ପୁଣି ଚାଲିବ ଜିଓର ଜଲୱା । ଏଣିକି ମାତ୍ର ୪ ଟଙ୍କାରେ ମିଳିବ ୧ ଜିବିର ଡାଟା, ୫୦ ପ୍ରତିଶତ ଶସ୍ତା ହେଲା ପ୍ଲାନ

49

ଟେଲିକମ ଜଗତରେ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ରିଲାଏନ୍ସ ଜିଓ ସବୁବେଳେ ନିଜର ଶସ୍ତା ଫୋନ ଏବଂ ମାଗାଣା ଡାଟା ସେବାକୁ ନେଇ ଚର୍ଚ୍ଚିତ । ଇତି ମଧ୍ୟରେ ଜିଓ ନୂଆବର୍ଷ ଅବସରରେ ଲୋକଙ୍କୁ ନିଜ ପ୍ରତି ଆକର୍ଷିତ କରିବା ଉଦ୍ଦେଶ୍ୟରେ ବଜାରରେ ପୁଣି ଏକ ନୂଆ ଶସ୍ତା ଅଫର ଲଂଚ କରିଛି । ଯାହାକୁ କଂପାନୀ ହ୍ୟାପି ନ୍ୟୁ ଇୟର ୨୦୧୮ ଅଫର ନାଁ ଦେଇଛି । ତେବେ ଏହି ଅଫର ଆଧାରରେ ୫୦ ପ୍ରତିଶତ ଅଧିକ ଡାଟା ଏବଂ ୫୦ ଟଙ୍କାର ଶସ୍ତା ରିଚାର୍ଜ ପ୍ୟାକ୍ ଦିଆଯାଇଛି । ଅର୍ଥାତ୍ ୧୯୯ ଟଙ୍କାର ରିଚାର୍ଜ ପ୍ୟାକ୍ ଆପଣ ଏଣିକି ୧୪୯ଟଙ୍କାରେ ପାଇପାରିବେ ଆଉ ଏହି ଅଫର ବୈଧତା ରହିଛି ୨୮ ଦିନ ।

 

 

ଜିଓର ଏହି ଅଫରରେ ପ୍ରତିଦିନ ବାବାଦକୁ ଆପଣଙ୍କୁ ମିଳିବ ୧ଜିବିର ଡାଟା । ଯଦି ଆପଣ ୧୯୮ ଟଙ୍କାର ରିଚାର୍ଜ କରିବେ ତେବେ ଆପଣଙ୍କୁ ଏହି ସୁବିଧା ୨୮  ପରିବର୍ତ୍ତେ ୪୨ ଜିବି ଡାଟା (୨୮ ଦିନ ପାଇଁ) ମିଳିବ । ସେହିପରି ୫୦ ଟଙ୍କାର ରିହାତି ବା ୫୦ ପ୍ରତିଶତ ଅଧିକ ଡାଟା ଥିବା ସ୍କମ୍ ଆଧାରରେ ପ୍ରତିଦିନ ବାବଦକୁ ୧ଜିବି ଥିବା ସମସ୍ତ ପ୍ଲାନ ଉପରେ ଲାଗୁ କରାଯାଇଛି । ତେବେ ଏହି ଅଫରଗୁଡିକ ଜରିଆରେ ଦେଶରେ ସବୁଠାରୁ ଶସ୍ତା ଡାଟା ଉପଲବ୍ଧ କରାଉଛି ବୋଲି କଂପାନୀ ପକ୍ଷରୁ ଦାବି ହୋଇଛି  ।

ସେହିପରି ଜିଓର ୩୯୯ ଟଙ୍କିଆ ପ୍ଲାନରେ ଆପଣଙ୍କୁ ମିଳିବ ୨୦ ପ୍ରତିଶତ ଅତିରିକ୍ତ ଡାଟା ମିଳିବ । ଯେଉଁଥିରେ ଆପଣଙ୍କୁ ଅତିରିକ୍ତ ଭାବରେ ଦୁଇ ସପ୍ତାହ ପାଇଁ ସମୟ ମିଳିବ । ଅର୍ଥାତ୍ ୭୦ ଦିନ ବଦଳରେ ଏହି ଡାଟାର ବୈଧତା ୮୪ ଦିନ ଯାଏଁ ରହିବ । ଆପଣ ଚାହିଁଲେ ଏଥିରୁ ଅଧିକରୁ ଅଧିକ ଡାଟାର ଲାଭ ଉଠାଇପାରିବେ । କାରଣ, ଜିଓ ଏଥିପାଇଁ ପ୍ରତିଦିନ ହିସାବରେ ୧.୫ ଜିବି ଡାଟା ବାଲା ଏକ ଅଫର ମଧ୍ୟ ବଜାରରେ ଲଂଚ କରିଛି । ତେବେ ଆପଣଙ୍କୁ ଏହି ସୁବିଧାର ଲାଭ ଉଠାଇବାକୁ ହେଲେ  ପାଇଁ ପ୍ରତି ଜିବି ଲାଗି ୪ଟଙ୍କା ଦେବାକୁ ପଡିବ । ଏଠାରେ ଆମେ କହି ରଖୁଛୁ କି, ଜିଓର ଏହି ପ୍ଲାନ ୯ ଜାନୁଆରୀରୁ ଉପଲବ୍ଧ ହେବ ।