କନକ ବ୍ୟୁରୋ : ମଣିଷ ଘରେ ପକ୍ଷୀ। ମାଆ ଆଖି ଆତଙ୍କର ଲୁହ , ପିଲାଙ୍କ ମୁହଁରେ ଭୟର ଚିହ୍ନ। କେହି କାହାକୁ ଛାଡ଼ିବାକୁ ନାରାଜ୍। ଜାକିଜୁକି ହୋଇ ମାଆ ପାଖରେ ରହୁଛନ୍ତି। ମାଆ ଯୁଆଡ଼େ ଯାଉଛି, କିଚିରିମିଚିିରି ଶବ୍ଦ କରି ତା ପଛେ ପଛେ ଗୋଡ଼ାଉଛନ୍ତି। ଯିବେନି ବା କେମିତି। କାରଣ ସେମାନେ ଜାଣିଛନ୍ତି ମାଆ ବିନା ସେମାନଙ୍କ ଜୀବନ ଅସମ୍ଭବ।
Kanak News is now on WhatsApp
Join and get latest news updates delivered to you via WhatsApp
କାହାଣୀ ଥିଲା ଏମିତି । ଏଇ କିଛି ଦିନ ତଳେ ଏ ପିଲାଏ ଜନ୍ମ ନେଇଥିଲେ ଭୁବନେଶ୍ୱରର ଖଣ୍ଡଗିରି ଅଚଂଳରେ। ହେଲେ ହଠାତ୍ ଆଜି ଗଛ ଉପରେ ମାଆ ବାନ୍ଧିଥିବା ବସା ଭାଙ୍ଗି ଯାଇଥିଲା। ତଳେ ପଡ଼ି ଛୁଆମାନେ ବିକଳ ହୋଇପଡ଼ିଥିଲେ। କାଳେ କୁକର ବିଲେଇ ଖାଇଯିବେ ସେହି ଭୟରେ ଗାଁ ଲୋକ ଏହି ଘରେ ଆଣି ଛାଡ଼ି ଦେଇଥିଲେ ଛୁଆଙ୍କୁ ।
ମଣିଷଙ୍କୁ ଦେଖି ମାଆ ଉଡ଼ିଯାଇଥିଲା ଦୂର ଆକାଶକୁ। ସମସ୍ତେ ଭାବିଲେ ଜୀବନ ପାଇଁ ସ୍ୱାର୍ଥପର ପାଲଟିଗଲା ମାଆ। ହେଲେ ତିନି ଘଂଟା ପରେ ଖୋଜି ଖୋଜି ଛୁଆଙ୍କ ପାଖରେ ପହଂଚିଗଲା ମାଆ। ଏହାପରେ ବନବିଭାଗ ଓ ସ୍ୱେଚ୍ଛାସେବୀ ପକ୍ଷୀଙ୍କୁ ଉଦ୍ଧାର କରି ବିନ୍ଦୁ ସାଗରରେ ଛାଡ଼ିଥିଲେ। ଆଉ ଏ ଥିଲା ଦେଖିଲା ଭଳି ଦୃଶ୍ୟ। ପକ୍ଷୀଙ୍କୁ ମିଳି ଯାଇଛି ପୁନର୍ଜନ୍ମ।
ସାଧାରଣତଃ ନେପାଳ ,ଶ୍ରୀଲଙ୍କା, ମାଲେସିଆ , ଥାଇଲ୍ୟାଣ୍ଡ ଓ ଭାରତରେ ଦେଖା ଯାଆନ୍ତି ଏହି ପକ୍ଷୀ। ଇଂରାଜୀରେ ଏମାନଙ୍କ ନାଁ ଲେସର୍ ହ୍ୱିସଲିଂ ଡ଼କ୍। ଆଉ ଓଡ଼ିଆରେ କହନ୍ତି ହଂସରାଳୀ। ସନ୍ତସନ୍ତିଆ ସ୍ଥାନକୁ ଭଲ ପାଆନ୍ତି , ହେଲେ ଘର କରନ୍ତି ଗଛ କୋରଡ଼ରେ।
ଏହା ସହ ଦେଖନ୍ତୁ ଏହି ଭିଡିଓ –