ପୁଣି ଚାଲିବ ଜିଓର ଜଲୱା: ଫୋନ ପରେ ଏବେ ଆସୁଛି ଜିଓ ଲାପଟପ, ଦାମ୍ ଏତେ କମ୍ କି ଆପଣ ବି ହୋଇଯିବେ ଚକିତ

34

ଟେଲିକମ ଜଗତରେ ନୂତନ ଅଧ୍ୟାୟ ସୃଷ୍ଟି କଲା ପରେ ରିଲାଏନ୍ସ ଜିଓ ଏବେ ଲାପଟପ ସେଗମେଂଟରେ ବି ଜବରଦସ୍ତ ଧମାକା କରିବାକୁ ଯାଉଛି । ମିଳିଥିବା ସୂଚନା ମୁତାବକ, ଜିଓ ଖୁବ ଶୀଘ୍ର ସବୁଠୁ ଶସ୍ତା ଲାପଟପ ଲଂଚ କରିପାରେ । ଏଥିପାଇଁ କଂପାନୀ ପକ୍ଷରୁ ବି ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି । ସୂଚନା ମୁତାବକ, ଏହି ଲାପଟପ ବଜାରରେ ଉପଲବ୍ଧ ବାକି ଲାପଟପମାନଙ୍କଠାରୁ ବହୁତ ଅଲଗା । ଏବଂ ଏହାର ଓପନ ଫିଚର୍ସ ତୁଳନାରେ ଏହାର ଦାମ ମଧ୍ୟ ବହୁତ କମ ବୋଲି ଶୁଣିବାକୁ ମିଳୁଛି । ତେବେ ଖାସ କଥା ହେଲା କି ଏହି ଲାପଟପରେ ୪ଜି ସିମ ବ୍ୟବହାର କରିବାର ସୁବିଧା ରହିଛି । ଯହାଦ୍ୱାରା ୟୁଜର୍ସ ଇଂଟରନେଟ ବ୍ୟବହାର କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଲାପଟପର ଦାମ ଏବଂ ଏହାର ଫିଚର୍ସ ସଂପର୍କରେ…

ମିଳିଥିବା ସୂଚନା ମୁତାବକ, ରିଲାଏନ୍ସ ଜିଓ ତରଫରୁ ଏକ ଭିନ୍ନ ଧରଣର ଲାପଟପ ନିର୍ମାଣ କରୁଛି । ଯାହାର ଦାମ ୧୫ ହଜାର ଟଙ୍କାରୁ ବି କମ୍ ହୋଇପାରେ । ତେବେ ଏହି ଲାପଟପ ବାକି ଲାପଟପ ତୁଳନାରେ ପୂରା ଭିନ୍ନ । ଆଉ ଏଥିରେ ବ୍ୟବହୃତ ହୋଇଥିବା କି-ବୋର୍ଡ ବି ଅନ୍ୟ ଲାପଟପମାନଙ୍କ ଅପେକ୍ଷା ବହୁତ ଅଲଗା । ସେହିପରି ଜିଓ ଲାପଟପରେ ସିମ ଲଗାଇ ଡାଟା ବ୍ୟବହାର କରିବା ଭଳି ସୁବିଧା ବାକି ଲାପଟପମାନଙ୍କଠାରୁ ଏହାକୁ ବେଶ ଭିନ୍ନ କରିଛି । ତେବେ ଆଗୀମା ମାସେ ଦୁଇ ମାସେ ଭିତରେ ରିଲାଏନ୍ସ ଜିଓ ଏହି ଲାପଟପକୁ ଲଂଚ କରିପାରେ ବୋଲି ମିଳିଥିବା ସୂଚନାରୁ ଯାହା ଜଣାପଡିଛି ।

ଫିଚର୍ସ

• ଜିଓ ଲାପଟପରେ ୱିଣ୍ଡୋଜ-୧୦ ଅପରେଟିଂ ସିଷ୍ଟମ ରହିଛି । ଯାହାକୁ ବର୍ତ୍ତମାନର ସବୁଠାରୁ ଲାଟେଷ୍ଟ ଭର୍ସନ ବୋଲି କୁହାଯାଉଛି ।

• ସେହିଭଳି ୟୁଜର୍ସଙ୍କୁ ଭଲ ଭ୍ୟୁ ଦେବା ଉଦ୍ଦେଶ୍ୟରେ ଏହି ଲାପଟପର ସ୍କ୍ରିନ ୧୩.୩ ଇଂଚ ରହିଛି ବୋଲି ଜଣାପଡିଛି ।

• ଏଥିସହିତ ହିଁ ଏହି ଲାପଟପରେ ୪.ଜିବିର ରାମ ଏବଂ ୧୨୮ ଜିବିର ଷ୍ଟୋରେଜ ଥିବା ଜଣାପଡିଛି ।

• ଲାପଟପର ଓଜନ ପାଖାପାଖି ୧.୨ କିଲୋଗ୍ରାମ ହେବ, ଯାହାକି ବାକି ଲାପଟପ ତଳନାରେ ବହୁତ କମ୍ ।

• ସେହିପରି ଏହି ଲାପଟପରେ ଅନ୍ୟ ଲାପଟପ ତୁଳନାରେ ଭିନ୍ନ ପ୍ରକାରର କି-ବୋର୍ଡ ଦିଆଯାଇଛି । ଯାହା ଲୋକଙ୍କୁ ଲାପଟପ ଚଲାଇବାରେ ଏକ ଭଲ ଅନୁଭବ ପ୍ରଦାନ କରିବ ବୋଲି ମିଳିଥିବା ସୂଚନାରୁ ଜଣାପଡିଛି ।