ତୁରନ୍ତ କରନ୍ତୁ ରେଜିଷ୍ଟ୍ରେସନ, ଆସନ୍ତାକାଲି ମୋଦିସରକାର ନାବାଳିକାମାନଙ୍କୁ ଦେବାକୁ ଯାଉଛନ୍ତି ୧୦ ହଜାର ଟଙ୍କାର ଚେକ୍ ! ଜାଣନ୍ତୁ କଣ ରହିଛି ଏହି ଖବରର ସତ୍ୟତା

55

ଆଜିର ଇଂଟରନେଟ ଦୁନିଆରେ ପ୍ରତିଦିନ କିଛି ନା କିଛି ଖବର ବା ମେସେଜ ବା ଫଟୋଭିଡିଓ ଇତ୍ୟାଦି ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଆଉ ଏମାନଙ୍କ ମଧ୍ୟରୁ କିଛିଟା ଯୁକ୍ତିଯୁକ୍ତ ହୋଇଥିବା ବେଳେ କିଛି ଖବର ମିଥ୍ୟା ମଧ୍ୟ ହୋଇଥାଏ । ଯାହାକୁ ନେଇ ଲୋକ ଭ୍ରମରେ ପଡିବା ସହ ଅସନ୍ତୋଷ ମଧ୍ୟ ପ୍ରକାଶ କରିଥାନ୍ତି । ତେବେ ଏଭଳି ଏକ ମେସେଜ କିଛି ଦିନ ହେଲା ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ଦାବି କରାଯାଉଛି କି ପ୍ରଧାନମନ୍ତ୍ରୀ ମୋଦି ବାଳିକା ସମୃଦ୍ଧି ଯୋଜନା ଆଧାରରେ ୧ରୁ ୧୮ ବର୍ଷ ପର୍ଯ୍ୟନ୍ତ ବାଳିକାଙ୍କୁ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିବେ, ଯାହାର ରେଜିଷ୍ଟ୍ରେସ କରିବା ପାଇଁ ଶେଷ ତାରିଖ ହେଉଛି ଆସନ୍ତା କାଲି ଅର୍ଥାତ୍ ୧୫ ଅଗଷ୍ଟ । ସୋସିଆଲ ମିଡିଆରେ ଏହି ମେସେଜଟି ଦ୍ରୁତ ଗତିରେ ଭାଇରାଲ ହେବା ସହିତ ଏଥିରେ ଆବେଦନ କରିବାର ଏକ ଲିଙ୍କ ମଧ୍ୟ ଦିଆଯାଇଛି । ତେବେ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ମେସେଜର କଣ ରହିଛି ସତ୍ୟତା, ତାହା ସଂପର୍କରେ ଆମେ ନିମ୍ନରେ ବିସ୍ତାର ଭାବରେ ଆଲୋଚନା କରିଛୁ । ତେବେ ପଢନ୍ତୁ ପୂରା ଖବର…

କଣ ଲେଖାଯାଇଛି ଏହି ଭାଇରାଲ ମେସେଜରେ?

• ପ୍ରଧାନମନ୍ତ୍ରୀ ବାଳିକା ସମୃଦ୍ଧି ଯୋଜନା ୨୦୧୮

• ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୧ରୁ ୧୮ ବର୍ଷ ପର୍ଯ୍ୟନ୍ତ ଝିଅପିଲା ତଥା ବାଳିକାମାନଙ୍କୁ ନିଃଶୁଳ୍କ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯିବ । ଏବଂ ମୋଦି ସରକାରଙ୍କ ଦ୍ୱାରା ପ୍ରଣିତ ଏହି ଯୋଜନାର ଏକମାତ୍ର ଉଦ୍ଦେଶ୍ୟ ରହିଛି କନ୍ୟାସନ୍ତାନମାନଙ୍କର ଉଜ୍ଜ୍ଳ ଭବିଷ୍ୟତ ।

• ଆବେଦନ କରିବାର ଶେଷ ତାରିଖ ୧୫ ଅଗଷ୍ଟ ରହିଛି ତେବେ ତୁରନ୍ତ ଆବେଦନ କରନ୍ତୁ ଏବଂ ଏହି ମେସେଜଟିକୁ ନିଜର ସମସ୍ତ ପ୍ରିୟପରିଜନଙ୍କୁ ପଠାନ୍ତୁ, ଯାହାଦ୍ୱାରା ମୋଦିସରକାରଙ୍କ ଏହି ମହାତ୍ୱାକାକ୍ଷୀ ଯୋଜନାର ଲାଭ ସମସ୍ତଙ୍କୁ ମିଳିପାରିବ ।

ତୁରନ୍ତ ଆବେଦନ କରନ୍ତୁ

http://sukanya-yojna.m-indian-gov.in/”

କଣ ରହିଛି ଏହି ଭାଇରଲ ମେସେଜର ସତ୍ୟତା?

• ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ମେସେଜର ସତ୍ୟତା ଜାଣିବା ପାଇଁ ଏକ ଜାତୀୟ ଗଣମାଧ୍ୟମର ଜଣେ ପ୍ରତିନିଧୀ ଏହାର ତଦନ୍ତ କରିଥିଲେ ଆଉ ଏହି ତଦନ୍ତ ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଥିଲା ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ମେସେଜଟିର ସତ୍ୟାସତ୍ୟ ଜାଣିବା ପାଇଁ ସେ ଏହି ମେସେଜରେ ଦିଆଯାଇଥିବା ଲିଙ୍କକୁ ଖୋଲିଥିଲେ । ଲିଙ୍କଟିକୁ ଖୋଲିବା ପରେ ଏଠାରେ ଏକ ରେଜିଷ୍ଟ୍ରେସନ ଫର୍ମ ଓପନ ହୋଇଯାଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ ସୁକନ୍ୟା ସମୃଦ୍ଧି ଯୋଜନା ଲେଖାଯାଇଥିଲା ।

• ଏବଂ ଏହି ଫର୍ମରେ କନ୍ୟାର ନାମ, ଆବେଦକର ନାଁ, ବୟସ ଏବଂ ରାଜ୍ୟ ପୁରୁଣ କରି ସବମିଟ କରିବାକୁ କୁହାଯାଇଥିଲା । ହେଲେ ଆଶ୍ଚର୍ଯ୍ୟ କର କଥା ହେଲା କି, ଏହି ଫର୍ମଟିରେ ସେ ସମସ୍ତ ସୂଚନା ଭୁଲ ଦେବା ପରେ ବି ତାହା ସବମିଟ ହୋଇଯାଇଥିଲା ।

• ଏହାପରେ ଏହାର ପରବର୍ତ୍ତୀ ଷ୍ଟେପରେ ଆପଣଙ୍କୁ ଭେରିଫିକେସନ କରିବା ପାଇଁ କୁହାଯାଇଥିଲା । ଭେରିଫିକେସନ ପାଇଁ ଏହି ଲିଙ୍କକୁ ହ୍ୱାଟସଆପରେ ୧୦ ଜଣଙ୍କ ପାଖକୁ ଫରଓାର୍ଡ କରିବାକୁ କୁହାଯାଇଥିଲା ଏବଂ ଏହାପରେ ଏକ ରେଜିଷ୍ଟ୍ରେସନ ନମ୍ବର ମିଳିଥିଲ।।

• ଯାଂଚ କରୁଥିବା ପ୍ରତିନିଧୀ ଜଣଙ୍କ ତଦନ୍ତ ପରେ ଜାଣିବାକୁ ପାଇଥିଲେ କି, ଏହି ମେସେଜଟି ସଂପୂର୍ଣ୍ଣ ଭାବରେ ମିଥ୍ୟା ତଥା ଫେକ୍ ମେସେଜ ଏବଂ ଏହାକୁ କେବଳ ଟଙ୍କା ରୋଜଗାର ପାଇଁ ହିଁ ସେୟାର କରାଯାଉଛି । ଯାଂଚ କରୁଥିବା ପ୍ରତିନିଧୀ ଜଣକ ଏହି ୱେବସାଇଟର ‘About us’ùପେଜକୁ ଯାଇଥିଲେ ଆଉ ଏଠାରୁ ସେ ଜାଣିବାକୁ ପାଇଥିଲେ କି ଏହି ୱେବସାଇଟଟି ଭାରତ ସରକାରଙ୍କ ସହ ସଂଯୋଗ ନୁହେଁ ।

କାହିଁକି ମିଥ୍ୟା ଏହି ମେସେଜ

• ସର୍ବପ୍ରଥମେ ଏହି ମେସେଜରେ ଯେଉଁ ୱେବସାଇଟର ଲିଙ୍କ ଦିଆଯାଇଛି ତାହା ସଂପୂର୍ଣ୍ଣ ରୂପେ ଭୁଲ । କାହିଁକି ନା ଭାରତ ସରକାରଙ୍କ ୱେବସାଇଟ ହେଉଛି india.gov.in ।

• ଦ୍ୱିତୀୟ କଥା ହେଲା, ଏହି ଯୋଜନା ଜରିଆରେ ସରକାର କୌଣସି ବି ଟଙ୍କା ପ୍ରଦାନ କରୁନାହାଁନ୍ତି । ବରଂ ସରକାରଙ୍କ ଏହି ଯୋଜନାରେ କେବଳ ନିବେଶ ପାଇଁ ହିଁ ଉଦ୍ଦିଷ୍ଟ ଏବଂ ଏହି ଯୋଜନା ଜରିଆରେ ୧୦ ବର୍ଷ ପର୍ଯ୍ୟନ୍ତ କନ୍ୟାସନ୍ତାନ ଙ୍କ ପାଇଁ ବ୍ୟାଙ୍କରେ ଖାତା ଖୋଲା ଯାଇଥାଏ ।

• ସୁକନ୍ୟା ସମୃଦ୍ଧି ଯୋଜନା ଆଧାରରେ ବାପାମାଆ କିମ୍ବା ସଂରକ୍ଷକ ନିଜ ୧୪ ବର୍ଷ ପର୍ଯ୍ୟନ୍ତ ଝିଅର ବ୍ୟାଙ୍କରେ ଖାତା ଖୋଲି ପାରିବେ । ଏହି ବ୍ୟାଙ୍କ ଆକାଉଂଟରେ ଅତି କମରେ ୨୫୦ ଟଙ୍କା ଏବଂ ଏହାଠରୁ ଅଧିକ ତଥା ଦେଢ ଲକ୍ଷ ଟଙ୍କା ଜମା କରିପାରିବେ । ଯଦି ଝିଅର ବୟସ ୧୪ ବର୍ଷରୁ ଅଧିକ ହୋଇଥାଏ ତେବେ ଏହି ଯୋଜନା ଆଧାରରେ ଆକାଉଂଟ ଖୋଲି ପାରିବେ ନାହିଁ ।