ମ୍ୟୁଜିୟମରେ ସୁନା ଶୈାଚାଳୟ : ଜାଣନ୍ତୁ କେଉଁଠି ଓ କେମିତି ?

29

38624cef00000578-3790888-image-a-41_1473942434346ଏକଥା ବିଶ୍ୱାସ ନହେଲେ ବି ସତ । ଏମିତି ଏକ ଶୈାଚାଳୟ ଅଛି ଯାହା ସୁନାରେ ତିଆରି ହୋଇଛି । ପୁଣି ଅଳ୍ପ ସୁନା ନୁହେଁ । ୧୮ କ୍ୟାରେଟର । ଏଭଳି ଏକ ଆଶ୍ଚର୍ଯ୍ୟକର ଶୈାଚାଳୟ ଅଛି ନ୍ୟୁୟର୍କ ସିଟିର ପ୍ରସିଦ୍ଧ ଗୁଟେନହେମ୍ ମ୍ୟୁଜିୟମରେ ।

ଏହି ମ୍ୟୁଜିୟମରେ ସେପ୍ଟେମ୍ବର ୧୫ ତାରିଖରେ ଏହି ସ୍ୱର୍ଣ୍ଣ ଶୈାଚାଳୟ ସ୍ଥାପିତ ହୋଇଛି ଏବଂ ଚୀନା ମାଟିରେ ତିଆରି ଶୈାଚାଳୟକୁ ବଦଳାଯାଇ ସ୍ୱର୍ଣ୍ଣ ଶୈାଚାଳୟ ସ୍ଥାପିତ କରାଯାଇଛି । ମ୍ୟୁଜିୟମରେ ଏହି ସ୍ୱର୍ଣ୍ଣ ଶୈାଚାଳୟକୁ ଡିଜାଇନ କରିଛନ୍ତି ଇଟାଲିଆନ୍ ଆର୍ଟିଷ୍ଟ ମାଉରିଜିଓ କାଟିଲେନ୍ ।

US-ART-WRIGHT EXHIBITଏହି ମୂଲ୍ୟବାନ ଶୈାଚାଳୟକୁ ମ୍ୟୁଜିୟମର ୪ର୍ଥ ଫ୍ଲୋରର ରେଷ୍ଟ ରୁମରେ ସ୍ଥାପିତ କରାଯାଇଛି ଏବଂ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଛି ଏହି ୧୮ କ୍ୟାରେଟ ସ୍ୱର୍ଣ୍ଣର ଶୈାଚାଳୟକୁ ।

ଏହି ଭିଡିଓରୁ ଦେଖନ୍ତୁ ସ୍ୱର୍ଣ୍ଣ ନିର୍ମିତ ଶୈାଚାଳୟକୁ –