ଆପଣଙ୍କ ଫୋନକୁ ବି ଆସିପାରେ ଆରବିଆଇର ଏକ ଗୁରୁତ୍ୱପୂର୍ଣ୍ଣ ମେସେଜ ! ଅଣଦେଖା କଲେ ଅସୁବିଧା ସମୟରେ ବ୍ୟାଙ୍କ ଆପଣଙ୍କୁ କରିଦେବ ନିରାଶ

26

ଆଜିକାଲି ଆରବିଆଇ ପକ୍ଷରୁଏକ ମେସେଜ ସସସ୍ତଙ୍କ ନିକଟକୁ ପ୍ରେରଣ କରାଯାଉଛି । ଆପଣଙ୍କ ନିକଟକୁ ବି ଆରବିଆଇର ଏହି ମେସେଜ ଆସିବାରେ । ହେଲେ ଏଠାରେ ଆମେ କହି ରଖୁଛୁ କି ଯଦି ଆପଣଙ୍କ ମୋବାଇଲକୁ ଏଭଳି କୌଣସି ମେସେଜ ଆସେ ତେବେ ତାକୁ ଆଦୌ ଅଣଦେଖା କରନ୍ତୁ ନାହିଁ । କାରଣ ଆରବିଆଇର ଏହି ମେସେଜଟି ଆପଣଙ୍କ ପାଇଁ ଅତ୍ୟନ୍ତ ଫଳପ୍ରଦ ହୋଇପାରେ । ତେବେ କିପରି ପଢନ୍ତୁ ।

ବର୍ତ୍ତମାନର ବଜାରରେ ୧୦ ଟଙ୍କିଆ କଏନକୁ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦୋକାନୀଠାରୁ ଆରମ୍ଭ କରି ଅଟୋବାଲା ପର୍ଯ୍ୟନ୍ତ କେହି ବି ଏହି ୧୦ ଟଙ୍କିଆ କଏନକୁ ଗ୍ରହଣ କରିବାକୁ ମଙ୍ଗୁ ନାହାଁନ୍ତି । ଏଭଳି ପରିସ୍ଥିତିରେ ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା ମଧ୍ୟ କରିବାକୁ ପଡୁଛି । ଅନ୍ୟପଟେ, ଆରବିଆଇ ତରଫରୁ ଯେତେବି ସଚେତନତା କରାଯାଉଥିଲେ ମଧ୍ୟ ଲୋକେ ତାକୁ ମାନିବାକୁ ପୂରା ନାରାଜ । ଏପରିକି ନିକଟରେ ଆରବିଆଇ ସ୍ପଷ୍ଟ କରି କହିଥିଲା କି ବଜାରରେ ୧୪ ପ୍ରକାରର କଏନ ଉପଲବ୍ଧ । ଯାହା ସବୁ ଅସଲି ଅଟେ । ତାକୁ କେହିବି ଗ୍ରହଣ କରିବାକୁ ମନା କରିପାରିବେ ନାହିଁ । ଯଦି କୌଣସି ବ୍ୟକ୍ତି ମନା କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ତେବେ ଆରବିଆଇ ତରଫରୁ ଦିଆଯାଉଥିବା ଏହି ମେସେଜରେ ଉଲ୍ଲେଖ ରହିଛି ୧୦ ଟଙ୍କିଆ କଏନ ସଂପର୍କିତ ତଥ୍ୟ । ଯେଉଁଥିରେ ଟଙ୍କା ଚିହ୍ନଟ କରିବା ସହିତ ବଜାରରେ ଉପଲବ୍ଧ ସମସ୍ତ ୧୪ ପ୍ରକାରର କଏନ ବୈଧ ଅଟେ ବୋଲି ଉଲ୍ଲେଖ କରାଯାଇଛି । ଏଥିସହିତ ଏହା ସଂପୂର୍ଣ୍ଣ ରୂପେ ଗ୍ରହଣୀୟ ବୋଲି ମଧ୍ୟ ସୂଚିତ କରାଯାଇଛି । ସେହିପରି ଏ ସଂକ୍ରାନ୍ତିୟ ସମସ୍ତ ଖବର ଜାଣିବାକୁ ହେଲେ ଆପଣ ଆରବିଆଇର ୧୪୪୪୦ ନମ୍ବରରେ ମିସଡ କଲ କରନ୍ତୁ । କଲ କରିବା ଦ୍ୱାରା ବି ଏହି ସୂଚନା ଦିଆଯାଉଛି କି, ୧୦ ଟଙ୍କିଆର ସମସ୍ତ କଏନ ତଥା ଉଭୟ ମୁଦ୍ରା ଚିହ୍ନ ଥିବା ଏବଂ ବିନା ଚିହ୍ନ ଥିବା କଏନ ବୈଧ ଅଟେ । ଆପଣ ବିନା କୌଣସି ଭୟରେ ଏହାକୁ ଗ୍ରହଣ କରିପାରିବେ ।