ଭାଇରାଲ ହେଉଛି ଗଣେଶ ଅବତାର : ଚର୍ଚ୍ଚା ଜନ୍ମ ନେଇଛନ୍ତି ଗଜାନନ

209

viral-1-580x395 (1)ଅନେକ ସମୟରେ ଏ ଯୁଗରେ ଅନେକ ଆଶ୍ଚର୍ଯ୍ୟକର ଘଟଣା ସବୁ ଘଟିଚାଲିଛି। ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି। ଏବେ ଏମିତି ଏକ ଘଟଣା ଘଟିଛି। ଜନ୍ମ ନେଇଛନ୍ତି ଭଗବାନ ଗଣେଶ। ସୋସିଆଲରେ ଭାଇରାଲ ସାଜିଛି ଏ ଖବର। କର୍ଣ୍ଣାଟକର ତେରଦାର ନାମକ ଗାଁରେ ଜଣେ ପିଲା ଅବିକଳ ଭଗବାନ ଗଣେଶଙ୍କ ରୂପ ନେଇ ଜନ୍ମ ହୋଇଛି । ଯାହାକୁ ଦେଖି ଲୋକମାନେ ସାକ୍ଷାତ ଭଗବାନ ଗଣେଶ ବୋଲି ମାନିନେଇଛନ୍ତି ।

ଫେସବୁକ, ଟ୍ୱୁଟର ଆଦି ସୋସିଆଲ ମିଡିଆରେ ଗଣେଶଙ୍କ ରୂପ ଧାରୀ ଏହି ଅଦ୍ଭୂତ ପିଲାର ଫଟୋ ଖୁବ୍ ଘୂରି ବୁଲୁଛି। ଏହି ପିଲାର ପୂରା ଶରୀର ମଣିଷ ଶରୀର ପରି । ହେଲେ ଭଗବାନ ଗଣେଶଙ୍କ ଭଳି ଏହାର ଶୁଂଢ ଅଛି ଏବଂ କାନ ମଧ୍ୟ ଗଣେଶଙ୍କ କାନ ଭଳି ବଡ। ଗଣେଶ ଭଗବାନ ରୂପି ଏହି ପିଲାକୁ ଦର୍ଶନ କରିବାକୁ ବହୁ ଦୂର ଦୂରାନ୍ତରୁ ଲୋକେ ଛୁଟିଛନ୍ତି ।

viral-2ପିଲାଟିକୁ ଦେଖିଲେ ଲାଗୁଛି ଯେମିତି ସେ କିଛି କହିବାକୁ ଚାହୁଁଚି। ପିଲାଟିର ମଥା ଓ ପେଟରେ କଳା ଟିକା ଲାଗିଛି । ହାତରେ ପିନ୍ଧିଛି ମୋତିର ମାଳା । ଫଟୋର ପଛକୁ ଦେଖିଲେ ଲାଗୁଛି ପିଲାଟି ଏକ ଘରେ ବସିଥିବାର ଫଟୋ ।

କର୍ଣ୍ଣାଟକର ଏ ଭାଇରାଲ ଘଟଣାର ସତ୍ୟାସତ୍ୟ ଜାଣିବାକୁ ଏବିପି ନ୍ୟୁଜ୍ ଏକ ଯାଂଚ ଅଭିଯାନ କରିଥିଲା। ଜାଣିବାକୁ ପାଇଥିଲା ଯେ ୨୦୧୪ରେ ବି ଏହି ଫଟୋ ଭାଇରାଲ ହୋଇଥିଲା । ସେତେବେଳେ ଚର୍ଚ୍ଚା ହୋଇଥିଲା ଗଣେଶ ଭଗବାନଙ୍କ ଭଳି ଏକ ପିଲା ଗୁଜୁରାଟର ସୁରଟରେ ଜନ୍ମ ହୋଇଛି । ଏ ବିଷୟରେ ଜାଣିବାକୁ ସୁରତର ନ୍ୟୁ ସିଭିଲ ଡାକ୍ତରଖାନରେ ପ୍ରତିଦିନ ୨୦୦-୩୦୦ ଲୋକଙ୍କ ଭିଡ ଜମୁଥିଲା । ହେଲେ ଏବିପି ନ୍ୟୁଜ ଡାକ୍ତରଖାନର ଜଣେ ନର୍ସକୁ ପଚାରିବୁଝିଥିଲା ଯେ ଏମିତି ପିଲା ଏହି ଡାକ୍ତଖାନରେ ଜନ୍ମ ହୋଇନି ।

ପ୍ରକୃତରେ କହିବାକୁ ଗଲେ ଗଣେଶ ଚତୁର୍ଥୀ ପାଖେଇ ଆସିଲେ ଏମିତି ଫଟୋ ସବୁ ଚର୍ଚ୍ଚାରେ ଆସୁଛି । କିଛି ଲୋକ ବି ଏହାକୁ ସତ ମାନି ନେଉଛନ୍ତି । ହେଲେ ଏହି ଭାଇରାଲ ଫଟୋ ମିଛ ବୋଲି ଏବେ ସାବ୍ୟସ୍ତ ହେଇଛି ।ମଜାର କଥା ଯେ ଗଣେଶ ଚତୁର୍ଥୀ ସମୟରେ ଏହିଭଳି ଗୁଜବ ସବୁ ଲୋକଙ୍କ ମନରେ ଭକ୍ତି ଭାଗ ଜାଗ୍ରତ କରୁଛି ।