ଜିଓ ୟୁଜର୍ସଙ୍କ ପାଇଁ ଜରୁରୀ ସୂଚନା ! ୩୧ ମାର୍ଚ୍ଚରେ ଶେଷ ହେବାକୁ ଯାଉଛି କଂପାନୀର ପ୍ରାଇମ ସର୍ଭିସ, ଜାଣନ୍ତୁ ଏହାପରେ ଆପଣଙ୍କୁ କଣ କରିବାକୁ ହେବ

32

ଜିଓର ସମସ୍ତ ଗ୍ରାହକଙ୍କ ପାଇଁ ବଡ ଖବର । ରିଲାଏନ୍ସ ଜିଓର ପ୍ରାଇମ ମେମ୍ବରସିପର ବୈଧତା ୩୧ ମାର୍ଚ୍ଚ ୨୦୧୮କୁ ଶେଷ ହେବାକୁ ଯାଉଛି । ତେବେ ଏହି ସେବାକୁ ଜିଓ ଗତ ବର୍ଷ ଫେବୃଆରୀ ମାସରେ ଲଂଚ କରିଥିଲା ଆଉ ଯାହାର ଶେଷ ତାରିଖ ୩୧ ମାର୍ଚ୍ଚ ୨୦୧୭ ଥିଲା । ମାତ୍ର ୯୯ ଟଙ୍କା ଦେଇ କୌଣସି ବି ଜିଓ ୟୁଜର୍ସ ବର୍ଷକ ପାଇଁ ତଥା ୩୧ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ପ୍ରାଇମ ସର୍ଭିସର ମେମ୍ବରସିପ ନେଇ ପାରୁଥିଲେ । ଏହି ସେବା ନେବା ପରେ ୟୁଜର୍ସଙ୍କୁ ଗୋଟିଏ ବର୍ଷ ପାଇଁ ଅନେକ ସେବା ମାଗଣାରେ ମିଳିବା ସହିତ ସମୟ ସମୟରେ ଅଫର ମଧ୍ୟ ମିଳିସାରିଛି । ହେଲେ ଏବେ ପ୍ରଶ୍ନ ଉଠୁଛି କି, ୩୧ ମାର୍ଚ୍ଚ ୨୦୧୮ରେ ଜିଓର ଏହି ପ୍ରାଇମ ମେମ୍ବରସିପ ସେବାଟି ସରିଗଲା ପରେ କଣ ହେବ ? ତେବେ ଆପଣଙ୍କର ଏହି ପ୍ରଶ୍ନର ଉତ୍ତର ଆମେ ନିମ୍ନରେ ଆଲୋଚନା କରିଛୁ . . .

ଯଦିଓ କଂପାନୀ ତରଫରୁ ଏନେଇ ସେଭଳି କୌଣସି ସୂଚନା ଆମର ହସ୍ତଗତ ହୋଇପାରିନାହିଁ, ମାତ୍ର ଶୁଣିବାକୁ ମିଳିଛି କି, କଂପାନୀ ପ୍ରାଇମ ମେମ୍ବରସିପକୁ ପୁଣି ଥରେ ଆରମ୍ଭ କରିପାରେ । କିମ୍ବା ଏହାର ବୈଧତାକୁ ପୁଣି ଥରେ ବଢାଇଦେଇପାରେ । ଏହା ମଧ୍ୟ ହୋଇ ପାରେ କି ଜିଓ ତାର ନନ ପ୍ରାଇମ ୟୁଜର୍ସଙ୍କୁ ବି ଏହି ସେବାର ଅନ୍ତର୍ଭୁକ୍ତ କରିପାରେ । ଏହାଛଡା ଯଦି କଂପାନୀର ଗତ କିଛି ଦିନର ରେକର୍ଡକୁ ଦୃଷ୍ଟିରେ ରଖାଯାଏ ତେବେ କଂପାନୀ ଏଥିପାଇଁ ପୁଣି କୌଣସି ଧମାକେଦାର ଅଫର ଲଂଚ କରିପାରେ । ଅର୍ଥାତ୍ ନୂଆ ପ୍ଲାନ ଲଂଚ କରିପାରେ କିମ୍ବା ପୁରୁଣା କିଛି ପ୍ଲାନକୁ ଅପଡେଟ କରିପାରେ ।

ଏଠାରେ ଆମେ କହି ରଖୁଛୁ କି, ଡିସେମ୍ବରରେ ଜାରି ହୋଇଥିବା ଏକ ରିପୋର୍ଟ ଅନୁସାରେ, ଜିଓ ନିକଟରେ ୧୬୦ ମିଲିୟନ ୟୁଜର୍ସ ଅଛନ୍ତି ଆଉ ଏମାନଙ୍କ ମଧ୍ୟରୁ ପାଖାପାଖି ୮୦ ପ୍ରତିଶତ ୟୁଜର୍ସ ହେଉଛନ୍ତି ପ୍ରାଇମ ମେମ୍ବର୍ସ ।