ୟା ବିତେ ବୈଦିକ କ୍ରିୟାକର୍ମାନୁସାରେ ଏବଂ ପାରମ୍ପରିକ ପାଠଶାଳାରେ ଏମାନେ ଉଚ୍ଚାରଣ କରିଥାନ୍ତି ବୈଦିକ ଶ୍ଳୋକ । ଗାଁର ଲୋକମାନଙ୍କ କହିବାନୁସାରେ ସଂସ୍କୃତ ଭାଷା ଶିକ୍ଷାରେ ସେମାନଙ୍କର ଖୁବ୍ ଉନ୍ନତି ହୋଇଛି। ଏହା ତାଙ୍କୁ ଗଣିତ ବିଦ୍ୟା ଓ ତର୍କଶାସ୍ତ୍ରରେ ବହୁତ ଉପଯୋଗୀ ସାବ୍ୟସ୍ତ ହୋଇଛି। ମେଧାଶକ୍ତିରେ ବୃର୍ଦ୍ଧି ଘଟିଛି। ଯାହାଦ୍ୱାରା ଏହି ଗାଁର ପ୍ରତି ଘରେ ଘରେ ଛାତ୍ରମାନେ ଇଂଜିନିୟର ଓ ଡାକ୍ତରିପାଠ ଭଳି ଉଚ୍ଚତର ପାଠ ପଢାରେ ସଫଳ ହୋଇପାରିଛନ୍ତି।

karnatakas-mattur-a-sanskrit-speaking-village-with-almost-one-it-professional-per-familyଏକବିଂଶ ଶତାଦ୍ଦୀରେ ବିଶ୍ୱରେ ମାଥୁର ଏକ ଏପରି ସ୍ଥାନ। ଯେଉଁଠି ପ୍ରତି ଲୋକ ସଂସ୍କୃତରେ ହିଁ କଥାବାର୍ତା ହୋଇଥାନ୍ତି। ୧୯୮୧ ମସିହାରେ ଆରମ୍ଭ ହୋଇଥିଲା ଏହି ସ୍ଥାନରେ ସଂସ୍କୃତ ଭାଷାର ଅଭିଯାନ। ସାଂସ୍କ୍ରିତା ଭାରତୀ ନାମକ ଏକ ସଂଗଠନ ଏହି ଶାସ୍ତ୍ରୀୟ ଭାଷାର ପ୍ରଚଳନ ଆରମ୍ଭ କରିଥିଲେ । ୧୦ ଦିନର ସଂସ୍କୃତ ଭାଷାର ଏକ ଶିକ୍ଷା କର୍ମଶାଳା ମାଥୁରରେ ଆରମ୍ଭ କରିଥିଲେ ଏବଂ ଏହାର ଖୁବ୍ ପ୍ରତିଫଳନ ଘଟିଥିଲା ମାଥୁର ଗ୍ରାମବାସୀଙ୍କ ଉପରେ । ସେହି ୧୦ ଦିନର ସଂସ୍କୃତ ଶିକ୍ଷା କର୍ମଶାଳା ବଦଳାଇଦେଲା ମାଥୁରବାସୀଙ୍କ ଜୀବନଶୈଳୀକୁ । ସଂସ୍କୃତକୁ ପ୍ରଧାନ ଭାଷା ଭାବେ ବାଛିନେଲେ ଏମାନେ।

ମାଥୁରର ପିଲାମାନେ ଆଜି ସବୁଥିରେ ଆଗରେ । ଗାଁରେ ଗଢିଉଠିଥିବା ପାରମ୍ପାରିକ ପାଠଶାଳାରେ ଛାତ୍ରମାନେ ପୁରୁଣା ସଂସ୍କୃତ ତାଳପତ୍ର ପୋଥି ସଂଗ୍ରହ କରି ,ସେହି ଲେଖାକୁ କଂପୁଟରରେ ଟାଇପ କରିରଖନ୍ତି ଏବଂ ତାକୁ ସାଧାରଣ ଲୋକ ପଢିବା ପାଇଁ ଆଉ ଥରେ ଲେଖି ଛାପା ଉପଯୋଗୀ କରିଥାନ୍ତି ।

ମାଥୁରର ୩୦ ଜଣ ମେଧାବୀ ସଂସ୍କୃତ ପ୍ରଫେସର କୁବେମ୍ପୁ , ବେଙ୍ଗାଲୁରୁ ,ମଇଶୁର ,ମାଙ୍ଗାଲୋର ଆଦି ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରନ୍ତି ।