ଆପଣଙ୍କ ପାଖରେ ରହିଛି କି ୨ ହଜାର ଟଙ୍କିଆ ନୋଟ୍ ! ତେବେ ନିକଟସ୍ଥ ବ୍ୟାଙ୍କକୁ ଯାଇ ତୁରନ୍ତ କରନ୍ତୁ ଫେରସ୍ତ, ମିଳିବ ପୂରା ୨୦ ହଜାର ଟଙ୍କା

69

ଯଦି ଆପଣଙ୍କ ପାଖରେ ୨ ହଜାର ଟଙ୍କିଆ ବିରଳ ନୋଟ୍ ରହିଛି ତେବେ ଏହାକୁ ବ୍ୟାଙ୍କରେ ଜମା କରିବା ଦ୍ୱାରା ଆପଣଙ୍କୁ ମିଳିପାରେ ୨୦ ହଜାର ଟଙ୍କା । ସେହିପରି ଯଦି ଆପଣଙ୍କ ନିକଟରେ ଏଭଳି କୌଣସି ନୋଟ୍ ରହିଛି, ଯେଉଁଥିରେ କି ଭୂଲ୍ ପ୍ରିଂଟିଂ କିମ୍ବା କୌଣସି ଭୁଲ ବା ଅଭାବ ରହି ଯାଇଛି ତେବେ ଏହି ନୋଟ୍ ବଦଳରେ ଆପଣଙ୍କୁ ଅନେକ ଗୁଣାର ଟଙ୍କା ମିଳିପାରେ । କାରଣ ଭେଳି ନୋଟ୍ ଏବଂ ମୁଦ୍ରାର ମୂଲ୍ୟ ବଜାରରେ ବହୁତ ଅଧିକ ରହିଛି । ଛପା ସମୟରେ ରହିଯାଇଥିବା ନମ୍ବର, ସିରିଜ କିମ୍ବା କୌଣସି ଚିହ୍ନ ଯଦି ରହି ଯାଇଛି ତେବେ ଏଭଳି ନୋଟ୍ ଆପଣଙ୍କୁ ମାଲାମାଲ୍ କରିପାରେ ।

୧୦ ହଜାର ଟଙ୍କାର ୧୦୦ ଟଙ୍କିଆ ନୋଟ୍

ଇକୋନୋମିକ୍ସ ଟାଇମ୍ସରେ ପ୍ରକାଶିତ ଖବର ମୁତାବକ, National Numismatic Exhibitionରେ ଦେଶ ଏବଂ ଦୁନିଆର ନୂଆ ପୁରୁଣା ମୁଦ୍ରାଗୁଡିକର ମେଳା ଚାଲିଛି । ଏହି ମେଳା All India Fine Arts and Craft Society ପକ୍ଷରୁ ଆୟୋଜନ କରାଯାଇଛି । ଏଥିରେ ମିଂଟ ତରଫରୁ ହେବାକୁ ଥିବା କରେନ୍ସି ଏରର ଭୁଲ ଛପା ଯାଇଥିବା ମୁଦ୍ରା କିମ୍ବା ନୋଟ୍ ଗୁଡିକର ଦାମ ବହୁତ୍ ଅଧିକ ରହିଛି । ୧୦୦ ଟଙ୍କିଆ ବିରଳ ନୋଟ୍ ଯେଉଁଥିରେ ନମ୍ବର ନଥିବ ତାର ଦାମ ରହିଛି ପାଖାପାଖି ୧୦ ହଜାର ଟଙ୍କା । ସେହିପରି ଦୁର୍ଲଭ ମୁଦ୍ରା ତଥା କଏନ, ଯେଉଁଥିରେ କି ଉଭୟ ପାଶ୍ୱରେ ହେଡ୍ ଛପା ଯାଇଥିବ , ଏଭଳି ମୁଦ୍ରାର ଦାମ ରହିଛି ପାଖାପାଖି ୩ରୁ ୪ହଜାର ଟଙ୍କା ।

ଦୁର୍ଲଭ ଭୁଲ ପାଇଁ ଅଧିକ ଦାମ

ସୂଚନା ମୁତାବକ, ମୂଲ୍ୟ ନୋଟ୍ ଉପରେ ନିର୍ଭର କରିଥାଏ । ଯେତେ ଦୁର୍ଲଭ ନୋଟ୍ ହୋଇଥିବ ତାର ଦାମ ମଧ୍ୟ ସେତେ ଅଧିକ ହେବ । ଏରର କରେନ୍ସି ଭଳି ହିଁ ଏରର କରେନ୍ସିର ବି ବଡ ବଜାର ରହିଛି । ପ୍ରିଂଟିଂରେ କୌଣସି ବି ଭୁଲ ଲକ୍ଷେରୁ ଗୋଟିଏ ନୋଟ୍ ହୋଇଥାଏ । ସରକାର ସେହି ଭୁଲକୁ ସୁଧାରିବା ପାଇଁ ନୂଆ ନୋଟ୍ ଛାପି ନଥାନ୍ତି । କିଛି ଭୁଲ ଏଭଳି ବି ରହିଥାଏ, ଯେଉଁଥିରେ ଯାହାକୁ ପୁଣି ଥରେ ସଂଶୋଧନ କରାଯାଇ ନପାରେ । ଏଭଳି ପରିସ୍ଥିତିରେ ଯେତେ ଦୁର୍ଲଭ ଭୁଲ ମିଳିବ, ସେହି ନୋଟର ଦାମ ସେତେ ଅଧିକ ମିଳିବ ।