ବଜାରକୁ ଆସିବ ଜିଓ ସ୍ମାର୍ଟଫୋନ ! ଦାମ ମାତ୍ର ସାଢେ ୪ ହଜାର ଟଙ୍କାରୁ ବି ବହୁତ କମ୍, ଜାଣନ୍ତୁ କେବେ ହେବ ଲଂଚ

264

ଭାରତ ବିଶ୍ୱର ସବୁଠାରୁ ବଡ ମୋବାଇଲ ବଜାର ଭାବେ ଜଣାଶୁଣା ଆଉ ଏହି କାରଣରୁ ଏଠାରେ ଆପଣ ବିଭିନ୍ନ ପ୍ରକାରରର ଏବଂ ବିଭିନ୍ନ ଧରଣର ସ୍ମାର୍ଟଫୋନ ଦେଖିପାରିବେ । ତେବେ ଟେଲିକମ ବଜାରରେ ଶସ୍ତା ଅଫର ଲଂଚ କରି ନୂଆ ଯୁଗ ସୃଷ୍ଟି କରିଥିବା  ରିଲାଏନ୍ସ ଜିଓ, ଉଭୟ ଜିଓ ଫୋନ ଓ ଜିଓଫୋନ୨ ଜରିଆରେ ଭାରତରେ ଫିଚର ଫୋନ ବଜାରକୁ ନିଜ ଅନ୍ଦାଜରେ ଟାର୍ଗେଟ କରିଛି । ଜିଓର ଯୋଗଦାନ ପୂର୍ବରୁ ହିଁ ଫିଚର ଫୋନ ବଜାରରେ ବହୁତ ଅଧିକ ରହିଛି ଏବଂ ବର୍ତ୍ତମାନ ଏବେ ଏଭଳି ଏକ ତଥ୍ୟା ସମାନାକୁ ଆସିଛି , ଯେଉଁଥିରେ କଂପାନୀ ଏକ ନୂଆ ସ୍ମାର୍ଟଫୋନ ଲଂଚ କରିବା ଭଳି ଖବର ଜଣାପଡିଛି  । ତେବେ ଏହି ସ୍ମାର୍ଟଫୋନକୁ ଚଳିତ ବର୍ଷ ଜୁଲାଇ ମାସରେ ଏଜିଏମ ଅବସରରେ ଲଂଚ କରାଯାଇପାରେ ବୋଲି ସୂଚନା ମିଳିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, କଂପାନୀ ଚଳିତ ବର୍ଷ ଜୁଲାଇ ମାସରେ ଏଜିଏମ ଅବସରରେ ଆଣ୍ଡ୍ରଏଡ ବେସଡ ସ୍ମାର୍ଟଫୋନ ଲଂଚ କରିପାରେ । ଏହି ରିପୋର୍ଟରେ କହୁଯାଇଛି କି, ଏହି ସ୍ମାର୍ଟଫୋନରେ ୫ ଇଂଚ ଟଚସ୍କ୍ରିନ ଡିସପ୍ଲେ ରହିବ ଏବଂ ଏହି ଆଣ୍ଡ୍ରଏଡ ଓରିୟୋ (ଗୋ ଏଡିସନ) ଉପରେ ଚାଲିବ । ଏଥିସହିତ ହିଁ ଏହି ସ୍ମାର୍ଟଫୋନ ଜିଓଫୋନ୨ଠାରୁ ବି ମହଙ୍ଗା ହେବ ଏବଂ ଏହାର ଦାମ ପାଖାପାଖି ସାଢେ ୪ ହଜାର ଟଙ୍କା ଭିତର ରହିବ ।

ଯଦି ଖବରଟିରେ କୌଣସି ସତ୍ୟତା ରହିଥାଏ ତେବେ ଉଭୟ ଜିଓଫୋନ ଏବଂ ଜିଓଫୋନ୨ ପରେ ଏହି କଂପାନୀ ତରଫରୁ ଏହା ଏକ ବଡ ପଦକ୍ଷେପ ରହିବ ।  କାହିଁକି ନା ଏଯାବତ୍  କଂପାନୀ କେବଳ ଆଲଫାନ୍ୟୁମେରିକ ଏବଂ QWERTY  କିବୋର୍ଡ ବିଶିଷ୍ଟ ଫିଚର ଫୋନଗୁଡିକୁ ହିଁ ଲଂଚ କରିଛି ଏବଂ ଗୋଟିଏ ବି ସ୍ମାର୍ଟଫୋନ ବଜାରରେ ଲଂଚ ହୋଇପାରିନାହିଁ । ତେବେ କଂପାନୀର ଦୁଇଟି ଯାକ ଫିଚର ଫୋନ ବର୍ତ୍ତମାନ ବଜାରରେ ବେଶ୍ ଲୋକପ୍ରିୟତା ଅର୍ଜନ କରିଛି । ଏବଂ ନୂଆସ୍ମାର୍ଟଫୋନୁ ବି ବଜାରରେ ଭଳ ସଫଳତା ମିଳିପାରେ । ଏଭଳି ପରିସ୍ଥିତିରେ ବଜେଟ୍ ସେଗମେଂଟରେ ବର୍ତ୍ତମାନ ଉପବଲବ୍ଧ  Xiaomi ଭଳି କଂପାନୀଗୁଡିକୁ କଡା ଟକ୍କର ଦେବା ଭଳି ପ୍ରତୀୟ ହେବ ।