ଶତ୍ରୁ ଦେଶରେ ସଂକଟମୋଚନ ! ପାକିସ୍ତାନରେ ମଧ୍ୟ ରହିଛି ହିନ୍ଦୁ ପରମ୍ପରାର ଛାପ

47

ଭାରତ-ପାକିସ୍ତାନକୁ ଯଦିଓ ଦୁଇଟି ଭିନ୍ନ ଭିନ୍ନ ଦେଶରେ ବାଂଟି ଦିଆଯାଇଛି ମାତ୍ର ଏହାର ଇତିହାସ ମଧ୍ୟ ସେହିଭଳି ରୋମାଂଚକ ଭରା ରହିଛି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କରାଚୀରେ ଥିବା ଭାରତୀୟ ତଥା ହିନ୍ଦୁ ସଂସ୍କୃତିର ଭଗବାନ ପଂଚମୁଖୀ ହନୁମାନ ମନ୍ଦିର । ତେବେ ହଜାର ବର୍ଷର ଏହି ଐତିହାସିକ ହନୁମାନ ମନ୍ଦିରରେ ପ୍ରତିଦିନ ଲାଗି ରହିଥାଏ ଶହଶହ ସଂଖ୍ୟକ ଭକ୍ତଙ୍କ ଭିଡ ।

ସୂନଚା ମୁତାବକ, ପାକିସ୍ତାନର କରାଚୀ ସହରରେ ଥିବା ଏହି ମନ୍ଦିରଟିର ଇତିହାସ ହେଉଛି ଖୁବ୍ ପୁରୁଣା । ଯାହା ୧୮୮୨ ମସିହାରେ ନିର୍ମାଣ କରାଯାଇଥିଲା । ଶାନ୍ତ୍ର ଅନୁସାରେ, ଏହି ମନ୍ଦିରରେ ଭଗବାନ ଶ୍ରୀରାମଙ୍କର ମଧ୍ୟ ଅବସ୍ଥାନ ରହିଛି । ମନ୍ଦିରରେ ଥିବା ପଂଚମୁଖୀ ହନୁମାନଙ୍କ ମୂର୍ତ୍ତିଟି କୌଣସି ସାଧାରଣ ମୂର୍ତ୍ତି ନୁହେଁ କାରଣ ଏହି ମୂର୍ତ୍ତିର ଇତିହାସ ହେଉଛି ହଜାର ବର୍ଷ ପୁରୁଣା ତଥା ତ୍ରେତୟା ଯୁଗର । ଏହାର ମାନ୍ୟତା ରହିଛି ଏହି ମୂର୍ତ୍ତିଟି ଆପଣା ଛାଏଁ ମାଟି ମଧ୍ୟରୁ ଉତ୍ପତି ହୋଇଛି । ତେବେ କୁହାଯାଏ, ଯଦି କେହି ଭକ୍ତ ଏହି ମନ୍ଦିରର ଚତୁଃପାଶ୍ୱର୍ରେ ୧୧ ରୁ ୨୧ ଥର ପରିକ୍ରମା ଲଗାଇ ଥାଏ ତା’ର ସମସ୍ତ ରିଷ୍ଟ ଖଣ୍ଡନ ହେବା ସହ ମନସ୍କାମନା ମଧ୍ୟ ପୁରଣ ହୋଇଥାଏ ।

ଖାଲି ସେତିକି ନୁହେଁ ଏହି ମନ୍ଦିରର ଐତିହାସିକ ମହତ୍ୱ ଏଭଳି ରହିଥିଲା କି ଭାରତର ବିଜେପି ନେତା ଲାଲକକୃଷ୍ଣ ଆଡବାଣୀ ଏବଂ ଯଶବନ୍ତ ସିଂ ମଧ୍ୟ ଉକ୍ତ ମନ୍ଦିର ଭ୍ରମଣ କରିସାରିଛନ୍ତି । ଆପଣ ଜାଣିଲେ ଚକିତ ହେବେ କି ଏହି ମନ୍ଦିର ମଧ୍ୟରେ ହିନ୍ଦୁ ପରଂପରାର ସମସ୍ତ ଦେବାଦେବୀଙ୍କର ମଧ୍ୟ ପ୍ରତିମୂର୍ତ୍ତି ରହିଛି ।