ବାସ୍ତବ ଜୀବନରେ ବାମ୍ପାୟର ! ମଣିଷଙ୍କ ରକ୍ତ ପିଇ ବଂଚୁଥିବା ଜଣେ ମହିଳାଙ୍କୁ ନେଇ ଚର୍ଚ୍ଚା

21

ଆପଣ ଜାଣିଛନ୍ତି ଦୁନିଆରେ କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ କି ସାଧାରଣତଃ ମଣିଷ ରକ୍ତ ପିଇବାକୁ ପସନ୍ଦ କରନ୍ତି । ଏହି ପ୍ରବୃତ୍ତିର ଲୋକଙ୍କୁ ସାଧାରଣତଃ ବାମ୍ପାୟର ବୋଲି କୁହାଯାଇଥାଏ । ଏମାନେ ମଣିଷ ରକ୍ତ ପିଇ ବଂଚିଥାନ୍ତି । ଅଧିକାଂଶ ସମୟରେ ଏଭଳି ଚରିତ୍ର ତଥା ବିଷୟ ବସ୍ତୁ ଉପରେ ଆଧାରିତ ବିଭିନ୍ନ କାହାଣୀମାନକୁ ନେଇ ବିଭିନ୍ନ ସିନେମା ପ୍ରସ୍ତୁତ ମଧ୍ୟ କରାଯାଇଛି । ମାତ୍ର ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏଭଳି ଏକ ସତ୍ୟ ଘଟଣା ଯାହାକୁ ପଢିବେ ଆପଣ ହୋଇଯିବେ ଚକିତ । ଅର୍ଥାତ୍ ଯାହାକୁ ଆପଣ ସିନେମାରେ ଦେଖି ଭାବୁଥିବେ ଏହା ଏକ କାଳ୍ପନିକ କାହାଣୀ ବୋଲି ବାସ୍ତବରେ ମଧ୍ୟ ଏଭଳି ପ୍ରବୃତ୍ତିର ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଛି ଅଷ୍ଟ୍ରେଲିୟାରେ ।

ବିଶ୍ୱର ସବୁବେଳେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିବା ଅଷ୍ଟ୍ରେଲିୟାର କ୍ୟୁଜଲାଣ୍ଡ ସହରରେ ଦେଖିବାକୁ ମିଳିଛି ଏଭଳି ଜଣେ ବିସ୍ମୟ ମହିଳାଙ୍କୁ । ଯିଏ କି ମଣିଷ ରକ୍ତ ପିଇବାକୁ ବେଶି ପସନ୍ଦ କରନ୍ତି । ତେବେ ମହିଳା ଜଣକ ହେଲେ ଜର୍ଜିୟା କାଣ୍ଡନ ବୟସ ୩୮ । ଖାଲି ସେତିକି ନୁହେଁ ସେ ଜଣେ ଦୁନିଆର ରିୟଲ ଲାଇଫର ବେମ୍ପାୟର ଭାବରେ ମଧ୍ୟ ଜଣାଶୁଣା । ତାଙ୍କୁ ଏଭଳି କହିବାର ତାତ୍ପର୍ଯ୍ୟ ହେଲା, ଜର୍ଜିୟା ମଣିଷ ରକ୍ତ ପିଇବାକୁ ବାଧ୍ୟ ନଥିଲେ ବରଂ ଏହା ଥିଲା ତାଙ୍କର ଏକ ପ୍ରକାର ସଉକ ଓ ଅଭ୍ୟାସ ମଧ୍ୟ । ମାତ୍ର ଆପଣଙ୍କୁ ଆମେ ଏଠାରେ କହି ରଖୁଛୁ ଜର୍ଜିୟାଙ୍କ ଏଭଳି ଇଚ୍ଛା କୌଣସି ରୋଗ କାରଣରୁ ହୋଇ ନଥିଲା ବରଂ ବିଭିନ୍ନ ବାମ୍ପାୟରଙ୍କ ଜଡିତ ସିନେମା ଓ କାହାଣୀ ପଢି ହିଁ ଆସିଥିଲା ।

ସେ କୁହନ୍ତି ଯେତେବେଳେ ତାଙ୍କୁ ୧୭ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ପ୍ରଥମ ଥର ମଣିଷ ରକ୍ତର ସ୍ୱାଦ ଚାଖିଥିଲେ ବାସ୍ ସେହିଦିନଠୁ ହିଁ ତାଙ୍କର ଏହା ଏକ ପ୍ରକାର ଅଭ୍ୟାସ ପାଲଟି ଯାଇଥିଲ।। ପ୍ରଥମେ ପ୍ରଥମେ ତାଙ୍କୁ ଜଣେ ମହିଳା ମିଳି ଯାଇଥିଲେ ଯିଏ କି ତାଙ୍କୁ ନିଜ ରକ୍ତ ପିଇବାକୁ ଦେଉଥିଲେ । ଆଉ ଯେତେବେଳେ ସେ ଜଣେ ଯୁବକଙ୍କ ପ୍ରେମ ସଂସ୍ପର୍ଶରେ ଆସିଲେ ସେ ତାଙ୍କର ଏଭଳି ଅଭ୍ୟାସ ସଂପର୍କରେ ତାଙ୍କୁ ଜଣାଇଥିଲେ । ମାତ୍ର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଜର୍ଜିୟାଙ୍କ କଥାଶୁଣି ତାଙ୍କ ପ୍ରେମିକ ବିସ୍ମୟ ହୋଇନଥିଲେ ବରଂ ନିଜ ରକ୍ତ ଦେବାକୁ ମଧ୍ୟ ରାଜି ହୋଇଥିଲେ । ଏଥିପାଇଁ ପ୍ରତି ସପ୍ତାହରେ ଥରେ ଲେଖାଏଁ ନିଜ ରକ୍ତ ପିଇବାକୁ ଦିଅନ୍ତି ।

ଯଦିଓ ଜର୍ଜିୟା ଅନେକ ଲୋକଙ୍କ ରକ୍ତ ପିଇ ପିଇ ଏନିମିୟା ଓ ଥେଲିସିମିୟା ଭଳି ସମସ୍ୟାରେ ଆକ୍ରାନ୍ତ ଅଛନ୍ତି । ଯେଉଁ କାରଣରୁ ବର୍ତ୍ତମାନ ତାଙ୍କୁ ମଣିଷ ରକ୍ତର ସ୍ୱାଦ ଅଧିକ ଭଲ ଲାଗୁଛି । କେବଳ ସେତିକି ନୁହେଁ ବାମ୍ପାୟର ଭଳି ଦିନ ବେଳା ବାହାରକୁ ବାହାରିବାକୁ ମଧ୍ୟ ସେ ଯନ୍ତ୍ରଣା ଅନୁଭବ କରନ୍ତି ।