ରିଓ ପାରାଅଲିମ୍ପିକ୍ସରେ ଦିବ୍ୟାଙ୍ଗ ଦେବେନ୍ଦ୍ର : ଗୋଟେ ହାତ ହରାଇବି ବି ସେ ବିଜେତା

79

devendra-jhajharia-s_650_090916042401ଦୃଢ ଇଚ୍ଛା ଶକ୍ତି ଦ୍ୱାରା ମଣିଷ କଣ ନକରିପାରେ ତାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଦେବେନ୍ଦ୍ର ଝାଝାରିଆ । ଗୋଟେ ହାତ ହରାଇ ବି ସେ ହରାଇ ନାହାଁନ୍ତି ଆଶା ଓ ବିଶ୍ୱାସ । ଜୀବନରେ ଗୋଟିଏ ପରେ ଗୋଟିଏ ସଫଳତା ସାଉଁଟି ଚାଲିଛନ୍ତି ।

147329538ରିଓ ଡି ଜେନେରିଓରେ ଆୟୋଜିତ ଅଲିମ୍ପିକ୍ସ ଖେଳ ପରେ ଏବେ ସମସ୍ତଙ୍କ ନଜର ପାରା ଅଲିମ୍ପିକ୍ସ ଉପରେ । ବୁଧବାର ଠାରୁ ଆରମ୍ଭ ହୋଇଥିବା ଏ ଖେଳ ଦିବ୍ୟାଙ୍ଗଙ୍କ ଆତ୍ମବିଶ୍ୱାସର ପରିଚାୟକ । ଜୀବନରେ ଅନେକ କଠିନ ପରିସ୍ଥିତର ସାମ୍ନା କରି ଏଠାରେ ପହଁଥିବା ଦିବ୍ୟାଙ୍ଗଙ୍କ କୈାଣସି ଜବାବ ନାହିଁ । ଏଥର ରିଓର ପାରା ଅଲିମ୍ପିକ୍ସକୁ ଭାରତର ଏକ ବଡ ଦଳ ଯାଉଛି ।

debe-1୨୦୦୪ରେ ଜାଭଲିନ୍ ଥ୍ରୋରେ ବିଶ୍ୱ ରେକର୍ଡ କରିଥିବା ଦେବେନ୍ଦ୍ର ଝାଝାରିଆ ସାମିଲ ହୋଇଛନ୍ତି ଭାରତୀୟ ପାରାଅଲିମ୍ପିକ୍ସ ଦଳରେ। ମନରେ ଦୃଢ ଇଚ୍ଛା ରଖିଛନ୍ତି ପୂର୍ବର ସେ ସଫଳତା ଦୋହରାଇବେ। ଭାରତକୁ ଦେବେ ଆଉ ଏକ ଗୋଲ୍ଡ ମେଡାଲ ଉପହାର।

୬୨.୧୫ ମିଟର ଜାଭଲିନ୍ ଫିଙ୍ଗି ବିଶ୍ୱ ରେକର୍ଡ କରିଥିବା ଦିବ୍ୟାଙ୍ଗ ଦେବେନ୍ଦ୍ରଙ୍କୁ ୨୦୦୫ରେ ମିଳିଥିଲା ଅର୍ଜୁନ ପୁରସ୍କାର ଏବଂ ୨୦୧୨ରେ ପଦ୍ମଶ୍ରୀରେ ବି ସମ୍ମାନୀତ କରାଯାଇଥିଲା। ଗତ ବର୍ଷ ଅକ୍ଟୋବରରେ କତାରରେ ହୋଇଥିବା  ୱର୍ଲ୍ଡ ଚମ୍ପିୟନଶିପରେ ବି ସେ ସିଲିଭର ପଦକ ପାଇଥିଲେ ।