ଜିଓଫୋନକୁ ନେଇ ବଡ଼ ଅପଡେଟ୍ ! ପ୍ରକାଶ ପାଇଲା ଫୋନର ଡେଲିଭରୀ ତାରିଖ

45

ଜିଓଫୋନକୁ ନେଇ ଏବେ ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ବଢିବାରେ ଲାଗିଛି । କାରଣ ପୂର୍ବରୁ କଂପାନୀ ପକ୍ଷରୁ ଜିଓଫୋନର ଡେଲିଭରୀ ତାରିଖ ବାବଦକୁ ଦିଆଯାଇଥିବା ପ୍ରତିଶ୍ରୁତି ଦିନକୁ ଦିନ ଘୁଂଚିବାରେ ଲାଗିଛି । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଫୋନକୁ ନେଇ ଗଭୀର ଅସନ୍ତୋଷ ଦେଖାଦେଇଛି ।

ନିକଟରେ ଜିଓଫୋନର ଡେଲିଭରୀ ତାରିଖକୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା କି, କଂପାନୀ ଘୋଷଣା କରିଥିବା ଜିଓଫୋନର ଡେଲିଭରୀ ତାରିଖକୁ ଏବେ କିଛିଦିନ ପାଇଁ ଘଂଚାଇ ଦିଆଯାଇଛି ଅର୍ଥାତ୍ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ତଥା ନବରାତ୍ରିକୁ ହିଁ ଜିଓଫୋନ ବଜାରକୁ ଆସିବାକୁ ନେଇ ଚର୍ଚ୍ଚା ଚାଲିଥିଲା । ମାତ୍ର ବର୍ତ୍ତମାନ ଏହିସବୁ କଳ୍ପନା ଜଳ୍ପନାର ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ପଡିଛି । କାରଣ ଜିଓଫୋନ ଆସିବାର ନିର୍ଦ୍ଧାରିତ ତାରିଖ ଏବେ ପ୍ରକାଶ ପାଇଛି । ତେବେ ଚଳିତ ମାସ ୨୫ ତଥା ସେପ୍ଟେମ୍ବର ୨୫ରେ ହିଁ ଜିଓଫୋନ ଗ୍ରାହକଙ୍କୁ ଯୋଗାଇଦିଆଯିବ ।

ଜାତୀୟ ଗଣମାଧ୍ୟମ ଏବିପିରେ ପ୍ରକାଶିତ ଖବର ମୁତାବକ, ଜିଓଫୋନକୁ ନେଇ ବିଭିନ୍ନ ମହଲରେ ଚାଲିଥିବା କଳ୍ପନା ଜଳ୍ପନାର ଏବେ ଅବସାନ ଘଟିଛି । କାରଣ, ଚଳିତ ମାସ ୨୫ ତାରିଖରେ ହିଁ ଜିଓଫୋନ ପାଇଁ ବୁକିଂ କରିଥିବା ଗ୍ରାହକଙ୍କ ନିକଟରେ ଜିଓଫୋନ ପହଂଚି ଯିବ । ତେବେ ପ୍ରଥମେ ଜିଓ ୪ଜି ଫିଚର ଫୋନ ଅର୍ଥନୈତିକ ରାଜଧାନୀ ମୁମ୍ବାଇ, ଦିଲ୍ଲୀ, କୋଲକାତା, ହାଇଦ୍ରାବାଦ, ଅହମଦାବାଦ ଆଦି ପ୍ରମୁଖ ୫ଟି ଏହି ଫୋନ୍ ମିଳିବ ବୋଲି ସୂଚନା ମିଳିଛି । ପରେ ଅନ୍ୟ ସହରମାନଙ୍କରେ ଉପଲବ୍ଧ ହେବ ଜିଓ ୪ଜି ଫିଚର ଫୋନ୍। ଆସନ୍ତା ୨୪ ତାରିଖରେ ଜିଓଫୋନ ଦିଲ୍ଲୀର ଏନସିଆରର ବିଭିନ୍ନ ଷ୍ଟୋରମାନଙ୍କରେ ପହଂଚିପାରେ ଏବଂ ୨୫ ତାରିଖ ବେଳକୁ ଏହି ଫୋନ ଗ୍ରାହକମାନଙ୍କୁ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ଯେତେବେଳେ ଫୋନଗୁଡିକ ବଜାରକୁ ଆସିବ ସେତେବେଳେ ବୁକିଂ କରିଥିବା ବ୍ୟକ୍ତିବିଶେଷଙ୍କ ନିକଟକୁ ମେସେଜ ମାଧ୍ୟମରେ ହିଁ ସୂଚିତ କରିଦିଆଯିବ ।

ଏଠାରେ ଆମେ କହିରଖୁଛୁ କି, ଜିଓଫୋନର ପ୍ରି-ବୁକି ଅଗଷ୍ଟ ୨୪ରେ ଆରମ୍ଭ ହେବା ସହ ଗତ ୨୬ ତାରିଖରେ ବନ୍ଦ ଏହି ପ୍ରକ୍ରିୟାକୁ କରିଦିଆଯାଇଛି । କାରଣ ଫୋନର ପ୍ରି-ବୁକିଙ୍ଗ ଆରମ୍ଭ ହେବାର ମାତ୍ର କିଛି ମିନିଟ ମଧ୍ୟରେ ଲକ୍ଷ ଲକ୍ଷ ଲୋକ ଏହି ଫୋନ କିଣିବାକୁ ଆବେଦନ କରିଥିଲେ । ଯେଉଁଥି ପାଇଁ କଂପାନୀକୁ ବାଧ୍ୟ ହୋଇ ଫୋନର ପ୍ରି-ବୁକିଙ୍ଗକୁ ବନ୍ଦ କରିବାକୁ ପଡିଥିଲା । ମାତ୍ର ପରବର୍ତ୍ତୀ ସମୟରେ ଖବର ମିଳିଛି କି ଫୋନର ଚାହିଦାକୁ ଦୃଷ୍ଟିରେ ରଖି କଂପାନୀ ପୁଣି ଥରେ ଏହାର ପ୍ରି-ବୁକିଙ୍ଗ ପ୍ରକ୍ରିୟାକୁ ଆରମ୍ଭ କରିପାରେ ।

ତେବେ ପ୍ରି-ବୁକିଙ୍ଗ ପରେ ଏବେ ଫୋନ ଗ୍ରାହକଙ୍କ ପାଖରେ କିପରି ଶୀଘ୍ର ପହଞ୍ଚିବ ସେ ନେଇ ପ୍ରସ୍ତୁତି ମଧ୍ୟ ସରିଛି । ଏଥିପାଇଁ ପ୍ରଥମେ ଭାରତର ୫ଟି ପ୍ରମୁଖ ସହର ତଥା ଦିଲ୍ଲୀ, ମୁମ୍ବାଇ, କୋଲକାତା, ହାଇଦ୍ରାବାଦ ଓ ଅହମ୍ମଦାବାଦ ଭଳି ପ୍ରମୁଖ ସହରରେ ପ୍ରଥମେ ଏହି ଫୋନ ଉପଲବ୍ଧ ହେବ । ଏଥିସହିତ ଏହି ଫୋନ ଜିଓ ସେଣ୍ଟର ଓ ରିଲାଏନ୍ସ ଜିଓ ଷ୍ଟୋରରେ ବି ଉପଲବ୍ଧ ହେବ ।

ଜିଓ ଫୋନର ଫିଚର ସଂପର୍କରେ କିଛି କଥା

• ଜିଓର ଏହି ୪ଜି ଫୋନରେ, ଡୁଆଲ୍ ସିମ୍ ସପୋର୍ଟ କରିବ ନାହିଁ । ଅର୍ଥାତ୍ ଫୋନରେ କେବଳ ଗୋଟିଏ ହିଁ ସିମ୍ କାର୍ଡ ବ୍ୟବହାର କରାଯାଇପାରି, ଆଉ ସେ ପୁଣି ଜିଓର । ଫୋନ୍ ସହିତ ହିଁ ଜିଓ ସିମ୍ ସଂଯୋଗ ହୋଇ ମିଳିବ । ଯାହାର ସୂଚନା ଖୋଦ୍ କଂପାନୀର ଜଣେ ଅଧିକାରୀ ଦେଇଛନ୍ତି ।

• ଜିଓ ଫୋନର ବିଟା ଭର୍ସନର ଟ୍ରାୟଲ୍ ୧୫ ଅଗଷ୍ଟରୁ କରାଯାଇଛି, ସେହିପରି ୨୪ ଅଗଷ୍ଟରୁ ଫୋନର ପ୍ରି-ବୁକିଂ ଆରମ୍ଭ ହୋଇ ୨୬ ଅଗଷ୍ଟରେ ବନ୍ଦ କରିଦିଆଯାଇଥିଲା । ୧,୫୦୦ ଟଙ୍କାରେ ଫୋନର ବୁକିଂ ଆରମ୍ଭ କରାଯିବା ସହିତ ଏହାକୁ ପ୍ରଥମେ ଆସ, ପ୍ରଥମେ ପାଅ ଆଧାରରେ ଦିଆଯିବ ।

• ଜିଓ ଫୋନରେ, ୨.୪ ଇଂଚର ଡିସପ୍ଲେ ରହିଛି । ଫୋନରେ ଡୁଆଲ୍ କ୍ୟାମେରା ବି ରହିଛି । ଏହାବ୍ୟତୀତ୍ ଫୋନରେ ଜିଓ ସିନେମା, ଜିଓ ଆପ୍ ଏବଂ ଫେସବୁକ ଭଳି ଆପ୍ ଇନଷ୍ଟଲ ହୋଇଛି । ଯଦିଓ ଫୋନରେ ହ୍ୱାଟସଆପ ଚାଲିବ ନାହିଁ ତେବେ ଫୋନରେ ଭଏସ୍ ଆକ୍ଟିଭେଟେଡ୍ କମାଣ୍ଡ, ପାନିକ୍ ବଟନ, ମାଇକ୍ରୋ ଏସଡି କାର୍ଡ ସ୍ଲର୍ଟ, ଟର୍ଚ୍ଚ ଲାଇଟ୍, ଏଫଏମ୍ ରେଡିଓ ଏବଂ ୨୨ଟି ଭାଷାର ସପୋର୍ଟ ଦିଆଯାଇଛି । ଏହି ଫୋନ ସହିତ ୧୫୩ ଟଙ୍କିଆ ଅଫର ବି ଦିଆଯାଇଛି । ଯାହା ଗ୍ରାହକଙ୍କୁ ଗୋଟିଏ ମାସ ଯାଏଁ ଅସୀମିତ ଡାଟା, କଲିଂ ଏବଂ ମେସେଜ ଆଦି ମାଗଣା ବ୍ୟବସ୍ଥା ରହିଛି ।