୯ ବର୍ଷର ମୁସ୍କାନ ଚଳାଉଛି ଲାଇବ୍ରେରୀ

34

2ଯେଉଁ ବୟସରେ ପିଲାମାନେ ମାତିଥାନ୍ତି ଖେଳ କୁଦରେ । ପାଠପଢା ପାଇଁ ଅନେକ ବାହାନା ବନେଇଥାନ୍ତି । ସେହି ଖେଳକୁଦ ବୟସରେ କିନ୍ତୁ ମୁସ୍କାନ କରିଛି ଏକ ଉତ୍ସାହଜନକ କାମ । ତୃତୀୟ ଶ୍ରେଣୀରେ ପଢୁଥିବା ଭୋପାଳର ଏହି ୯ ବର୍ଷର ଝିଅ ନିଜ ଉଦ୍ୟମରେ ଚଳାଉଛି ଏକ ଲାଇବ୍ରେରୀ ।

4ମୁସ୍କାନ ମନରେ ଏ ଅଦ୍ଭୂତ ପରିକଳ୍ପନା । ସମସ୍ତଙ୍କୁ କରିଛି ଚକିତ । ବୟସରେ ସାନ ହେଲେ କଣ ହେଲା , ନିଜ ଅଂଚଳର ଅନୁନ୍ନତ ସ୍ଲମ୍ ଏରିୟାର ପିଲାଙ୍କୁ ଶିକ୍ଷିତ କରିବା ପାଇଁ ଆଗେଇ ଆସିଛି ମୁସ୍କାନ । ସେମାନଙ୍କ ମନରେ ପାଠ ପ୍ରତି ଜାଗ୍ରତ କରିଛି ଇଚ୍ଛା ।

3ପ୍ରତିଦିନ ମୁସ୍କାନ ସ୍କୁଲରୁ ଫରିବା ପରେ ନିଜ ଘର ବାହାରେ ଲାଇବ୍ରେରୀର ଆସର ଖୋଲି ଦିଏ । ଆଖପାଖରେ ଖେଳୁଥିବା ପିଲାଙ୍କୁ ନିଜ ଲାଇବ୍ରେରୀକୁ ଡାକେ ଏବଂ ସେମାନଙ୍କୁ ପଢିବା ପାଇଁ ପ୍ରେରିତ କରିଥାଏ । ମୁସ୍କାନର ଏଭଳି ମହତ କାର୍ଯ୍ୟଜୁ ଦେଖି ସାହାଯ୍ୟର ହାତ ବଢାଇଛନ୍ତି ରାଜ୍ୟ ଶିକ୍ଷା ବୋର୍ଡ । ପ୍ରଥମେ ମୁସ୍କାନ ଲାଇବ୍ରେରୀକୁ ୨୫ଟି ବହି ଦେଇଥିଲେ । ମୁସ୍କାନର କୁନି ଲାଇବ୍ରେରୀଟିରେ ଏବେ ୧୨୧ଟି ବହି ରହିଛି । ଏହି ଲାଇବ୍ରେରୀର ନାଁ ବାଳ ପୁସ୍ତକାଳୟ ରଖିଛନ୍ତି ମୁସ୍କାନ ।

କଅଁଳ ବୟସରେ ମୁସ୍କାନର ଏଭଳି ଗଠନମୂଳକ କାର୍ଯ୍ୟ ପାଇଁ ଚାରିଆଡୁ ଏବେ ମିଳିଛି ଶୁଭେଚ୍ଛାର ବାର୍ତା । ମୁସ୍କାନର କୁନି ଲାଇବବ୍ରେରୀକୁ ଦେଖନ୍ତୁ ଏହି ଭିଡିଓରେ –