ଜିଓର ୩୯୯ଟଙ୍କା ରିଚାର୍ଜରେ ମିଳିବ ୭୫ ପ୍ରତିଶତ ରିହାତି

31

ରିଲାଏନ୍ସ ଜିଓ ନିଜର ବ୍ୟବହାରକାରୀଙ୍କ ପାଇଁ ଏକ ନୂତନ ଅଫରର ଘୋଷଣା କରିଛି । ଜିଓ ୩୯୯ଟଙ୍କାର ରିଚାର୍ଜ ଉପରେ ଏକ ସତନ୍ତ୍ର ଅଫର ଆରମ୍ଭ କରିଛି । ଏହି ଅଫର ଜରିଆରେ ୩୯୯ଟଙ୍କାର ରିଚାର୍ଜ କଲେ ୭୫ ପ୍ରତିଶତ ରିହାତି ମିଳିବ । ଏହି ରିଚାର୍ଜରେ ଜିଓ ବ୍ୟବହାରକାରୀ ୩୦୦ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇବେ । ଏହି ଅଫର କେବଳ ନୂତନ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ରହିଛି । ପୁରୁଣା ବ୍ୟବହାରକାରୀଙ୍କୁ ୧୨୪ଟଙ୍କାର କ୍ୟାସବ୍ୟାକ ମିଳିବ ।

ମୋବିଉଇକରୁ ଜିଓର ନୂତନ ବ୍ୟବହାରକାରୀ ୩୯୯ଟଙ୍କାର ରିଚାର୍ଜ କଲେ ନ୍ୟୁଜିଓ କୋଡ ବ୍ୟବହାର କରିବା ଦ୍ୱାରା ୩୦୦ଟଙ୍କାର କ୍ୟାସବ୍ୟାକ୍ ଓ ପୁରୁଣା ବ୍ୟବହାରକାରୀ ଜିଓ୧୪୯ କୋଡ ଡାଏଲ କରିବା ଦ୍ୱାରା ୧୨୪ ଟଙ୍କା ମିଳିବ ବୋଲି ଜଣାପଡ଼ିଛି । ଆମାଜନ୍ ପେ’ରେ ୩୯୯ଟଙ୍କାର ରିଚାର୍ଜ କରିବା ଦ୍ୱାରା ନୂତନ ଜିଓ ବ୍ୟବହାରକାରୀ ୯୯ଟଙ୍କା ଓ ପୁରୁଣା ବ୍ୟବହାରକାରୀ ୨୦ଟଙ୍କା କ୍ୟାସବ୍ୟାକ୍ ପାଇବେ । ପେଟିଏମରୁ ଜିଓର ୩୯୯ଟଙ୍କା ରିଚାର୍ଜ କଲେ ନୂତନ ବ୍ୟବହାରକାରୀ ନ୍ୟୁଜିଓ କୋଡ ଡାଏଲ କରି ୫୦ ଟଙ୍କା ଓ ପୁରୁଣା ବ୍ୟବହାରକାରୀ ପେଟିଏମଜିଓ କୋଡ ଦେବା ଦ୍ୱାରା ୧୫ଟଙ୍କାର ଫେରସ୍ତ ପାଇବେ ।

ଫ୍ଲିପକାର୍ଟର ଫୋନରେ ରିଚାର୍ଜ କଲେ ନୂତନ ବ୍ୟବହାରକାରୀଙ୍କୁ ୭୫ଟଙ୍କା ଓ ପୁରୁଣା ବ୍ୟବହାରକାରୀଙ୍କୁ ୩୦ଟଙ୍କାର କ୍ୟାସବ୍ୟାକ୍ ମିଳିବ । ଏକ୍ସିସ୍ ପେରେ ରିଚାର୍ଜ କରିବା ଦ୍ୱାରା ଜିଓ ନୂତନ ବ୍ୟବହାରକାରୀ ୧୦୦ଟଙ୍କା ଓ ପୁରୁଣା ବ୍ୟବହାରକାରୀ ୩୫ଟଙ୍କା ଫେରି ପାଇବେ ।