ଜିଓ ବ୍ୟବହାରକାରୀଙ୍କ ପାଇଁ ଧମାକାଦାର୍ ଅଫର: ଥରେ ମାତ୍ର ରିଚାର୍ଜ କଲେ ୬ମାସ କାଳ ମିଳିବ ସବୁକିଛି ମାଗଣା

695

ମୁକେଶ ଆମ୍ବାନୀଙ୍କ କମ୍ପାନି ରିଲାଏନ୍ସ ଜିଓ ନିଜର ଜିଓ ବ୍ୟବହାରକାରୀଙ୍କ ପାଇଁ ଦୀର୍ଘ ଭେଲିଡିଟି ଥିବା ଦୁଇଟି ନୂଆ ପ୍ଲାନ୍‌ ଲଞ୍ଚ କରଛି। ଟେଲିକମ୍‌ ଅପରେଟର ୫୯୪ ଟଙ୍କା ଓ ୨୯୭ ଟଙ୍କାର ପ୍ଲାନ୍ସ ଥିବା ଦୀର୍ଘ ଭେଲିଡିଟିର ରିଚାର୍ଜ କରୁଥିବା ବ୍ୟବହାରକାରୀଙ୍କ ପାଇଁ ଲଞ୍ଚ କରଛି। ଏହାପୂର୍ବରୁ ଜିଓ ୧,୬୯୯ଟଙ୍କାର ଏକ ଆନୁଆଲ ପ୍ଲାନ୍‌ ଇଣ୍ଟରଡ୍ୟୁସ୍‌ କରିଥିଲା। ଯାହା ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଥିଲା। ବର୍ତ୍ତମାନ୍‌ ୫୯୪ ଓ ୨୯୭ ଟଙ୍କାର ପ୍ଲାନ୍‌ ଜିଓଫୋନ୍‌ ବ୍ୟବହାରକାରୀଙ୍କ ପାଇଁ ରହିଛି।

୫୯୪ଟଙ୍କାର ପ୍ଲାନ୍‌ର ବୈଧତା ୧୬୮ ଦିନର ରହିଛି। ଏଥିରେ ଜିଓଫୋନ୍‌ ବ୍ୟବହାରକାରୀଙ୍କୁ ଅସମୀମିତ ଲୋକାଲ୍‌ ଓ ଏସ୍‌ଟିଡି କଲ ବି ମିଳିବ। ଏଥିସହିତ ଅସୀମିତ ଡାଟା ବି ମିଳିବ। ପ୍ରତିଦିନ ଗ୍ରାହକ ଅର୍ଥାତ୍‌ ୦.୫ଜିବିର ଫାଇଦା ଉଠାଇ ପାରିବେ। ଏହି ଲିମିଟ ଶେଷ ହୋଇଗଲେ ଡାଟା ସ୍ପିଡ୍‌ ୬୪କେବିପିଏସ୍‌ ହୋଇଯିବ। ଏଥିସହିତ ବ୍ୟବହାରକାରୀଙ୍କୁ ଜିଓ ସୁଟ ଆପ୍‌ ଓ ପ୍ରତି ମାସରେ ୩୦୦ ଏସ୍‌ଏମଏସ୍‌ ମିଳିବ।

ସେହିପରି ଅନ୍ୟ ଏକ ପ୍ଲାନ୍‌ ୨୯୭ର ଭେଲିଡିଟି ୮୪ଦିନ ପର‌୍ୟ୍ୟନ୍ତ ରହିଛି। ଏଥିରେ ବି ଜିଓଫୋନ୍‌ ବ୍ୟବହାରକାରୀଙ୍କୁ ଅସୀମିତ ଲୋକାଲ ଓ ଏସ୍‌ଟିଡି କଲିଂ ମିଳବ। ଏହି ପ୍ଲାନ୍‌ରେ ବି ଡେଲି ଡାଟା ଲିମିଟ ୦.୫ଜିବି ରହିଛି। ଏହି ସ୍ପିଡ୍‌ ଶେଷ ହୋଇଗଲେ ଡାଟା ସ୍ପିଡ୍‌ ୬୪କେବିପିଏସ୍‌ ହୋଇଯିବ। ଏଥିସହିତ ଜିଓ ଆପ୍‌ର ଆକ୍‌ସେସ୍‌ ବି ରହିବ ଓ ପ୍ରତି ମାସରେ ୩୦୦ଏସ୍‌ଏମ୍‌ଏସ୍‌ ମିଳିବ।