‘ଆରକମ୍’ ୩୬୫ ଟଙ୍କାରେ ଦେଉଛି ୩୬୫ ଦିନ ପର୍ଯ୍ୟନ୍ତ ପ୍ରତିଦିନ ୧ଜିବିର ଡାଟା

45

ଜିଓ, ଏୟାରଟେଲ୍, ଆଇଡିଆ, ଭୋଡାଫୋନ ଏବଂ ବିଏସଏନଏଲ ଭଳି ନାମୀଦାମୀ ଟେଲିକମ୍ କଂପାନୀମାନଙ୍କର ଫ୍ରି-ଡାଟା ପ୍ଲାନ୍ ଭଳି ଫଣ୍ଡାକୁ ଆପଣେଇଛି ରିଲାଏନ୍ସ କମ୍ୟୁନିକେସନ (ଆରକମ୍) । ତେବେ ଆରକମ୍ ଲଂଚ କରିଥିବା ଏହି ଅଫରଟିରେ ମିଳୁଛି ୩୬୫ ଦିନ ପର୍ଯ୍ୟନ୍ତ ପ୍ରତିଦିନ ୧ଜିବି ଡାଟା ।

ସର୍ବ ପ୍ରଥମେ ଏଠାରେ ଆମେ କହିରଖୁଛୁ କି, ଏହି ପ୍ଲାନ୍ ବର୍ତ୍ତମାନ ପାଇଁ କେବଳ ୨ଜି ପ୍ରି-ପେଡ୍ ୟୁଜର୍ସଙ୍କ ପାଇଁ ଉଦ୍ଦିଷ୍ଟ ଅଟେ । ଏହି ପ୍ଲାନ୍ ମୁତାବକ ମାତ୍ର ୩୬୫ ଟଙ୍କାରେ ୩୬୫ ଦିନ ପର୍ଯ୍ୟନ୍ତ ପ୍ରତିଦିନ ମିଳିବ ୧ଜିବି ଡାଟା । ତେବେ ଏହି ଅଫର ଭିନ୍ନ ଭିନ୍ନ ସ୍ଥାନ ପାଇଁ ଅଲଗା ଅଟେ । ଯେପରିକି ଏହି ପ୍ଲାନ୍ ଚେନ୍ନାଇରେ ମାତ୍ର ୩୮୨ ଟଙ୍କାରେ ଉପଲବ୍ଧ । ଯେଉଁଥିରେ କି ୩୮୨ ଦିନ ପର୍ଯ୍ୟନ୍ତ ୩୮୨ ଜିବି ଡାଟା ମିଳିବ, ସେହିପରି ଆନ୍ଧ୍ର ପ୍ରଦେଶରେ ୩୬୫ ଟଙ୍କାରେ ଉପଲବ୍ଧ ।

ଏହା ପୂର୍ବରୁ ଆରକମ୍ ନିଜର ପ୍ରି-ପେଡ୍ ଗ୍ରାହକମାନଙ୍କ ପାଇଁ ୧୯୩ ଟଙ୍କାର ଏକ ପ୍ଲାନ୍ ଲଂଚ କରିଛି ଯେଉଁଥିରେ ୨୮ ଦିନ ପର୍ଯ୍ୟନ୍ତ ପ୍ରତିଦିନ ମିଳୁଛି ୧ଜିବି ୪ଜି ଡାଟା । ତେବେ ଏହି ୩୬୫ ଟଙ୍କା ଥିବା ପ୍ଲାନ୍ ଆରକମର ୱେବସାଇଟ୍, ପେଟିଏମ ଜରିଆରେ କରି ପାରିବେ ।

ସୌଜନ୍ୟ- ଅମର ଉଜାଲା