ଋିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ମଙ୍ଗଳବାର ଦିନ ୫୦୦ ଟଙ୍କିଆ ନୁଆ ନୋଟର ନୁଆ ସିରିଜ୍ ଜାରି କରିଛି । ଯେଉଁଥିରେ କି ଆରବିଆଇ ଏହାର ତଥା ନୂଆ ନୋଟର ନମ୍ବର ପ୍ୟାନେଲରେ ଇଂରାଜୀ ଲେଟର ‘ଏ’ ଯୋଡାଯିବ ବୋଲି ସୂଚନା ଦେଇଛି । ବର୍ତ୍ତମାନ ପ୍ରଚଳିତ ୫୦୦ଟଙ୍କିଆ ନୋଟ୍ ଅଚଳ ହେବନାହିଁ ।

ସୂଚନା ମୁତାବକ, ୨୦୧୬ରେ ହୋଇଥିବା ନୋଟବନ୍ଦୀ ପରେ ପରେ ଜାରି କରାଯାଇଥିବା ୫୦୦ଟଙ୍କିଆ ନୋଟକୁ କେବଳ ଏହି ଲେଟର ‘ଏ’ ହିଁ ଅଲଗା କରିବ । ବିମୁଦ୍ରାକରଣ ପରେ ଜାରି କରାଯାଇଥିବା ୫୦୦ଟଙ୍କିଆ ନୋଟରେ ଇଂରାଜୀ ଲେଟର ‘ଇ’ ରହିଛି । ଖାଲିସେତିକି ନୁହେଁ ଏହି ନୋଟରେ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଦସ୍ତଖତ ମଧ୍ୟ ରହିବ । ଏହି ନୂଆ ନୋଟର ଉଭୟ ପାଶ୍ୱର୍ରେ ସ୍ୱଚ୍ଛ ଭାରତ ଲୋଗୋ ପ୍ରିଂଟ୍ କରାଯିବ ସହିତ ପ୍ରିଂଟ୍ ବର୍ଷ ୨୦୧୭ ରହିବ ।

ଏହା ସହ ମଧ୍ୟ ପଢନ୍ତୁ- ମାତ୍ର ୪୯ ଟଙ୍କାରେ କିଣନ୍ତୁ ଯେକୌଣସି ଜିନିଷ ! ଏହି ଅନଲାଇନ୍ ସାଇଟ୍ ଦେଉଛି ବଡ଼ ଅଫର