ବର୍ଷକ ଯାଏ ମାଗଣାରେ ଦେଖନ୍ତୁ ଏଚଡି ଚ୍ୟାନେଲ୍ସ ! ଜୁନ୍ ୨୦ରୁ ଆରମ୍ଭ ହେଲା ବୁକିଂ, ଜାଣନ୍ତୁ ପୂରା ପ୍ରକ୍ରିୟା

54

ଗୋଟିଏ ପଟେ ବଡ ଭାଇ ମୁକେଶ ଅମ୍ବାନୀ ଶସ୍ତା ଡାଟା ଲଂଚ କରି ଟେଲିକମ ଜଗତରେ ହଇଚଇ ସୃଷ୍ଟି କରିଥିବା ବେଳେ ଅନ୍ୟ ପଟେ ସାନ ଭାଇ ଏବେ ଆରମ୍ଭ କରିବାକୁ ଯାଉଛନ୍ତି ଏକ ଯୁଗାନ୍ତକାରୀ ସେବା । ସୂଚନା ମୁତାବକ, ଅନୀଲ ଅମ୍ବାନୀଙ୍କ କଂପାନୀ ରିଲାଏନ୍ସ ବିଗ ଟିଭି ଡିଟିଏଚ କନେକସନ ବୁକ କରିବା ପାଇଁ ସ୍ୱେଶିଆଲ ଅଫର ଲଂଚ କରିଛି । ରିଲାଏନ୍ସ ସାରା ଦେଶର ୫୦ ହଜାର ପୋଷ୍ଟ ଅଫିସ ସହିତ ପାର୍ଟନରସିପ କରିଛି । ଯାହାଦ୍ୱାରା ଲୋକେ ଏହି ସେବାର ଲାଭ ଉଠାଇବା ପାଇଁ ପୋଷ୍ଟ ଅଫିସ ଜରିଆରେ ବି ବୁକିଂ କରିପାରିବେ ।

ବୁକିଂ କରୁଥିବା ଗ୍ରାହକଙ୍କୁ ଏଚଡି HEVC ସେଟଅପ ବକ୍ସ ଦିଆଯିବ । ଏହି ଲାଟେଷ୍ଟ ଫିଚର୍ସ ଯେପରିକି ରେକଡିଂ, ୟୁଏସବି ପୋର୍ଟ, ଏଚଡିଏମଆଇ ପୋର୍ଟ, ରେକଡିଂ ଆଣ୍ଡ ନ୍ୟୁଇଂ ଲେସ ହେବ । ବର୍ଷକ ପର୍ଯ୍ୟନ୍ତ ଚ୍ୟାନେଲ ସଂପୂର୍ଣ୍ଣ ରୂପେ ମାଗଣା ରହିଛି । ଏଥିରେ ଏଚଡି ଚ୍ୟାନେଲ ମଧ୍ୟ ସାମିଲ ରହିବ । ସେହିପରି ୫୦୦ ଏଫଟିଏ (ଫ୍ରି ଟୁ ଇୟର)ଚ୍ୟାନେଲ୍ସ ୫ ବର୍ଷ ପର୍ଯ୍ୟନ୍ତ ଫ୍ରିରେ ଦେଖିପାରିବେ ।

ୟୁଜର ଏହି ଅଫରକୁ ୫୦୦ ଟଙ୍କା ଜମା କରି ପୋଷ୍ଟ ଅଫିସରୁ ନେଇପାରିବେ । ସେହିପରି ସେଟଅପ ବକ୍ସ ଇନଷ୍ଟୋଲେସନ ବାବଦକୁ ୧୫୦୦ ଟଙ୍କା ପରିଶୋଧ କରିବାକୁ ହେବ । ଲୟାଲ୍ଟି ବୋନସ ନେବା ପାଇଁ ଗ୍ରାହକମାନଙ୍କୁ ପରବର୍ତ୍ତି ବର୍ଷଠାରୁ ୩୦୦ ଟଙ୍କାର ରିଚାର୍ଜ କରିବାକୁ ହେବ । ଏଭଳି ପାଖାପାଖି ୨ ବର୍ଷ ଯାଏ କରିବାକୁ ହେବ । ଏହାପରେ ସବସକ୍ରାଇବରଙ୍କୁ ୨ ହଜାର ଟଙ୍କାର ଲୟାଲ୍ଟି ବୋନସ ପ୍ରଦାନ କରାଯିବ । ଅର୍ଥାତ୍ ଯେଉଁ ଆମାଉଂଟ ଆପଣ ଆରମ୍ଭରୁ ଜମା କରୁଥିଲେ , ସେହି ଟଙ୍କା ଆପଣଙ୍କୁ ସଂପୂର୍ଣ୍ଣ ଭାବରେ ଫେରାଇ ଦିଆଯିବ ।

୨୦ଜୁନରୁ ଆରମ୍ଭ ହେବ ବୁକିଂ

କଂପାନୀ ୨୦ ଜୁନରୁ ଏହି ସର୍ଭିସର ଫ୍ରି-ବୁକିଂ ଆରମ୍ଭ କିରବାକୁ ଯାଉଛି । ତେବେ ରାଜସ୍ଥାନ, ପଂଜାବ, ଉତ୍ତରାଖଣ୍ଡ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଲୟ, ମିଜୋରାମ, ନାଗାଲାଣ୍ଡା ଏବଂ ସିକ୍କିମର ଉପଭୋକ୍ତା ଡିଟିଏଚର ଏହି ଫ୍ରି –ବୁକିଂ କରିପାରିବେ ।