ଗଣେଶଙ୍କ ପାଇଁ ନିଆରା ନୈବେଦ୍ୟ : ଭୋଗ ଲାଗୁଛି ମଦ ଓ ମାଂସ

27

05ଏକଥା ବିଶ୍ୱାସ ନହେଲେ ବି ସତ । କର୍ଣ୍ଣାଟକରେ ଅଛି ଏମିତି ଏକ ଅଦ୍ଭୂତ ଗାଁ । ଯେଉଁଠି ପ୍ରଭୁ ଗଣେଶଙ୍କୁ ନୈବେଦ୍ୟରେ ଅର୍ପଣ କରାଯାଉଛି ମଦ ଓ ମାଂସ ।

ବାଙ୍ଗାଲୋର ମିରର ନ୍ୟୁଜ୍ ଅନୁସାରେ , କୋପ୍ପାଲ ଜିଲ୍ଲାର ଭାଗ୍ୟନଗର ଗାଁରେ ପାଖାପାଖି ୧୦୦ କ୍ଷତ୍ରୀୟ ପରିବାର ଏମିତି ପରଂପରାରେ ବିଶ୍ୱାସ କରନ୍ତି । ଯେଉଁମାନେ ନୈବେଦ୍ୟରେ ପ୍ରଭୁଙ୍କୁ ମଦ ଓ ମାଂସ ଅର୍ପଣ କରନ୍ତି ।

1ସେମାନଙ୍କର ବିଶ୍ୱାସ ଯେ ଗଣେଶଜୀ ଶାହାହାରୀ ଖାଦ୍ୟରେ ସନ୍ତୁଷ୍ଟ ନୁହଁନ୍ତି । ଏଣୁ ଏମିତି ଆମିଷ ଦ୍ରବ୍ୟ ଠାକୁରଙ୍କୁ ଅର୍ପଣ କରନ୍ତି । ତାସହ କ୍ଷୀର ଓ ନଡିଆ ଜଳ ମଧ୍ୟ ଅର୍ପଣ କରନ୍ତି । ଯଦ୍ୱାରା ଠାକୁର ଖୁସି ହେବେ ଏବଂ ଆର୍ଶିବାଦ କରିବେ । ସେମାନଙ୍କର ପରିବାରରେ ଯଶ ,ଖ୍ୟାତି ଓ ଧନ ସଂପତିରେ ବୃଦ୍ଧି ଘଟିବ ବୋଲି ସେହି ଗାଁର ଲୋକମାନଙ୍କ ବିଶ୍ୱାସ ।