ଆପଣ କେତେ ଜାଣନ୍ତି ଆରବିଆଇର ନୂଆ ଗଭର୍ଣ୍ଣରଙ୍କୁ : ପଟେଲଙ୍କ ସଂପର୍କରେ ପାଂଚଟି କଥା

65

source-.financialexpress.com

ଦୀର୍ଘ ଦୁଇମାସ ଧରି ଚାଲିଥିବା ଆଲୋଚନାର ଅନ୍ତ ଘଟିଛି। ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନଙ୍କ ଉତ୍ତରାଧିକାରୀ କିଏ ହେବ ? ଏହାର ସମାଧାନ ମିଳିଯାଇଛି । ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରର ଅନ୍ୟତମ ବିଶେଷଜ୍ଞ ଊର୍ଜିତ ପଟେଲ ହେବେ ଭାରତୀୟ ରିଜର୍ଭ ବ୍ୟାଙ୍କର ପରବର୍ତ୍ତୀ ଗଭର୍ଣ୍ଣର । ସରକାରଙ୍କ ପକ୍ଷରୁ ଏନେଇ ଗତ ଶନିବାର ଘୋଷଣା କରାଯାଇଛି ।

ଗଭର୍ଣ୍ଣର ପଦ ଦୈାଡରେ ଥିବା ୫୨ ବର୍ଷୀୟ ପଟେଲ ଅନ୍ୟମାନଙ୍କୁ ପଛରେ ପକାଇ ବାଜି ମାରିନେଇଛନ୍ତି । ଆଗାମୀ ସେପ୍ଟେମ୍ବର ୪ରେ ଆରବିଆଇର ନୂଆ ଗଭର୍ଣ୍ଣର ରୂପେ ଦାୟିତ୍ୱ ନେବେ । ଉର୍ଜିତ ପଟେଲଙ୍କ ଆଗରେ ରହିଛି ଅନେକ ଚ୍ୟାଲେଂଜ । ଯାହାଙ୍କ ଉପରେ ନ୍ୟସ୍ତ ହେବ ଦେଶର ଅର୍ଥନୀତି ସଂଚାଳନର ଭାର। ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣରଙ୍କ ବିଷୟରେ ଜାଣିବା ପାଇଁ ଏବେ ଦେଶର ସାଧାରଣ ଲୋକଙ୍କ ଠାରୁ ବୁଦ୍ଧିଜୀବୀ ଯାଏଁ ସମସ୍ତଙ୍କ ମନରେ ଆଗ୍ରହ ।

source-http://dihgtylmb6b4y.cloudfront.net/

୧ – ଉର୍ଜିତ ପଟେଲ ଲଣ୍ଡନ ସ୍କୁଲ୍ ଅଫ୍ ଇକୋନୋମିକ୍ସରୁ ବି.ଏ ପରେ ୧୯୮୬ରେ ଅକ୍ସଫୋର୍ଡ ୟୁନିଭର୍ସିଟିରୁ ଏମଫିଲ୍ ଡିଗ୍ରୀ କରିଛନ୍ତି। ୧୯୯୦ରେ ୟେଲେ ୟୁନିଭର୍ସିଟିରୁ ଅର୍ଥନୀତିରେ ଡକ୍ଟରେଟ୍ ହାସଲ କରିଛନ୍ତି।
୨ – କେନିଆରେ ଜନ୍ମ ହୋଇଥିବା ଊର୍ଜିତ ପଟେଲ ୟୁକେୟୁଏସରେ ପାଠପଢା ସାରି ଭାରତ ଫେରିଥିଲେ। ଶିକ୍ଷା ସମାପ୍ତ ପରେ ୟୁଏସରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରେ କାର୍ଯ୍ୟ ଆରମ୍ଭ କରିଥିଲେ ଉର୍ଜିତ। ସେଠାରେ ଭାରତ , ଆମେରିକା, ବାହାମାସ୍ ମିଆଁମାର ଆଦି ରାଷ୍ଟ୍ର ପାଇଁ କାମ କରୁଥିଲେ।
୩- ଏହାପରେ ସେ ଡେପୁଟେସନରେ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଆସିଥିଲେ। ଯେଊଁଠାରେ ସେ ମୁଦ୍ରାନୀତି ନିୟନ୍ତ୍ରଣ , ଋଣବଜାର , ବ୍ୟାକିଙ୍ଗ କ୍ଷେତ୍ର ସଂସ୍କାର ଓ ପେନସନ ପାଣ୍ଠି ସଂସ୍କାର କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
୪- ଫାଇନାନ୍ସ, ଏନର୍ଜି ଓ ଇନଫ୍ରାଷ୍ଟ୍ରକଚର କ୍ଷେତ୍ରରେ ୧୭ବର୍ଷର ଅନେକ ସଫଳ ଅଭିଜ୍ଞତା ପଟେଲକୁ ଆଣିଦେଇଥିଲା ଆରବିଆଇର ଗଭର୍ଣ୍ଣର ହେବାର ସୁଯୋଗ। ଆରବିଆଇର ଡେପୁଟି ଗଭର୍ଣ୍ଣର ହେବା ପୂର୍ବରୁ ଊର୍ଜିତ ପଟେଲ ବୋଷ୍ଟନ କନସଲଟିଙ୍ଗ୍ ଗ୍ରୁପର ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିଲେ। ସେ ମଧ୍ୟ ରିଲିଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ବିଜିନେସ ଡେଭଲପମେଂଟର ସଭାପତି ଥିଲେ।
urjit-1୫- ଭାରତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ସଠିକ୍ ଭାବେ ଜାର୍ଯ୍ୟନିର୍ବାହ କରି ପି.ଭି ନରସିଂହ ରାଓ, ଡଃ ମନମୋହନ ସିଂ, ପି.ଚିଦାମ୍ବରମ୍, ନରେଦ୍ର ମୋଦି, ଅରୁଣ ଜେଟଲି , ରଘୁରାମ ରାଜନ ଭଳି ବ୍ୟକ୍ତିଙ୍କ ପ୍ରିୟଭାଜନ ହୋଇପାରିଥିଲେ। ୨୦୧୩ରେ ପଟେଲଙ୍କୁ ଆରବିଆଇର ଡେପୁଟି ଗଭର୍ଣ୍ଣର ଭାବେ ଅଫର ଦିଆଯାଇଥିଲା। ଡେପୁଟି ଗଭର୍ଣ୍ଣର ଭାବେ ଆରବିଆଇରେ ରଘୁରାମ ରାଜନଙ୍କ ରାଇଟ୍ ହାଣ୍ଡ ମ୍ୟାନ ଭାବେ ପରିଚିତ ଥିଲେ। ଦେଶର ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି।

ବ୍ରିଟିଶ ଶାସନ ସମୟରେ ପଟେଲଙ୍କ ଜେଜେବାପା ଗୁଜରାଟରୁ କେନିଆକୁ ସପରିବାରେ ଚାଲିଆସିଥିଲେ। ତାଙ୍କ ବାପା କେନିଆରେ ଜନ୍ମ ହୋଇଥିଲେ ଏବଂ ନାଇରୋବିରେ ପ୍ରତିଷ୍ଠା ଲାଭ କରିଥିଲେ ।