ବେରୋଜଗାରୀଙ୍କୁ ଚାକିରି ଦେଉଛି ଜିଓ ! ରହିବା ଖାଇବା ସହ ମିଳିବ ହାଇ ବଜେଟର ସାଲାରୀ, ଜାଣନ୍ତୁ ଆବେଦନ କରିବା ପୂରା ପ୍ରକ୍ରିୟା

119

ଯଦି ଆପଣ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଉଦ୍ୟୋଗପତି ତଥା ଜିଓ ମାଲିକ ମୁକେଶ ଅମ୍ବାନୀଙ୍କ ଅଧିନରେ ଚାକିରି କରିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଟେ । କାରଣ, ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ତଥା ମୁକେଶ ଅମ୍ବାନୀ ଜିଓ ସମ୍ବନ୍ଧିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନିକଟରେ ଘୋଷଣା କରିଛନ୍ତି । ସେ କହିଛନ୍ତି କି, ରିଲାଏନ୍ସ ଜିଓର ଲଂଚି ପରଠାରୁ ପାଖାପାଖି ୫୦ ଲକ୍ଷ ଲୋକଙ୍କୁ ରୋଜଗାରୀ ମିଳିଛି ।

ଲଂଚିିଂ ସମୟରେ ରିଲାଏନ୍ସ ଜିଓରେ ୧.୨୦ ଲକ୍ଷ ଲୋକଙ୍କୁ ରୋଜଗାର ଦେବାର ଟାର୍ଗେଟ ରଖାଯାଇଥିଲା । ଏହାବ୍ୟତୀତ ରିଲାଏନ୍ସ ଜିଓରେ ଚାକିରି କରିବାର ବି ସୁଯୋଗ ରହିଛି । ଜିଓ ନିଜର ୱେବସାଇଟରେ ବିଭିନ୍ନ ବର୍ଗରେ ନିଯୁକ୍ତି ନେଇ ପାଖାପାଖି ୧୪୦୦ ରୁ ଅଧିକ ଚାକିରି ଅଫର କରାଯାଇଛି । ଯେଉଁଥିରେ ସେଲ୍ସ ଆଣ୍ଡ ଡିଷ୍ଟ୍ରିବ୍ୟୁସନ , ଇଂଜିନିୟରିଂ, ଫାଇନାନ୍ସରୁ ନେଇ ଆକାଉଂଟିଂ ପର୍ଯ୍ୟନ୍ତ ବର୍ଗ ସାମିଲ ରହିଛି ।

ଯଦିଓ ଏଭଳି ନୁହେଁ କି ପ୍ରଥମ ଥର ପାଇଁ ରିଲାଏନ୍ସ ଜିଓର ତରଫରୁ ଚାକିରି ଦିଆଯାଉଛି, ଏହା ପୂର୍ବରୁ ବି ସମୟ ସମୟରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥାଏ । ଯେଉଁଥିରେ ବେରୋଜଗାରୀଙ୍କ ପାଇଁ ଟଙ୍କା ଅର୍ଜନ କରିବାର ଏକ ଜରିଆ ପାଲଟିଛି । ଇତି ମଧ୍ୟରେ ପୁଣି ଥରେ ପ୍ରକାଶ ପାଇଛି ରିଲାଏନ୍ସ କଂପାନୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ଯଦି ଆପଣ ବି ଏଥିପାଇଁ ଇଚ୍ଛୁକ ଅଛନ୍ତି ତେବେ ନିମ୍ନରେ ଏସଂପର୍କରେ ବିସ୍ତାର ଭାବେ ଆଲୋଚନା କରାଯାଇଛି ….

କେଉଁ ବର୍ଗରେ ପାଇଁ କେତେ ଚାକିରି

ଜିଓ ତରଫରୁ ଏହିସବୁ ବର୍ଗ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ….

ସେଲ୍ସ ଆଣ୍ଡ ଡିଷ୍ଟ୍ରିବ୍ୟୁସନ-୫୨୬

ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି-୧୮୪

କଷ୍ଟମର ସର୍ଭିସେସ-୪୦୧

ଅନ୍ୟାନ୍ୟ-୫୭

ଇନଫ୍ରାଷ୍ଟ୍ରକଚର-୬୬

ଆଇଟି ଆଣ୍ଡ ସିଷ୍ଟମ-୧୨୫

ସପ୍ଲାଏ ମ୍ୟାନ-୧୩

ଫାଇନାନ୍ସ ଆଣ୍ଡ ଆକାଉଂଟିଂ-୧୭

ଏଚଆର ଆଣ୍ଡ ଟ୍ରେନିଂ-୧୬

ଅପରେଟର୍ସ-

ପ୍ରଡକ୍ଟ ମ୍ୟାନେଜମେଂଟ-୧୮

ଆଲାଉନ୍ସ ଆଣ୍ଡ ବିଜନେସ୍ ଡେଭଲପମେଂଟ-୧୪

ରେଗ୍ୟୁଲେଟରି-

ଲିଗାଲ-

ଆବେଦନ କରିବା ପ୍ରକ୍ରିୟା

ଆପଣ ଜିଓ ଡଟ୍ କମ ଏବଂ କ୍ୟାରିୟର ଡଟ୍ ଜିଓ ଡଟ୍ କମରେ ଚାକିରି ପାଇଁ ଆବଦେନ କରିପାରିବେ । ଏଥିପାଇଁ ସର୍ବପ୍ରଥମେ ଆପଣ ନିଜକୁ ରେଜିଷ୍ଟ୍ରର କରିବା ହେବ । ଯେତେବେଳେ ଆପଣ ରେଜିଷ୍ଟ୍ରର କରିବେ ସେତେବେଳେ ଆପଣଙ୍କ ମୋବାଇଲ ନମ୍ବର ଏଠାରେ ଦେବା ପାଇଁ କୁହାଯିବ । ତେବେ ପୂରା ଫର୍ମ ଭରିବା ପରେ ଆପଣଙ୍କ ମୋବାଇଲ ନମ୍ବରରେ ଏକ ଏସଏମଏସ ଜରିଆରେ କନଫର୍ମେସନ ଆସିଯିବ । ଏହାପରେ ଆପଣଙ୍କୁ ପୁଣି ଥରେ କ୍ୟାରିୟର ଡଟ୍ ଜିଓ ଡଟ୍ କମରେ ଲଗଇନ କରିବାକୁ ହେବ । ଯେଉଁଥିରେ ଆପଣଙ୍କୁ ଚାରୋଟି ଅପସନ ନଜର ଆସିବ ।

୧.ଷ୍ଟିଡେଂଟସ ଆଣ୍ଡ ଗ୍ରାଡୁଏଚ ଜବ୍ସ

୨.ଜିଓଗ୍ରାଫିକାଲ ଜବ୍ସ

୩.କର୍ପୋରେଟ୍ ଜବ୍ସ

୪.ହଟ ଜବ୍ସ

ତେବେ ଏନେଇ ଅଧିକ ସୂଚନା ପାଇଁ ଆପଣ https://careers.jio.com/ ୱେବସାଇଟକୁ ଯାଇ ଜାଣିପାରିବେ ଏବଂ ଅନଲାଇନ ଆବେଦନ ମଧ୍ୟ କରିପାରିବେ ।