ସୋସିଆଲରେ ଭାଇରାଲ : ୨୦୦ମିଟର ଉଚ୍ଚରୁ ଡେଇଁ ଷ୍ଟଂଟ ଦେଲେ ଦୁବାଇର ଜଣେ ବ୍ୟକ୍ତି

53

maxresdefaultଅଦ୍ଭୂତ ଆଶ୍ଚର୍ଯ୍ୟ । ଏମିତି ବ୍ୟକ୍ତି ଅଛନ୍ତି ସେମାନେ କରିଦେଖେଇଥାନ୍ତି ଆଶ୍ଚର୍ଯ୍ୟକର କାମ । ଯାହାକୁ ଦେଖିଲେ ତାଜୁବ୍ ହୋଇଯିବ ମଣିଷ । ଏମିତି ଜଣେ ବ୍ୟକ୍ତି ଚକିତ କଲାଭଳି କାମ କରିଛନ୍ତି ।

cheating-death-is-sports-1430316817ଦୁବାଇର ଏହି ବ୍ୟକ୍ତି ପାଖାପାଖି ୨୦୦ମିଟର ଉଚ୍ଚାରୁ ଏକ ନଭଶ୍ଚୁମ୍ବୀ ବିଲଡିଂ ଉପରୁ ଡେଇଁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ସମସ୍ତଙ୍କୁ । ଏ ଭିଡିଓ ଏବେ ସାମ୍ନାକୁ ଆସିଛି । ଆଉ ଏହି ଭିଡିଓ ସୋସିଆଲରେ ଭାଇରାଲ ସାଜିଛି ।

ବ୍ୟକ୍ତି ଜଣକ ଏତେ ଉଚ୍ଚରୁ ଡେଇଁଲା ବେଳେ ନିଜ ମୁଣ୍ଡରେ ଏକ କ୍ୟାମେରା ଲଗାଇଥିଲେ ଏବଂ ଏହାର ଭିଡିଓ ସେ ୟୁଟୁବରେ ସେୟାର କରିଛନ୍ତି । ଉଚ୍ଚ ବିଲ୍ଡିଂରୁ ଡେଇଁଲା ପରେ ଆକାଶରେ ବାଦଲ ଭିତରେ ପାରାଚ୍ୟୁଟର ସହାୟତାରେ ଭୂମିକୁ ଓହ୍ଲାଇଥିଲେ ।

ଦେଖନ୍ତୁ ଏହି ବିପଦପୂର୍ଣ୍ଣ ଷ୍ଟଂଟର ଭିଡିଓ –