ମାଗଣାରେ ୧୦ଜିବି ଡାଟା ଦେଉଛି ଜିଓ ! ଯଦି ଆପଣ ବି ଏହାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ତୁରନ୍ତ ଡାଏଲ କରନ୍ତୁ ଏହି ନମ୍ବର

146

ହୋଲି ଅବସରରେ ରିଲାଏନ୍ସ ଜିଓ ନିଜର ଗ୍ରାହକମାନଙ୍କୁ ଭେଟି ଦେଇଛି ପୁଣି ଏକ ବଡ ଉପହାର । ଜିଓ ନିଜର ୟୁଜର୍ସଙ୍କୁ ମାଗଣାରେ ୧୦ ଜିବି ଡାଟା ପ୍ରଦାନ କରିବାକୁ ଘୋଷଣା କରିଛି । ଯଦିଓ ଏହି ମାଗଣା ଡାଟା ଏବେ କିଛି ହିଁ ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ ତେବେ, ଯଦି ଆପଣ ଚାହୁଁଛନ୍ତି ଜିଓର ଏହି ମାଗଣା ଡାଟା ଆପଣଙ୍କୁ ମିଳିଛି କି ନାହିଁ , ତାହା ହେଲେ ଆପଣ ମାଇ ଜିଓ ଆପକୁ ଯାଇ ଏହି ପ୍ଲାନଟିକୁ ଯାଂଚ କରିପାରିବେ । ଏବଂ ଯଦି ଆପଣଙ୍କୁ ଏହି ଡାଟା ମିଳି ନାହିଁ ତେବେ ଆପଣ ଗୋଟିଏ ନମ୍ବରକୁ ଡାଏଲ କରି ଏସଂପର୍କରେ ଅବଗତ ହୋଇପାରିବେ । ଯାହାର ସୂଚନା ଖୋଦ୍ କଂପାନୀ ଦେଇଛି ।

ନମ୍ବର ଡାଏଲ କଲେ ମିଳିବ ୧୦ ଜିବି ଡାଟା

ସର୍ବ ପ୍ରଥମେ ଆପଣଙ୍କୁ ଏଠାରେ ଆମେ କହି ରଖୁଛୁ କି, କଂପାନୀର ଏହି ମାଗଣା ଡାଟା କଂପାନୀ ତାର ଜିଓ ଟିଭି୍ ୟୁଜର୍ସଙ୍କୁ ଦେଉଛି । ମିଳିଥିବା ସୂଚନା ମୁତାବକ, ଜିଓ ଟିଭି ମୋବାଇଲ ଆପରେ ମାଗଣାରେ ୫୦୦ରୁ ଅଧିକ ଚ୍ୟାନେଲ ଆପଣ ଦେଖିପାରିବେ । ତେବେ ମାଗଣାରେ ମିଳୁଥିବା ଏହି ୧୦ ଜିବି ମାଗଣା ଡାଟାର ବୈଧତା ୨୭ ମାର୍ଚ୍ଚ ପର୍ଯ୍ୟନ୍ତ ରହିଛି । ମାଇ ଜିଓ ଆପକୁ ଯାଇ ଆପଣ ଚେକ୍ କରିପାରିବେ କି ଆପଣଙ୍କୁ ଏହି ଡାଟା ମିଳିଛି କି ନାହିଁ ।

ଆଉ ଯଦି କଂପାନୀର ଏହି ଅଫରଟି ମିଳିନାହିଁ ତେବେ ଆପଣ କାଂପାନୀର ଟୋଲ ଫ୍ରି ନମ୍ବର ୧୨୯୯କୁ କଲ କରି ଏହାକୁ ଚେକ୍ କରିପରିବେ । ଯଦି ଆପଣ ଏଥିରେ ଭାଗ୍ୟଶାଳୀ ବାହାରିବେ ତେବେ ଆପଣଙ୍କୁ ୧୦ ଜିବିର ମାଗଣା ଡାଟା ମିଳିବ । ଯାହାର ବ୍ୟବହାର ଆପଣ ଆପଣଙ୍କର ପ୍ରତିଦିନ ବାବଦକୁ ମିଳୁଥିବା ୧ ଜିବି ଡାଟା ଶେଷ ହେବା ପରେ କରିପାରିବେ ।