ସେଲଫି ସମାଧି : ତେଲେଙ୍ଗାନାରେ ବୁଡିଗଲେ ୫ ଇଂଜିନିୟରିଂ ଛାତ୍ରଛାତ୍ରୀ

53

sakshipost%2f2016-09%2f4127a955-88d9-4516-a1a7-0c3232ebbb4c%2faଦୁନିଆ ଏବେ ଦ୍ରୁତ ଗତିରେ ସେଲଫି ଟ୍ରେଣ୍ଡ ପାଲଟି ଯାଇଛି । ହାତରେ ମୋବାଇଲ ଥିଲେ ସେଲଫିର ମଜାକୁ କେହି ଭୂଲି ପାରନ୍ତି ନାହିଁ । ଆଉ ବେଳେବେଳ ଏହି ସେଲଫି ହିଁ ବିପଦକୁ ଡାକିଆଣିଥାଏ ।

dharmasagar-0ଏମିତି ସେଲଫିକୁ ନେଇ ଦୁର୍ଘଟଣା ଘଟିଛି ତେଲେଙ୍ଗାନା ୱାରଙ୍ଗଲ ଜିଲ୍ଲାରେ । ଫଟୋ ଉଠାଇବାରେ ଅକାରଣରେ ଲିଭିଯାଇଛି ୫ ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ଜୀବନ ଦୀପ । ଧର୍ମସାଗର ଜଳଭଣ୍ଡାରରେ ସେଲଫି ଉଠାଇଥିବା ବେଳେ ପାଣିରେ ବୁଡି ଯାଇ ପ୍ରାଣ ହରାଇଛନ୍ତି ଏହି ୫ ଜଣ ଇଂଜିନିୟରିଂ ଛାତ୍ରଛାତ୍ରୀ ।

777665ସୂଚନାନୁସାରେ , ୱାରଙ୍ଗଲରେ ଥିବା ଭାଗ୍ୟଦେବୀ ଇଂଜିନିୟରିଂ କଲେଜର ୬ ଜଣ ଛାତ୍ରଛାତ୍ରୀ ନିକଟସ୍ଥ ଧର୍ମସାଗର ଜଳଭଣ୍ଡାର ନିକଟକୁ ପିକନିକ୍ କରିବାକୁ ଯାଇଥିଲେ । ଜଳଭଣ୍ଡାର ନିକଟରେ ୬ ଜଣ ଏକ ପଥର ଉପରେ ଠିଆ ହୋଇ ସେଲଫି ନେଉଥିଲେ ।

ତେବେ ,ସେଲଫି ନେଉଥିବା ଛାତ୍ରୀଙ୍କର ଅସାବଧାନତା ବଶତଃ ଗୋଡ ଖସିଯାଇଥିଲା। ସେ ପାଣିରେ ପଡି ଯାଇଥିଲେ । ତାଙ୍କୁ ରକ୍ଷା କରିବା ପାଇଁ ଅନ୍ୟମାନେ ଚେଷ୍ଟା କରୁଥିଲା ବେଳେ ପାଣିରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକ ଆର. ପ୍ରତ୍ୟୁଷା ନାମକ ଛାତ୍ରୀଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ୫ ଜଣ ଜଳଭଣ୍ଡାରରେ ବୁଡିଯାଇ ପ୍ରାଣ ହରାଇଛନ୍ତି । ଅଗ୍ନିଶମ ବିଭାଗର ସହାୟତାରେ ଏହି ଛାତ୍ରଛାତ୍ରୀଙ୍କ ମୃତ ଦେହକୁ ପାଣିରୁ ଉଦ୍ଧାର କରାଯାଇଥିଲା ।