ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର । କଂପାନୀ ଆଣିଲା ‘ହ୍ୟାପି ନିୟୁ ଇୟର ଧମାକା’, ମାତ୍ର ୧୯୯ ଟଙ୍କା ରିଚ୍ଚାର୍ଜ କଲେ ପ୍ରତିଦିନ ମିଳିବ ୧.୨ ଜିବିର ଡାଟା

39

ଟେଲିକମ ଜଗତରେ ହଇଚଇ ସୃଷ୍ଟି କରିଥିବା ରିଲାଏନ୍ସ ଜିଓ ନୂଆ ବର୍ଷ ଅବସରରେ ଦୁଇ ଦୁଇଟି ଧମାକାଦାର ଅଫର ଲଂଚ କରିବାକୁ ଯାଉଛି । ଯାହାକି ବାକି ଟେଲିକମ କଂପାନୀଗୁଡିକର ରାସ୍ତାକୁ ପୂର୍ବପେକ୍ଷା ଆହୁରୀ ବି ଜଟିଳ କରିଦେଇପାରେ । ଆଜ୍ଞା ହଁ ! ଜିଓ ନୂଆ ବର୍ଷ ଅବସରରେ ‘ହ୍ୟାପି ନିୟୁ ଇୟର’ ନାମକ ଏକ ଅଫର ପ୍ଲାନ ଲଂଚ କରୁଛି । ଏହି ଅଫର ଆଧାରରେ ୧୯୯ ଟଙ୍କିଆ ଏବଂ ୨୯୯ ଟଙ୍କିଆ ଭଳି ଦୁଇଟି ଦମଦାର ପ୍ଲାନ ରହିଛି । ଯେଉଁଥିରେ ପ୍ରତିଦିନ ହିସାବରେ ୨ ଜିବି ପର୍ଯ୍ୟନ୍ତ ଡାଟା ଏବଂ ଅସୀମ କଲିଂର ସୁବିଧା ମିଳିବ । ତେବେ ଆସନ୍ତୁ ଜାଣିବା ଏହି ପ୍ଲାନ ସଂପର୍କରେ ।

ଜିଓର ୧୯୯ ଟଙ୍କିଆ ପ୍ଲାନ

୨୮ ଦିନିଆ ଜିଓର ୧୯୯ ଟଙ୍କିଆ ପ୍ଲାନରେ ପ୍ରତିଦିନ ବାବଦକୁ ମିଳୁଛି ୧.୨ ଜିବି ଡାଟା । ଏଥିସହିତ ସମସ୍ତ ନେଟୱାର୍କ ଉପରେ ଅସୀମ କଲିଂ ଏବଂ ମେସେଜ ଭଳି ସୁବିଧା ବି ଗ୍ରାହକଙ୍କୁ ମିଳିବ । ଏହାବ୍ୟତୀତ ଜିଓ ଆପର ସବ୍ସକ୍ରିପସନର ସୁବିଧା ମଧ୍ୟ ଦିଆଯିବ ।

ଜିଓର ୨୯୯ ଟଙ୍କିଆ ପ୍ଲାନ

ସେହିପରି ଜିଓର ଏହି ପ୍ଲାନରେ ପ୍ରତିଦିନ ବାବଦକୁ ମିଳିବ ୨ଜିବି ଡାଟା । ଏଥିସହିତ ଅସୀମ କଲିଂ, ମେସେଜ ଏବଂ ଆପର ସବସକ୍ରିପସନ ମଧ୍ୟ ଦିଆଯିବ । ତେବେ ଏହି ପ୍ଲାନର ବୈଧତା ରହିଛି ୨୮ ଦିନ । ଅର୍ଥାତ୍ ମାତ୍ର ୨୯୯ଟଙ୍କାରେ ଆପଣଙ୍କୁ ମିଳିବ ୫୬ ଜିବି ଡାଟା ।