ପୁଣିଥରେ ଜିଓ ବଦଳାଇଲା ଟାରିଫ୍ ପ୍ଲାନ ! ଏଣିକି ପ୍ରତ୍ୟେକ ଦିନ ମିଳିବ ୩ଜିବି ଡାଟା

34

ଭାରତୀୟ ଟେଲିକମ୍ କଂପାନି ରିଲାଏନ୍ସ ଜିଓ ପୁଣିଥରେ ନିଜର ଗ୍ରାହକଙ୍କ ଖୁସିକୁ ଆଖିଆଗରେ ରଖି ଟାରିଫ୍ ପ୍ଲାନକୁ ଅପଡେଟ୍ କରିଛି । ଏଥିସହିତ ଗତ ୧୫ ଦିନ ମଧ୍ୟରେ ଏହା ହେଉଛି କଂପାନି ପକ୍ଷରୁ ତୃତୀୟ ଥର ପାଇଁ ବଦଳାଯାଇଥିବା ନୂତନ ଟାରିଫ୍ ପ୍ଲାନ୍ । ତେବେ, ଏନେଇ ରିଲାଏନ୍ସ ଜିଓର ଅଫିସିଆଲ୍ ୱେବସାଇଟ୍ ଜିଓ.କମରେ ଏହାକୁ ନେଇ ନୂତନ ଅପଡେଟ୍ ସହିତ ଟାରିଫ୍ ପ୍ଲାନକୁ ମଧ୍ୟ ଜାରି କରାଯାଇଛି ।

ସୂଚନା ମୁତାବକ, ପୂର୍ବରୁ ଏନେଇ ଦୀପାବଳି ଅବସରରେ କଂପାନି ନିଜର ଅପଡେଟ୍ ମାଧ୍ୟମରେ ୧୯ ଟଙ୍କା, ୩୦୯ଟଙ୍କା ସମେତ ଅନେକ ପ୍ଲାନକୁ ବନ୍ଦ କରିଦେଇଥିଲା । ହେଲେ, ଏବେ ପୁନଶ୍ଚ ଉକ୍ତ ପ୍ଲାନ୍ ଗୁଡ଼ିକ ଆସିଥିବାବେଳେ, ୭୯୯ ଟଙ୍କାର ଏକ ନୂତନ ପ୍ଲାନକୁ ମଧ୍ୟ କଂପାନି ପକ୍ଷରୁ ଲଞ୍ଚ୍ କରାଯାଇଛି । ଏଥିସହିତ ଉପଭୋକ୍ତାଙ୍କ ଲାଗି କଂପାନି ୧୦୦୦ଟଙ୍କାରୁ କମ୍ ଟଙ୍କାବାଲା ପ୍ଲାନ୍ର ରିଚାର୍ଜରେ ପ୍ରତ୍ୟେକ ଦିନ ୩ଜିବି ଡାଟା ଦେଉଅଛି ।

ଯେଉଁଥିରେ କି ୭୯୯ ଟଙ୍କାର ରିଚାର୍ଜରେ ଉପଭୋକ୍ତାଙ୍କୁ ପ୍ରତ୍ୟେକ ଦିନ ୩ଜିବି ଡାଟା ସହିତ ମାଗଣା ଅସୀମିତ କଲିଙ୍ଗ୍ ସେବା ଓ ଜିଓ ଆପ୍ସ ସବସ୍କ୍ରିପସନର ସୁବିଧା ମିଳିବ । ଯାହାର ବୈଧତା ୨୮ ଦିନ ଅଟେ। ଏତଦବ୍ୟତୀତ ୩୦୯ଟଙ୍କାର ରିଚାର୍ଜ ପ୍ଲାନରେ ଉପଭୋକ୍ତାଙ୍କୁ ୪୯ ଦିନର ବୈଧତା ସହିତ ୪୯ଜିବିର ଡାଟା ମିଳିବ । ଯେଉଁଥିରେ କି ଅସୀମିତ କଲିଙ୍ଗ୍ ସେବା ସାଙ୍ଗକୁ ଜିଓ ଆପ୍ସ ସବସ୍କ୍ରିପସନ୍ ମଧ୍ୟ କରିପାରିବେ ଉପଭୋକ୍ତା ।