ଜିଓ ୟୁଜର୍ସଙ୍କ ପାଇଁ ଖରାପ ଖବର । ମାର୍ଚ୍ଚ ୩୧ ସୁଦ୍ଧା ବନ୍ଦ ହୋଇଯିବ ଜିଓର ମାଗଣା ସେବା

37

ନିଜର ମାଗଣା ଡାଟାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ରିଲାଏନ୍ସ ଜିଓ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ନିକଟରେ ଜିଓ ନୂଆବର୍ଷ ଅବସରରେ ହ୍ୟାପି ନ୍ୟୁ ଇୟର ୨୦୧୮ ଅଫର ଲଂଚ କରିଛି । ଯେଉଁଥିରେ ଗ୍ରାହକଙ୍କୁ ମିଳିବ ୫୦ ପ୍ରତିଶତ ଅଧିକ ଡାଟା ଏବଂ ୫୦ ଟଙ୍କାର ଶସ୍ତା ରିଚାର୍ଜ ପ୍ୟାକ୍ । ଅର୍ଥାତ୍ ୧୯୯ ଟଙ୍କାର ରିଚାର୍ଜ ପ୍ୟାକ୍ ଆପଣ ଏଣିକି ୧୪୯ଟଙ୍କାରେ ପାଇପାରିବେ ଆଉ ଏହି ଅଫର ବୈଧତା ରହିଛି ୨୮ ଦିନ ।

ମାତ୍ରା ଏସବୁ ସତ୍ୱେ ବି ଜିଓର ପ୍ରାଇମ୍ ସଦସ୍ୟଙ୍କ ପାଇଁ ଏକ ଖରାପ ଖବର ରହିଛି । ସୂଚନା ମିଳିଛି କି ପ୍ରାଇମ୍ ସଦସ୍ୟ ହୋଇଥିବା ଗ୍ରାହକଙ୍କ ପାଇଁ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଜିଓର ଅନେକଗୁଡ଼ିଏ ମାଗଣା ସେବା ବନ୍ଦ ହୋଇଯିବ । କାରଣ ୩୧ ମାର୍ଚ୍ଚ ୨୦୧୮କୁ ଜିଓର ପ୍ରାଇମ ସଦସ୍ୟତା ଶେଷ ହେଉଛି ।

ଏଠାରେ ଆମେ କହି ରଖୁଛୁ କି, ୨୦୧୭ ମସିହା ଫେବ୍ରୁଆରି ୨୧ ତାରିଖରେ ମୁକେଶ ଅମ୍ବାନି ପ୍ରଥମକରି ଜିଓର ପ୍ରାଇମ୍ ମେମ୍ବର ଅଫର୍ ଲଞ୍ଚ୍ କରିଥିଲେ । ଯାହାର ଅନ୍ତିମ ତାରିଖ ଥିଲା ମାର୍ଚ୍ଚ ୩୧। ପରବର୍ତ୍ତୀ ମୁହୂର୍ତ୍ତରେ କମ୍ପାନି ଏହାକୁ ବର୍ଦ୍ଧିତ କରି ଏପ୍ରିଲ୍ ୧୫ ଏବଂ ପରେ ଏହାକୁ ଏକ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲା । ଯଦି ଆପଣ ଏପ୍ରିଲ୍ ୧୪ ସୁଦ୍ଧା ରିଚାର୍ଜ କରିଥାନ୍ତି ତେବେ ଆପଣଙ୍କ ବୈଧତା ଚଳିତବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିଛି ।

ତେବେ, ଏହି ସଦସ୍ୟତା ସରିଯିବା ପରେ ଗ୍ରାହକ ମାଗଣା ଆପ୍ ଯେମିତିକି ଜିଓ ଟିଭି, ଜିଓ ମ୍ୟୁଜିକ୍ ଓ ଜିଓ ସିନେମା ଆଦି ବ୍ୟବହାର କରିପାରିବେ ନାହିଁ । କମ୍ପାନି ଏହି ପ୍ରାଇମ୍ ସଦସ୍ୟତାକୁ ବଜାୟ ରଖିବା ପାଇଁ ନୂଆ ଯୋଜନା ବାହାର କରିପାରେ ବୋଲି ଏକ ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ।