ମୃତ୍ୟୁ ପରର ଜୀବନ

86

organ-donation-re-L-e1452884374711କୋଏମ୍ବାଟୁରରେ ଘଟିଛି ଏଭଳି ଘଟଣା। ଜଣେ ୨୧ ବର୍ଷିୟ ମସ୍ତିଷ୍କ ମୃତ ଘୋଷିତ (ବ୍ରେନ ଡେଥ୍ )ଯୁବକର ପିତାମାତା ଦାନ କରିଛନ୍ତି ତାଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ବଂଚାଇଛନ୍ତି ଚାରି ଜଣଙ୍କ ଜୀବନ। ମୃତ୍ୟୁ ପରେବି ବଂଚି ରହିଛନ୍ତି ସେ । ଅନ୍ୟ ଜଣକ ଶରୀରରେ କାର୍ଯ୍ୟକ୍ଷମ ହୋଇଛି ସେହି ଯୁବକଙ୍କ ୬ଟି ମୂଲ୍ୟବାନ ଅଙ୍ଗ।

BR-1ହସଖୁସିରେ ବିତୁଥିଲା ଜୀବନ । ପିତାମାତାଙ୍କ ସ୍ୱପ୍ନ ପୂରା କରିବାକୁ ମନରେ ଅନେକ ଆଶା ନେଇ ଗଢୁଥିଲେ ସୁନ୍ଦର ଭବିଷ୍ୟତ । ଏହି ବର୍ଷ କୃତିତ୍ୱର ସହ ଶେଷ କରିଥିଲେ ସିଭିଲ ଇଂଜିନିୟରିଂରେ ଗ୍ରାଜୁଏସନ ଡିଗ୍ରୀ । କୁହାଯାଏ ମଣିଷ ଯାହା ଚାହିଁଥାଏ ,ବେଳେବେଳେ ସମୟ ତାର ବିପରୀତ ଦିଗରେ ବାଟ କଢାଇନିଏ। ସେୟା ହିଁ ହେଲା ଯୁବକଙ୍କ ସହ ।

BRAINଅଗଷ୍ଟ ମାସ ୨୫ ତାରିଖ । ହଠାତ୍ ତାଙ୍କର ଶରୀରରେ ମାଂସପେଶୀରେ ସଙ୍କୋଚନତା ଦେଖାଦେଲା ଏବଂ ଅପସ୍ମାର ରୋଗରେ ଆକ୍ରାନ୍ତ ହେଲେ ସେ । ଧିରେ ଧିରେ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଗଲା । ସେଠାରେ ଡାକ୍ତରମାନଙ୍କ ପରାମର୍ଶରେ ମୂର୍ଚ୍ଛା ଅବସ୍ଥାରେ ସେହି ଯୁବକଙ୍କୁ କୋଏମ୍ବାଟୁର ଜିଏସକୁ ନିଆଗଲା ।

BRମୂର୍ଚ୍ଛିତ ଯୁବକ କୋମା ଅବସ୍ଥାକୁ ଚାଲିଗଲେ । ଶରୀର ନୀରବ ନିଶ୍ଚଳ । ପିତାମାତାଙ୍କ ଆଖିରେ ଆଖିଏ ଲୁହ। ମନରେ ଅନେକ ଆଶା ଓ ଆଶଙ୍କା । ନିଜ ପୁଅର ଜୀବନ ସଂଘର୍ଷ ମୃତ୍ୟୁ ସହ। ସେଠାରେ ଡାକ୍ତରମାନେ ପରୀକ୍ଷା କଲା ପରେ ବ୍ରେନ ଡେଥ୍ ଘୋଷଣା କଲେ ।ଅକ୍ଲାନ୍ତ ଚେଷ୍ଟା ପରେ ବି ନିଜ ପୁଅ ଆଉ ବଂଚି ପାରିବନି ଜାଣି ପିତାମାତା ଡାକ୍ତରଙ୍କ ପରାମର୍ଶରେ ରାଜି ହେଲେ ପୁଅର ଅଙ୍ଗ ଦାନ ପାଇଁ। ପୁଅ ସିନା ରହିବନି ଏ ଦୁନିଆରେ ହେଲେ ତାର ଦେହର ଅଙ୍ଗତ ରହିପାରିବ । ମୃତ୍ୟୁ ପରେବି ତ କାହାର ଜୀବନ ବଂଚାଇବ । ଏଭଳି ପୂର୍ଣ୍ଣକାମ ପାଇଁ ସମ୍ମତି ପ୍ରକାଶ କଲେ ପିତାମାତା ।

HEARTଯୁବକର ୬ଟି ଅଙ୍ଗ ରୋପଣ କରାଗଲା ଅନ୍ୟ ଦେହରେ । ହୃତପିଣ୍ଡକୁ ଦିଆଗଲା ମଦୁରାଇର ଆପୋଲ ହସ୍ପିଟାଲକୁ । ଯକୃତକୁ ଦିଆଗଲା ପିଏସଜି ହସ୍ପିଟାଲକୁ । ବୃକକକୁ ଦିଆଗଲା ଶ୍ରୀ ରାମକୃଷ୍ଣ ହସ୍ପିଟାଲକୁ । ଆଖିର କର୍ଣ୍ଣିଆକୁ ଦିଆଗଲା ସାନକେରା ଚକ୍ଷୁ ହସ୍ପିଟାଲକୁ । ଏହିପରି ଭାବେ ଭିନ୍ନ ଭିନ୍ନ ଡାକ୍ତରଖାନକୁ ଯୁବକଟିର ଅଙ୍ଗ ଦାନ କରାଗଲା ଏବଂ ତୁରନ୍ତ ତାହା ରୋଗୀଙ୍କଠାରେ ଲଗାଗଲା ।

ପୁଅକୁ ହରାଇ ଦୁଃଖରେ ଭାଂଗି ପଡିଥିବା ବାପା ମା ‘ କିନ୍ତୁ ଟିକେ ପାଇଥିଲେ ଆଶ୍ୱାସନା । ଅନ୍ତତଃ ମୃତ୍ୟୁ ପରେବି ତାଙ୍କର ଯୁବକ ପୁଅ ବଂଚି ରହିବ,ଏହି ଆଶାରେ ।