ସିସିଟିଭିର ଭାଇରାଲ ଭିଡିଓ : ବିଫଳ ପ୍ରେମିକର ଉନ୍ମତ କାଣ୍ଡ

39

2କୁହାଯାଏ ପ୍ରେମର ଥାଏ ଅଦ୍ଭୂତ ଶକ୍ତି । ପଥରକୁ ବି ତରଳେଇ ଦିଏ ପ୍ରେମ । ପ୍ରେମ ପାଇଁ ମଣିଷ ସବୁକିଛିକୁ ପଛ କରିଦିଏ । ପ୍ରେମ ମଣିଷକୁ ମୃତ୍ୟୁ ମୁଖରୁ ବି ଫେରେଇଆଣିଥାଏ । କିନ୍ତୁ ବେଳେବେଳେ ଏ ପ୍ରେମକୁ ନେଇ ମଣିଷ ଏମିତି କାଣ୍ଡ କରିବସେ ଯାହା ପଶୁଠୁ ବି ହୀନ ମନେହୁଏ । ଏକତରଫା ପ୍ରେମ କରି ଜଣେ ଜଣକର ଜୀବନ ବି ନେଇଯାଏ ।

3ଏମିତି ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ । ପ୍ରେମରେ ବିଫଳ ପ୍ରେମିକର ଛୁରମାଡରେ ପ୍ରେମିକାର ମୃତ୍ୟୁ ହୋଇଛି । ମଙ୍ଗଳବାର ଉତର ଦିଲ୍ଲୀର ବୁରାରି ଅଂଚଳରେ ସର୍ବସମ୍ମୁଖରେ ପ୍ରେମିକ ସୁରେନ୍ଦ୍ର ସିଂହ ତାର ପ୍ରେମିକା କରୁଣାକୁ ଛୁରି ଭୂସି ହତ୍ୟା କରିଛି ।

4ସେଦିନ ସମୟ ଥିଲା ସକାଳ ୯ଟା । ପ୍ରେମିକା କରୁଣାକୁ ସ୍କୁଲ ଯିବା ବାଟରେ ଅଟକାଇ ଅଟକାଇ ଛୁରି ଭୁସିଥିଲା । ଆଉ ଦୀର୍ଘଦିନର ଏକତରଫା ପ୍ରେମର ପକାଇଥିଲା ପୂର୍ଣ୍ଣଚ୍ଛେଦ । ପ୍ରତିଶୋଧରେ ପ୍ରେମିକ ସୁରେନ୍ଦ୍ର ଏତେ ଉପରକୁ ଉଠିଯାଇଥିଲା ଯେ , ପ୍ରେମିକା କରୁଣାର ଶରୀର ନିଶ୍ଚଳ ହେବା ଯାଏ ଛୁରିଭୁସି ଚାଲିଥିଲା ସୁରେନ୍ଦ୍ର । କରୁଣା ଦେହରେ ପ୍ରାୟ ୨୨ଥର ଛୁରିଭୁସିଥିଲା ସୁରେନ୍ଦ୍ର । ସେହି ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ହଠାତ କିଛି ବୁଝି ପାରିନଥିଲେ । ପରେ କେହି ପ୍ରତିରୋଧ କରିବାକୁ ସାହାସ ଜୁଟାଇପାରିନଥିଲେ ।

କରୁଣା ନଭେଲ ରିଚେସ୍ ସ୍କୁଲରେ ଶିକ୍ଷକତା କରୁଥିଲେ । ସେ କଂପ୍ୟୁଟର ଶିକ୍ଷା ପାଇଁ ଏକ ଅନୁଷ୍ଠାନକୁ ଯାଉଥିଲେ । ସେ ଯେଉଁ ଅନୁଷ୍ଠାନରେ କଂପ୍ୟୁଟର ଶିଖୁଥିଲେ ତାର ମାଲିକ ଥିଲେ ସୁରେନ୍ଦ୍ର । କରୁଣାକୁ ଏକତରଫା ପ୍ରେମ କରୁଥିଲା ସୁରେନ୍ଦ୍ର । କିନ୍ତୁ କରୁଣା ଏହାକୁ ପ୍ରତ୍ୟାଖ୍ୟାନ କରିଆସୁଥିଲା । ଏହାସତ୍ୱେ କରୁଣାର ପିଛା କରୁଥିଲା ସୁରେନ୍ଦ୍ର । ଏନେଇ କରୁଣାର ପରିବାର ଲୋକେ ୫-୬ମାସ ତଳେ ପୁଲିସରେ ଅଭିଯୋଗ କରିଥିଲେ । ପରେ ଦୁଇ ପରିବାର ଭିତରେ ଆପୋଷ ସମାଧାନ ବି ହୋଇଥିଲା । ହେଲେ ସୁରେନ୍ଦ୍ର ମନରୁ ଲିଭିନଥିଲା ପ୍ରତିଶୋଧ ନେବାର ନିଆଁ । ଆଉ ଶେଷରେ ରଚିଥିଲା ଏଭଳି ଏକ ହୃଦୟ ବିଦାରକ ହତ୍ୟାର କାହାଣୀ ।
ଏହି ହତ୍ୟାକାଣ୍ଡର ପୂରା ଦୃଶ୍ୟ କଏଦ ହୋଇଥିଲା ଏକ ସିସିଟିଭିରେ । ଦେଖିନ୍ତୁ ସେହି ଭିଡିଓ କ୍ଲିପ୍