ବିଷ ହୋଇ ଗଲା ସ୍ତ୍ରୀର ବିଶ୍ୱାସ : ସ୍ତ୍ରୀକୁ ଅସୁନ୍ଦରୀ କରିବା ପାଇଁ ସ୍ୱାମୀ କାମୁଡିଲେ ସ୍ତ୍ରୀର ନାକ

116

nose-2କୁହାଯାଏ ସ୍ୱାମୀ-ସ୍ତ୍ରୀର ସଂପର୍କ ଏକ ମଧୁର ସଂପର୍କ । ଦୁହେଁ ଦୁହିଁଙ୍କ ପାଇଁ ସାତ ଜନ୍ମର ସାଥୀ । ଥରେ ଅଗ୍ନିକୁ ସାକ୍ଷୀ ରଖି ହାତ ଗଣ୍ଠି ପଡିଗଲେ ଏ ସଂପର୍କର ଡୋର ବାନ୍ଧି ହୋଇଯାଏ ସାତ ଜନମ ପାଇଁ । କିନ୍ତୁ ବେଳେବେଳ ଏମିତି ଘଟେ ସେହି ମଧୁର ବନ୍ଧନ ହଜିଯାଏ ଅବିଶ୍ୱାସର ଅନ୍ଧକାରରେ । ଅତି ନିଜର ସ୍ତ୍ରୀ ହୋଇଯାଏ ସାତ ପର । ଆଖିରେ ଘର କରେ ଅବିଶ୍ୱାସର ଅନ୍ଧପୁଟୁଳୀ ।

nose-1ଏମିତି ଏଜ ଘଟଣା ଘଟିଛି ଶାହଜାହାଁପୁର ,ନରୋଥା ହଂସରାମ ଗାଁରେ । ସଂଜିବ ରାଠୋର ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀର ଚରିତ୍ରକୁ ସଂଦେହ କରି କରିଛନ୍ତି ଏକ ଜଘଣ୍ୟ କାଣ୍ଡ । ନିଜ ସ୍ତ୍ରୀକୁ ଅସୁନ୍ଦରୀ କରିବା ପାଇଁ ରାଗରେ କାମୁଡିଛନ୍ତି ସ୍ତ୍ରୀର ନାକ ।

ସୂଚନା ଅନୁସାରେ ସଂଜୀବ ଓ କମଲେଶ ପରସ୍ପରକୁ ୭ ବର୍ଷ ତଳେ ବିବାହ କରିଥଲେ । ସେମାନଙ୍କର ଏକ ୬ ବର୍ଷର ଝିଅ ମଧ୍ୟ ଅଛି । କିନ୍ତୁ ଆଉ କାହା ସହ ସ୍ତ୍ରୀ କମଲେଶର ଖରାପ ସଂପର୍କ ଥିବାର ସଂଦେହ କରିଥିଲେ ସଂଜୀବ ।  ଗତ ବୁଧବାର ଦିନ ସ୍ତ୍ରୀ କମଲେଶ ଫୋନରେ କାହା ସହ କଥା ହେଉଥିଲେ । ସଂଜୀବ ଏହା ଦେଖି ସହିପାରିଲେନି । ସଂଦେହ ମାନିଲାନି ସ୍ତ୍ରୀର ସ୍ନେହ ପ୍ରୀତି । ମଦ ନିଶାରେ ଥିବା ସଂଜୀବ ସ୍ତ୍ରୀ କମଲେଶ ସହ ଝଗଡା କରିବା ଆରମ୍ଭ କରିଦେଲେ ଏବଂ ସ୍ତ୍ରୀକୁ ଅସୁନ୍ଦରୀ କରିଦେଲେ ସବୁ ଠିକ ହୋଇଯିବ ଭାବି ରାଗରେ ସ୍ତ୍ରୀର ନାକକୁ ମାମୁଡି ଖଣ୍ଡିଆ କରିଦେଇଥିଲେ ।

ଏଖବର ପରେ ସଂଜୀବଙ୍କ ନାଁରେ ଏତଲା ଦିଆଯାଇଛି । ସଂଜୀବ ଏବେ ଫେରାର ।