ଜାରି ହେଲା ୧୦୦ ଟଙ୍କିଆ ନୂଆ ନୋଟ୍ ! ଜାଣନ୍ତୁ ପୁରୁଣ ନୋଟକୁ ନେଇ କଣ କହିଲା ଆରବିଆଇ

74

ଆରବିଆଇ ଜାରି କଲା ନୂଆ ୧୦୦ ଟଙ୍କିଆ ନୋଟ୍ । ତେବେ ଆରବିଆଇ ବର୍ତ୍ତମାନ ଏହି ନୂଆ ୧୦୦ଟଙ୍କିଆ ନୋଟକୁ ପ୍ରଥମେ ନିଜ କର୍ମଚାରୀମାନଙ୍କୁ ବାଂଟିଛି । ଏହାପରେ ଏସିବଆଇର ମୁଖ୍ୟାଳୟକୁ ମଧ୍ୟ ପଠାଇସାରିଛି । ଯାହାଦ୍ୱାରା ଆସନ୍ତା ସପ୍ତାହକୁ ନୂଆ ୧୦୦ ଟଙ୍କିଆ ନୋଟ୍ ସାଧାରଣ ଲୋକଙ୍କ ହାତକୁ ଚାଲିଆସିବ । ସେହିପରି ନୂଆ ନୋଟ୍ ଜାରି କରିବା ପରେ ପୁରୁଣା ନୋଟକୁ ନେଇ ଆରବିଆଇ ପକ୍ଷରୁ କୁହାଯାଇଛି କି, ପୂର୍ବରୁ ଯେଭଳି ଭାବରେ ୧୦୦ ଟଙ୍କିଆ ନୋଟ୍ ଚାଲିଥିଲା ନୂଆ ନୋଟ ଜାରି ହେଲା ପରେ ବି ତାହା ସ୍ୱଭାବିକ ଭାବେ ଚାଲିବ । ଅର୍ଥାତ୍ ଉଭୟ ପୁରୁଣା ଏବଂ ନୂଆ ନୋଟ୍ ବଜାରରେ ଚାଲିବ ।

ସୂଚନା ମୁତାବକ, ୧୦୦ ଟଙ୍କିଆ ନୂଆ ନୋଟ୍ ପ୍ରଥମେ ଆରବିଆଇ ନିଜ କର୍ମଚାରୀମାନଙ୍କୁ ପ୍ରଦାନ କରିଛି । ଏହାପରେ ଏସବିଆଇର ମୁଖ୍ୟ ଶାଖାକୁ ମଧ୍ୟ ଏହି ନୂଆ ନୋଟ୍ ପଠାଇଦିଆଯାଇଛି । ଏବଂ ଏସବିଆଇ ମୁଖ୍ୟ ଶାଖାରୁ ଅନ୍ୟ ବ୍ୟାଙ୍କଗୁଡିକୁ ପଠାଇବାର ପ୍ରକ୍ରିୟାକୁ ମଧ୍ୟ ଆରମ୍ଭ କରିଦିଆଯାଇଛି । ତେବେ ଚେଷ୍ଟ କରେନ୍ସିରୁ କେଉଁ ଶାଖାରେ କେତେ ପରିମାଣର ଟଙ୍କା ପଠାଯିବ ତାର ଏକ ତାଲିକା ମଧ୍ୟ ପ୍ରସ୍ତୁତ କରିହୋଇସାରିଛି ।

ଆରବିଆଇର ସୂଚନା ମୁତାବକ, ପାଖାପାଖି ୮୦୦ କୋଟି ଟଙ୍କାର ନୂଆ କରେନ୍ସି ଆସିଛି । ନୂଆ ୧୦୦ ଟଙ୍କିଆ ନୋଟର ପଛ ପଟ ଭାଗରେ ୟୁନେସ୍କୋର ବିଶ୍ୱ ସ୍ମାରକ ସୂଚୀରେ ସାମିଲ ଗୁରୁରାଟର ପାଟଣାସ୍ଥିତ ରାଣୀଙ୍କ ରାଜଉଆସ ସ୍ଥାନ ପାଇଛି । ଏଥିସହିତ ହାଲକା ବାଇଗଣୀ ରଙ୍ଗର ଏହି ନୂଆ ନୋଟରେ ଦୁଇ ଡର୍ଜନରୁ ବି ଅଧିକ ସିକ୍ୟୁରିଟି ଫିଚର ରହିଛି ।