ଆରବିଆଇରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି ! ଅନଲାଇନରେ ଆବେଦନ କରି ପାଆନ୍ତୁ ୩୦ ହଜାରରୁ ଅଧିକ ସାଲାରୀ

283

ଆରବିଆଇରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ବ୍ୟାଙ୍କ ପରୀକ୍ଷକ ଏବଂ ପର୍ଯ୍ୟବେକ୍ଷଣ ମ୍ୟାନେଜର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ୮ ଜାନୁଆରୀ, ୨୦୧୯ । ତେବେ ଆଶାୟୀ ପ୍ରାର୍ଥୀଙ୍କର ଚୟନ ପ୍ରକ୍ରିୟା ଉଭୟ ଲିଖିତ ଏବଂ ଇଂଟରଭିୟୁୁ ଜିରିଆରେ କରାଯିବ । ତେବେ ନିଯୁକ୍ତି ସମ୍ବନ୍ଧିତ ଅଧିକ ସୂଚନା ଆମେ ନିମ୍ନରେ ଆଲୋଚନା କରିଛୁ ।

ପଦବୀ ସଂପର୍କିତ ତଥ୍ୟ

ବ୍ୟାଙ୍କ ପରୀକ୍ଷକ/ପର୍ଯ୍ୟବେକ୍ଷଣ ମ୍ୟାନେଜର

ପଦବୀ ସଂଖ୍ୟା- ୦୫

ଦରମା- ମାସିକ ଦରମା ୩୫୧୫୦ରୁ ୬୨୪୦୦ଟଙ୍କା

ଆବେଦନ ଶୁଳ୍କ-ସାଧାରଣ /ଓବିସି (୬୦୦)/- ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ରହିଛି ।

ଗୁରୁତ୍ୱପୂର୍ଣ୍ଣ ତାରିଖ

ଅନଲାଇନ ଆବେଦନ କରିବାର ତାରିଖ- ୧୯ ଡିସେମ୍ବର ୨୦୧୮

ଅନଲାଇନ ଆବେଦନ କରିବାର ଶେଷ ତାରିଖ- ୦୮ ଜାନୁଆରୀ ୨୦୧୯

କିଭଳି କରିବେ ଆବେଦନ

ଇଚ୍ଛୁକ ଆଶାୟୀ ପ୍ରାର୍ଥୀ ରୁ ଜାନୁଆରୀ ୮ ତାରିଖ ସୁଦ୍ଧା ଆବେଦନ କରିପାରିବେ ।

ନିଯୁକ୍ତି କ୍ଷେତ୍ର: ସାରା ଭାରତ

ଚୟନ ପ୍ରକ୍ରିୟା:ଆଶାୟୀପ୍ରାର୍ଥୀଙ୍କର ଚୟନ ଉଭୟ ଲିଖିତ ଏବଂ ଇଂଟରଭିୟୁ ଆଧାରରେ ହେବ ।