ପୁଣି ଜିଓ ଦେଖାଇଲା ଜଲୱା ! ପ୍ରତିଦିନ ଗ୍ରାହକଙ୍କୁ ମିଳିବ ମାଗଣାରେ ଡାଟା, ଜାଣନ୍ତୁ କିଭଳି ଉଠାଇବେ ଏହି ସୁବିଧାର ଫାଇଦା

45

ଟେଲିକମ ବଜାରରେ ପାଦ ଦେବା ସହିତ ହିଁ ରିଲାଏନ୍ସ ଜିଓର ଗ୍ରାହକମାନଙ୍କ ପାଇଁ ଅନେକ ଆକର୍ଷଣୀୟ ଅଫରମାନ ଲଂଚ କରିଚାଲିଛି । ଧିରେ ଧିରେ କଂପାନୀ ଭାରତର ଟେଲିକମ ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଆଉ ଜିଓକୁ ମାତ୍ ଦେବା ପାଇଁ ବାକି କଂପାନୀମାନଙ୍କୁ ଜାଣି ଶୁଣି କ୍ଷତି ସହିବାକୁ ପଡିଛି । ଜିଓ ବର୍ତ୍ତମାନ ନିଜ ଗ୍ରାହକଙ୍କ ପାଇଁ ନୂଆ ଡିଜିଟାଲ ପ୍ୟାକ ଲଂଚ କରିଛି , ଯାହାଦ୍ୱାରା ୨ ଜିବି ଡାଟା ମାଗଣାରେ ମିଳିବ । ଏହି ଡାଟା ଏକ ଟପ-ପ୍ଲାନ ତଥା ପୂର୍ବରୁ ରିଚାର୍ଚ୍ଚ ହୋଇସାରିଥିବା ଡାଟା ପ୍ଲାନ ଭଳି ପ୍ରଦାନ କରାଯିବ । ଅର୍ଥାତ୍ ଯେଉଁ ପ୍ଲାନ ପୂର୍ବରୁ ହିଁ ନେଇସାରିଥିବେ , ତାଙ୍କୁ ହିଁ ଏହି ଡାଟା ମିଳିବ ।

ମାଇ ଜିଓ ଆପ ଅନୁସାରେ, ଏହି ଅଫର ୩୦ ଜୁଲାଇ ପର୍ଯ୍ୟନ୍ତ କିଛି ୟୁଜର୍ସଙ୍କ ପାଇଁ ଉଦ୍ଦିଷ୍ଟ । ଏହି ଡାଟା ରିଲାଏନ୍ସ ଜିଓର ପ୍ରିପେଡ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ଏବଂ ଏଥିପାଇଁ ପୂର୍ବରୁ ହିଁ ୟୁଜର୍ସଙ୍କୁ ଏକ ରିଚାର୍ଜ ପ୍ୟାକ ନେବାକୁ ହେବ । ତେବେ ଏହି ଡାଟା କେଉଁ ଆଧାରରେ ମିଳିବ ଏନେଇ କଂପାନୀ ମଧ୍ୟ ସ୍ପଷ୍ଟ କରିଛି ।

ନିକଟରେ ମନସୁନ ଅଫରର ଘୋଷଣା କରିବା ସମୟରେ ଜିଓ କହିଛି କି, ନୂଆ ଜିଓ ଫୋନ ୫୦୧ ଟଙ୍କାରେ ମିଳିବ । ପରେ ସ୍ପଷ୍ଟ କରିଥିଲା କି, ଏହା ଏକ କମ୍ବୋ ଅଫର । ଅର୍ଥାତ୍ ଗ୍ରାହକଙ୍କୁ ଏଥିପାଇଁ ମୋଟ ୧.୦୯୫ ଟଙ୍କା ଦେବାକୁ ପଡିବ । ଜିଓ ଅନୁସାରେ, ଗ୍ରାହକଙ୍କୁ ୫୦୧ ଟଙ୍କା ସିକ୍ୟୁରିଟି ମନି ବାବଦକୁ ଦେବାକୁ ପଡିବ । ଏଥିସହିତ ହିଁ ୬ ମାସ ପର୍ଯ୍ୟନ୍ତ ୯୯ ଟଙ୍କାର ରିଚାର୍ଜ କରିବାକୁ ବାଧ୍ୟ । ଅର୍ଥାତ୍ ଗ୍ରାହକଙ୍କୁ ଫୋନ ପାଇଁ ୫୦୧ ଏବଂ ରିଚାର୍ଜ ପାଇଁ ୫୯୪ ଟଙ୍କା ମିଶାଇ ମୋଟ ୧୦୯୫ ଟଙ୍କା ଦେବାକୁ ପଡିବ ।

ଖାଲି ଏତିକି ନୁହେଁ, ଜିଓକୁ କୌଣସି ବି କଂପାନୀର ପୁରୁଣା ଭଙ୍ଗା , ଫ୍ରିଜ୍ କିମ୍ବା ଫୋରଜି ଫୋନ ମଧ୍ୟ ଦେବାକୁ ପଡିବ । ଏଭଳି କରିବା ଦ୍ୱାରା ଗ୍ରାହକଙ୍କୁ ଏକ୍ସଚେଂଜ ଅଫର ଜରିଆରେ ୧୦୧ ଟଙ୍କାର ଦାମ ବିଶିଷ୍ଟ ଡାଟା ପ୍ୟାକ୍ ମିଳିବ । ଏହା ପ୍ୟାକରେ ୟୁଜର୍ସଙ୍କୁ ୬ ଜିବି ଡାଟା ବୋନସ ଡାଟା ସଦୃଶ୍ୟ ମିଳିବ ।