ଏହି ଦିନ ଲଂଚ ହେଉଛି ଜିଓର ୫ଜି ସିମ୍ : ଦାମ ମାତ୍ର ୨୦ ଟଙ୍କା, ଇଂଟରନେଟ୍ ସହ କଲିଂ ସୁବିଧା ସବୁକିଛି ମାଗଣା

1,916

ଦେଶର ଟେଲିକମ ଜଗତରେ ନୂତନ ଅଧ୍ୟାୟ ସୃଷ୍ଟି କରିଥିବାରେ ସଫଳ ହୋଇଛି ରିଲାଏନ୍ସ ଜିଓ । ବିଶ୍ୱ ପ୍ରସିଦ୍ଧ ବିଜନେସମ୍ୟାନ ମୁକେଶ ଅମ୍ବାନୀ ଜିଓ ଜରିଆରେ ସାରା ଭାରତରେ ୪ଜି ନେଟୱାର୍କକୁ ବ୍ୟାପକ ଭାବରେ ବିସ୍ତାର କରିବାରେ ଲାଗିଛନ୍ତି । ଅଳ୍ପ ସମୟରେ ବହୁତ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବାରେ ବେଶ ସଫଳ ହୋଇଛି କଂପାନୀ । ଯାହାଦ୍ୱାରା ଜିଓ ବର୍ତ୍ତମାନ ବାକି ସବୁ ଟେଲିକମ କଂପାନୀମାନଙ୍କର ମୁଣ୍ଡ ବଥାର କାରଣ ପାଲଟିଯାଇଛି ।

Source:iamgujarat.com

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ଜିଓ କଂପାନୀ ୪ଜି ପରେ ୫ଜି ନେଟୱାର୍କ ଖୁବ୍ ଶୀଘ୍ର ଲଂଚ କରିବାକୁ ଯାଉଛି । ଭାରତୀୟ ୟୁଜର ଆଉ ମାତ୍ର କିଛି ଦିନ ପରେ ୫ଜିର ମଜା ଉଠାଇପାରିବେ । ମିଳିଥିବା ସୂଚନା ମୁତାବକ, ଜିଓ ଏହି ନେଟୱାର୍କକୁ ୨୦୧୯ରେ ସର୍ବ ପ୍ରଥମେ ଚୀନରେ ଟେଷ୍ଟିଂ କରିବ । ଏହାପରେ ୨୦୨୦ରେ ଆଧିକାରୀକ ଭାବରେ ଭାରତରେ ଲଂଚ କରାଯିବ ।

ରିଲାଏନ୍ସ ଜିଓ ତରଫରୁ ମିଳିଥିବା ସୂଚନା ମୁତାବକ, କଂପାନୀ ପ୍ରିଭ୍ୟୁ ଅଫର ଭଳି ଗ୍ରାହକଙ୍କୁ ୫ଜି ଇଂଟରନେଟ ଆଗାମୀ ବର୍ଷ ତଥା ୨୦୨୦ ସୁଦ୍ଧା ଉପଲବ୍ଧ କରାଇବ । ମିଳିଥିବା ସୂଚନା ଅନୁସାରେ, ଜିଓ ୫ଜି ସିମର ଦାମ ରହିବ ମାତ୍ର ୨୦ ଟଙ୍କା । ଯେଉଁଥିରେ ଗ୍ରାହକଙ୍କୁ ୩ ମାସ କାଳ ଇଂଟରନେଟ ଏବଂ ଅନଲିମିଟେଡ କଲିଂର ସୁବିଧା ଦିଆଯିବ ।